ଆଇପିଏଲ ୨୦୨୦ MI vs CSK: ମୁମ୍ବାଇ ବିରୁଦ୍ଧରେ ହାରି ଚେନ୍ନାଇ ପ୍ଲେଅଫ ଦୌଡ଼ରୁ ବାଦ ପଡିଛି । ଧୋନି କହିଲେ ଏବେ କେମିତ ଅଛି ମାହୋଲ…

ଆଇପିଏଲ ୨୦୨୦ର ୪୧ ତମ ମ୍ୟାଚରେ ଚେନ୍ନାଇକୁ ମୁମ୍ବାଇ ୧୦ ୱିକେଟରେ ପରାସ୍ତ କରିଛି। ୧୧ ଟି ମ୍ୟାଚରୁ ୮ ଟି ହାରିଥିବା ଚେନ୍ନାଇ ପାଇଁ ପ୍ଲେ ଅଫ ଦ୍ୱାର ଏବେ ବନ୍ଦ ହୋଇଯାଇଛି। ଆଇପିଏଲରେ ଏହା ପ୍ରଥମ ମୋୖକା ହେବ ଯେବେ ଧୋନିଙ୍କ ଅଧୀନରେ ଖେଳୁଥିବା ଟିମ ପ୍ରଥମ ୪ରେ ଖେଳିବାକୁ ନଜର ଆସିବ ନାହିଁ। ଆଇପିଏଲର ଏହି ସିଜିନ ଚେନ୍ନାଇ ପାଇଁ ଏକ ଖରାପ ସ୍ୱପ୍ନ ଠାରୁ କମ ନୁହେଁ।ମୁମ୍ବାଇ ଠାରୁ ପରାଜୟ ମିଳିବା ପରେ ଅଧିନାୟକ ଧୋନି,ଡ୍ରେସିଂ ରୁମର ମାହୋଲ ଓ ସମସ୍ତଙ୍କ ମାନସିକ ସ୍ଥିତି ବିଷୟରେ କହିଛନ୍ତି।

Google
ଆଇପିଏଲ ୨୦୨୦ MI VS CSK:

ବାକି ରହିଥିବା ୩ ଟି ମ୍ୟାଚରେ ୨୦୨୧ ପାଇଁ ପ୍ରସ୍ତୁତି କରିବ ସିଏସକେ,ଜାଣନ୍ତୁ କଣ ଅଟେ ଧୋନିଙ୍କ ପ୍ଲାନ:-ପ୍ରଥମ ଥର ପ୍ଲେ ଅଫରେ ପହଞ୍ଚି ପାରିନଥିବା ଚେନ୍ନାଇ ଟିମ ଡ୍ରେସିଂ ରୁମ ମାହୋଲ କଥା ଦେଖି ଧୋନି କହିଛନ୍ତି’ଟିମର ସବୁ ଖେଳାଳି ଦୁଃଖିତ ଅଛନ୍ତି। ସେ ନିଜର ଶେଷ୍ଠ ଦେବାପାଇଁ ଚେଷ୍ଟା କରିଛନ୍ତି। ସବୁବେଳେ ଜିନିଷ ଆପଣଙ୍କ ପାଖରେ ପହଞ୍ଚେ ନାହିଁ।ଆଶା ଅଛି ଆଗାମୀ ୩ ଟି ମ୍ୟାଚରେ ଆମେ ଭଲ ପ୍ରଦର୍ଶନ କରିବୁ। ଯଦି ଆପଣ ନିଜକୁ କଷ୍ଟ ଦେଉଛନ୍ତି ତେବେ ଟିମ ମ୍ୟାନେଜମେଣ୍ଟ ଆଗରେ ହସିବାକୁ ପଡିଥାଏ,କାହିଁକିନା ତାଙ୍କୁ ଯେପରି ନ ଲାଗିବ ଆପଣ କେଉଁ ଚିନ୍ତାରେ ଅଛନ୍ତି। ଏହା ସେହି ଜିନିଷ ଯାହା ଯୁବ ଖେଳାଳି ଚାହାନ୍ତି ଓ ମତେ ଏହା ଲାଗୁଛି କି ଟିମର ଖେଳାଳି ଏହା କରିବାରେ ସଫଳ ହୋଇଛନ୍ତି। ଆମେ ଡ୍ରେସିଂ ରୁମକୁ ଏପରି ରଖିଛୁ ଆଶା ରହିଛି ଆଗମୀ ୩ ମ୍ୟାଚରେ ଆମେ ଭଲ ପ୍ରଦର୍ଶନୀ ଦେଖାଇବୁ,କମରୁ କମ ଆମ ସମ୍ମାନ ପାଇଁ।’

Google
ମୁମ୍ବାଇ ବିରୁଦ୍ଧରେ ଏମିତି କରିବାରେ ପ୍ରଥମ ଟିମ ହେଲା ମୁମ୍ବାଇ:

୩ ଥର ଆଇପିଏଲ କିତାବ ନିଜ ନାମରେ କରିଥିବା ଚେନ୍ନାଇ ଏଥର ପ୍ଲେ ଅଫରେ ଜାଗା ବନେଇପାରିଲା ନାହିଁ।ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ବ୍ୟାଟ୍ସମ୍ୟାନ ବୁମରା ଓ ଟେଣ୍ଟ ବୋଲଟଙ୍କ ଘାତକ ବୋଲିଂ ଆଗରେ ଭଲ ପ୍ରଦର୍ଶନ କରି ପାରିନଥିଲେ ଓ ପାୱାର ପ୍ଲେ ମଧ୍ୟରେ ଅଧା ୱିକେଟ ହରାଇ ଦେଇଥିଲେ। ସାମ କରନଙ୍କ ୫୨ ରନ ପାଇଁ ଟିମ ୧୦୦ ରନ ପାର ହୋଇଥିଲା।ସିଏସକେ ୨୦ ଓଭରରେ ୯ ୱିକେଟ ହରାଇ ୧୧୪ ରନ ହିଁ କରିପାରିଥିଲା। ପରେ ମୁମ୍ବାଇ ଟିମ ପାଇଁ ବ୍ୟାଟିଂ କରିବାକୁ ଆସିଥିବା ଇଶାନ୍ କିଷାନ ୬୮ ଓ ଡିକକ ୪୬ ଅପରାଜିତ ରହି ୧୨.୨ ଓଭରରେ ବିନା ୱିକେଟ ହରାଇ ମ୍ୟାଚ ନିଜ ହାତକୁ ନେଇଆସିଥିଲେ ଏବଂ ସହଜ ବିଜୟ ପ୍ରାପ୍ତ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *