IPL ୨୦୨୧: ଚେନ୍ନାଇ ସୁପର କିଙ୍ଗସ ନୂଆ ଖେଳାଳି କିଣିବା ପରେ ହେଲା ମଜଭୁତ। ଦେଖନ୍ତୁ ଲିଷ୍ଟ।

ଆଇପିଏଲ ୨୦୨୧ର ନିଲାମୀରେ ଚେନ୍ନାଇ ସୁପର କିଙ୍ଗସ ଟିମ ୬ ଜଣ ଖେଳାଳିଙ୍କୁ କିଣିଛି। ଯାହା ଟିମ ପାଇଁ ଭଲ ଅଟେ।ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକତ୍ୱ ସିଏସକେ ଟିମ ପୁଣି ଥରେ ଅନୁଭବକୁ ଟିମରେ ସାମିଲ କରିଛନ୍ତି। ତିନିଥର ଆଇପିଏଲ ଜିତିଥିବା ସିଏସକେ ନିଲାମୀରେ କେବଳ ଜଣେ ବିଦେଶୀ ଖେଳାଳି ମୋଇନ ଅଲ୍ଲୀଙ୍କୁ ଟିମରେ ସାମିଲ କରିଛି। ସେହିପରି ଟିମ ଚେତେଶ୍ୱର ପୂଜାରାଙ୍କୁ କିଣି ମଧ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ପୁଜାରଙ୍କୁ ଦାମ ଲଗାଇ କିଣିବା ପରେ ଅକ୍ସନ ହଲରେ ଅନେକ ସମୟ ପର୍ଯ୍ୟନ୍ତ ତାଳି ବାଜିଥିଲା। ସମସ୍ତେ ପୂଜାରାଙ୍କୁ ସିଏସକେରେ ସାମିଲକୁ ନେଇ ଚକିତ ହୋଇଯାଇଥିଲେ।

Google

ଚେନ୍ନାଇ ସୁପର କିଙ୍ଗସ ଅକ୍ସନରେ ଗ୍ଲେନ ମାକ୍ସୋଏଲଙ୍କ ଉପରେ ମଧ୍ୟ ଦାମ ଲଗାଉଥିଲେ କିନ୍ତୁ ଏଥିରେ ବିରାଟ କୋହଲିଙ୍କ ଆରସିବି ବାଜି ମାରି ତାଙ୍କୁ ନେଇଯାଇଥିଲେ।ଏହା ବଦଳରେ ଚେନ୍ନାଇ ସ୍ପିନ ବୋଲିର ଅଲରାଣ୍ଡର ମୋଇନ ଅଲ୍ଲୀଙ୍କୁ ସାତ କୋଟିରେ କ୍ରୟ କରିଥିଲା। ମୋଇନ ଓଭରସିଜ ଖେଳାଳିଙ୍କ ଚେନ୍ନାଇର ସ୍ଲଟକୁ ପୁରାକଲା। ଭାରତ ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟରେ ମୋଇନ ୮ ଟି ୱିକେଟ ନେଇଥିଲେ ଓ ୧୮ ବଲରେ ୪୩ ରନ କରିଥିଲେ। ଚେନ୍ନାଇକୁ ଆଶା ଅଛିକି ମୋଇନ ଏହି ପ୍ରଦର୍ଶନ ଆଇପିଏଲରେ ବି ଦେଖେଇବେ। ଆଇପିଏଲ ପୂର୍ବରୁ ଚେନ୍ନାଇ ପିୟୁସ ଚାୱଲା, ହରଭଜନ ସିଂହ, ଓ କେଦାର ଯାଦବଙ୍କ ଭଳି ସ୍ପିନରଙ୍କୁ ରିଲିଜ କରିଦେଇଥିଲା। ଆଶା ଅଛିକି ମୋଇନ ଏମାନଙ୍କ ଜାଗା ପୂରା କରିବେ ଓ ଚେନ୍ନାଇକୁ ଟ୍ରଫି ଜିତିବାର ସହାୟକ କରିବେ।

