IPL 2022 ରୁ ବାହାରିଲେ ଦୀପକ ଚାହର! CSK କୁ ଫେରିବେ ସୁରେଶ ରାଇନା?

ବ୍ୟୁରୋ ରିପୋର୍ଟ: ଆଇପିଏଲ ସିଜିନ ୧୫ ର ଖେଳ ଜୋରଦାର ଦେଖବାକୁ ମିଳୁଛି। ଏଥିମଧ୍ୟରେ ଅନେକ ମ୍ୟାଚ ଖେଳା ଯାଇ ସାରିଲାଣି। ପୂର୍ଵ ଆଇପିଏଲ ବିଜେତା ଚେନ୍ନାଇ ସୁପର କିଙ୍ଗସ ବର୍ତ୍ତମାନ ଏକ କର ବା ମର ପରିସ୍ଥିତିରେ। ନିଜ ପ୍ରମୁଖ ଖେଳାଳି ଦୀପକ ଚହର ଇଂଜୁରି କାରଣରୁ ଆଇପିଏଲରୁ ବାହାର ହୋଇ ସାରିଛନ୍ତି। ସେ ଆଇପିଏଲ ସିଜିନ ୧୫ ର କୌଣସି ବି ଖେଳିବେ ନାହିଁ। ତେବେ ଖୁସିର କଥା ଯେ, ଚେନ୍ନାଇ ସୁପର କିଙ୍ଗସ ତାଙ୍କ ପ୍ରତିବଦଳରେ ସୁରେଶ ରାଇନଙ୍କୁ ନିଜ ଦଳରେ ସାମିଲ କରିପାରେ। ନିଜ ପ୍ରମୁଖ ଖେଳାଳିଙ୍କୁ ହରାଇବା ପରେ ଚେନ୍ନାଇ ବର୍ତ୍ତମାନ ନିଜ ପୂର୍ଵ ଖେଳାଳି ଚିନା ଥାଲାଙ୍କୁ ଟିମରେ ସାମିଲ କରିବାକୁ ବହୁତ ଇଛୁକ।

Google

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସର ପରିସ୍ଥିତି ବହୁତ ଖରାପ। ବୋଲରଙ୍କ ଠାରୁ ଆରମ୍ଭ କରି ମଧ୍ୟକ୍ରମ ବ୍ୟଟ୍ସମ୍ୟାନ୍ ସମସ୍ତଙ୍କ ପ୍ରଦର୍ଶନ ଖରାପ ରହିଛି। ଅମ୍ବତି ରାୟୁଦୁଙ୍କ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଦୟନୀୟ ରହିଛି। ତେଣୁ ଏହି ଭଳି ପରିସ୍ଥିତିରେ ସୁରେଶ ରାଇନାଙ୍କ ଉପସ୍ଥିତି ନିହାତି ଦରକାର। ସେଥିପାଇଁ ଦଳର ମ୍ୟାନେଜମେଣ୍ଟ ତାଙ୍କୁ ଦଳରେ ନେବା ପାଇଁ ରାଜି ଅଛନ୍ତି। ସୁରେଶ ରାଇନା ମଧ୍ୟ ନିଜ ଦଳ ଏବଂ ନିଜ ଫର୍ମକୁ ନେଇ ବହୁତ ଆଶାବାଦୀ ଅଛନ୍ତି। କିନ୍ତୁ ତାଙ୍କ ସହିତ କିଛି କଥାର ଆଲୋଚନା ବାକି ରହିଛି।

ଟିମର ମିଡ଼ିଲ ଅର୍ଡରରେ ଅମ୍ବତି ରାୟୁଡୁଙ୍କ ପ୍ରଦର୍ଶନ ବହୁତ ନିରାଶାଜନକ ରହିଛି। ଏ ପର୍ଯ୍ୟନ୍ତ ଖେଳି ଥିବା ପାଞ୍ଚଟି ମ୍ୟାଚରେ ୨୦.୫ ର ଅଉସତରେ ମାତ୍ର ୮୨ ରନ ସ୍କୋର କରିଛନ୍ତି। ଡିଫେଣ୍ଡିଙ୍ଗ ଚମ୍ପିୟାନ ସିଏସକେ ବର୍ତ୍ତମାନ ଭାରତର ଏକ ନମ୍ବର ଟିମ ଭାବରେ ଗଣା ଯାଉଥିଲେ ମଧ୍ୟ ଏହାର ପ୍ରଦର୍ଶନ ଚଳିତ ସିଜିନରେ ବହୁତ ଖରାପ ପ୍ରଦର୍ଶନ କରିଛି। ସେଥିପାଇଁ ଦଳ ପାଞ୍ଚଟି ମ୍ୟାଚ ଖେଳି ଥିଲେ ମଧ୍ୟ ମାତ୍ର ଗୋଟିଏ ମ୍ୟାଚ ଜିତିଛି ଏବଂ ଅନ୍ୟ ସବୁ ମ୍ୟାଚ ହାରିଛି। ଆମେ ଜାଣିଛୁ ଯେ, ସୁରେଶ ରାଇନା ଜଣେ ସଫଳ ବ୍ୟଟ୍ସମ୍ୟାନ୍ ଅଟନ୍ତି ଏବଂ ଏକ ପାର୍ଟ ଟାଇମ ସ୍ପିନର ଭାବରେ ମଧ୍ୟ ସେ ବୋଲିଂ କରି ପାରନ୍ତି।

Google

ସେ ୨୦୫ ଟି ମ୍ୟାଚ ଖେଳି ୫୫୨୮ ରନ ସଂଗ୍ରହ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୩୬.୭୬ ରହିଛି। ସେ ନିଜ କ୍ୟାରିଅରରେ ୨୦୩ ଟି ଛକା ମଧ୍ୟ ମାରି ସାରିଛନ୍ତି। ବର୍ତ୍ତମାନ ସେ ଆଇପିଏଲରେ କମେଣ୍ଟ୍ରି କାମ କରୁଛନ୍ତି। କିନ୍ତୁ ସେ ବହୁତ ଜଲ୍ଦି ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇ ପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.