ସିଏସକେ ସହିତ ଯୋଡି ହେବା ପରେ ମୋଇନ ଅଲ୍ଲୀ ଏକ ଭିଡ଼ିଓ ସନ୍ଦେଶରେ କହିଛନ୍ତି,”ସିଏସକେ ସହିତ ଖେଳିବା ପାଇଁ ବହୁତ ଆଗ୍ରହୀ ଅଛି। ତାଙ୍କର ବହୁତ ପ୍ରଶଂସକ ଅଛନ୍ତି ଓ ମୁଁ ତାଙ୍କ ସହ ଭେଟ ପାଇଁ ଚାହିଁରହିଛି। ମୁଁ ଧୋନିଙ୍କ ନେତୃତ୍ୱରେ ଖେଳିବା ପାଇଁ ଅପେକ୍ଷା କରିପାରିବିନି। ମୋର ସାଥି ସାମ କରନ ଭି ଚେନ୍ନାଇର ଖେଳାଳି ଅଟନ୍ତି। ମୋର ଦୀନ ହୋଇଗଲା ମୋର ବର୍ଷ ଭି”।

Google

ଚେନ୍ନାଇ ସୁପର କିଙ୍ଗସ ଅନକ୍ୟାପଡ଼ କୃଷ୍ଣପା ଗୌତମଙ୍କୁ ୯.୨୫ କୋଟିରେ କିଣିଛନ୍ତି। ସେ ଆଇପିଏଲ ଇତିହାସର ସବୁଠୁ ଦାମୀ ଅନକ୍ୟାପଡ଼ ଖେଳାଳି ହୋଇଯାଇଛନ୍ତି।ଆଶ୍ଚର୍ଯ୍ୟରୂପରେ ଚେନ୍ନାଇ ଚେତେଶ୍ୱର ପୂଜାରାଙ୍କୁ ତାଙ୍କ ବେସ ପ୍ରାଇଜ ୫୦ ଲକ୍ଷରେ କିଣିଲା। ପୂଜାରା ୨୦୧୪ରୁ କୌଣସି ଆଇପିଏଲ ଟିମରେ ନଥିଲେ। ପୂଜାରାଙ୍କ ସମ୍ମାନ ପାଇଁ ସବୁ ୮ ଟି ଟିମ ତାଙ୍କ ପାଇଁ ତାଳିମାରିଥିଲେ। ଏହା ପରେ ଚେନ୍ନାଇ ଯୁବ ଦ୍ରୁତ ବୋଲର ଏମ ହରିଶଙ୍କର ରେଡି ଓ ଅଲରାଉଣ୍ଡର କେ ଭାଗନାଥ ବର୍ମାଙ୍କୁ ତାଙ୍କ ବେସ ପ୍ରାଇଜ ୨୦ ଲକ୍ଷରେ କିଣିଛି। ତାମିଲନାଡୁର ସି ହରି ନିଶାନ୍ତଙ୍କୁ ୨୫ ଲକ୍ଷରେ କିଣି ଚେନ୍ନାଇ ନିଜ ଦଳ ପୁରା କରିଦେଲା।

୨୦୨୧ ପାଇଁ ଚେନ୍ନାଇ ସୁପର କିଙ୍ଗସର ପୁରା ଦଳ:

ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା, ଅମ୍ବାତି ରାଇଡୁ, କେଏମ ଆସିକ, ଦୀପକ ଚାହାର, ଫାଫ ଡୁପ୍ଲେସିସ, ଇମରାନ ତାହୀର, ଏନ ଜଗଦୀଶା, କର୍ଣ ଶର୍ମା, ଲୁଙ୍ଗି ଏନଗିଡ଼ି, ମିଚେଲ ସେଣ୍ଟନର, ରବିନ୍ଦ୍ର ଜାଡେଜା, ଋତୁରାଜ ଗାୟକବାଡ଼, ସାରଦୁଲ ଠାକୁର, ସାମ କରନ, କୃଷପା ଗୌତମ, ଜୋସ ହେଜଲହୁଡ଼, ଆର ସାଇ କିଶୋର, ରବିନ ଉଥାପା, ମୋଇନ ଅଲ୍ଲୀ, ଚେତେଶ୍ୱର ପୁକାରା, ଏମ ହରିଶଙ୍କର ରେଡି, କେ ଭାଗନାଥ ବର୍ମା ଓ ସି ହରି ନିଶନ୍ତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *