ଚେନ୍ନାଇ ବିପକ୍ଷରେ ୨ ରନ କଲେ ଧୱନ ହାସଲ କରିବେ ଏହି ରେକର୍ଡ! କେବଳ କୋହଲି କରିଛନ୍ତି ଏହି ରେକର୍ଡ!

ବ୍ୟୁରୋ ରିପୋର୍ଟ: ପଞ୍ଜାଵ କିଙ୍ଗସ ଓ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୨ର ୩୮ ତମ ମ୍ୟାଚରେ ଆମ୍ନା ସାମ୍ନା ହେବେ। ଏହି ମ୍ୟାଚରେ ସମସ୍ତଙ୍କ ନଜର ପଞ୍ଜାଵ କିଙ୍ଗସର ବାମହାତୀ ବ୍ୟାଟ୍ସମ୍ୟାନ ଶିଖର ଧୱନଙ୍କ ଉପରେ ରହିବ। ଧୱନ ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ନିଜ ନାମରେ ବଡ଼ ଉପଲବ୍ଧି ହାସଲ କରିପାରନ୍ତି। ସିଏସକେ ବିରୁଦ୍ଧରେ ଏହି ମ୍ୟାଚରେ ୨ ରନ କରିବା ଦ୍ୱାରା ଧାୱନ ଆଇପିଏଲରେ ନଜର ୬ ହଜାର ରନ ପୁରା କରିବେ।

Google

ଆଇପିଏଲରେ ଏବେ ପର୍ଯ୍ୟନ୍ତ କେବଳ ବିରାଟ କୋହଲି ହିଁ ଏକମାତ୍ର ଖେଳାଳି ଯିଏକି ୬ ହଜାର ବା ତାଠୁ ଅଧିକ ରନ କରିଛନ୍ତି। ଆରସିବିର ପୂର୍ଵ ଅଧିନାୟକ ବିରାଟ କୋହଲି ଆଇପିଏଲରେ ୨୧୫ ମ୍ୟାଚରେ ୬୪୦୨ ରନ କରିଛନ୍ତି। କୋହଲି ଆଇପିଏଲରେ ୫ ଶତକ ଓ ୪୨ ଅର୍ଦ୍ଧଶତକ ମାରିଛନ୍ତି। ଏହି ଆଇପିଏଲରେ ବିରାଟ କେବଳ ବ୍ୟାଟ୍ସମ୍ୟାନ ହିସାବରେ ଖେଳୁଛନ୍ତି। ସେ କୌଣସିବି ଫର୍ମାଟରେ ଅଧିନାୟକ ନାହାଁନ୍ତି। କୋହଲି ଆଇପିଏଲରେ ମୋଟ ୫୫୫ ଚୌକା ଓ ୨୧୨ ଛକା ମାରିଛନ୍ତି।

ଶିଖର ଧୱନଙ୍କ ନାମରେ ଆଇପିଏଲରେ ୨୦୧ ମ୍ୟାଚରେ ୫୯୯୮ ରନ ଅଛି। ସେ ୩୪.୬୭ ଔସତରେ ଏହି ରନ କରିଛନ୍ତି। ଆଇପିଏଲରେ ତାଙ୍କ ନାମରେ ଦୁଇଟି ଶତକ ଓ ୪୫ ଅର୍ଦ୍ଧଶତକ ଅଛି। ଆଇପିଏଲରେ ଧୱନ ମୋଟ ୬୭୫ ଚୌକା ଓ ୧୩୦ ଛକା ମାରିଛନ୍ତି।

ରୋହିତ ଶର୍ମା ତୃତୀୟ ନମ୍ବରରେ ଅଛନ୍ତି:

ଏହି ଲିଷ୍ଟରେ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି। ସେ ୨୨୦ ଆଇପିଏଲ ମ୍ୟାଚରେ ୩୦.୬୧ ଔସତରେ ୫୭୨୫ ରନ କରିଛନ୍ତି। ଯେଉଁଥିରେ ଗୋଟେ ଶତକ ଓ ୪୦ ଅର୍ଦ୍ଧଶତକ ସାମିଲ ଅଛି। ଏହି ସିଜନରେ ଦିଲ୍ଲୀ କ୍ୟାପିଟଲ୍ସ ଟିମ ପଟୁ ଖେଳୁଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡେଭିଡ ୱାରନର ଆଇପିଏଲରେ ୧୫୫ ମ୍ୟାଚରେ ୫୬୬୮ ରନ କରିଛନ୍ତି। ଆଇପିଏଲରେ ୱାନରଙ୍କ ନାମରେ ଚାରିଟି ଶତକ ଓ ୫୨ ଅର୍ଦ୍ଧଶତକ ଅଛି।

ପଞ୍ଜାଵ ଧୱନଙ୍କୁ ଅକ୍ସନରେ ନିଜ ସହ ୮.୨୫ କୋଟିରେ ପଞ୍ଜାଵ ସାମିଲ କରିଛି:

Google

ଶିଖର ଧୱନଙ୍କୁ ପଞ୍ଜାଵ କିଙ୍ଗସ ଆଇପିଏଲ ୨୦୨୨ର ମେଗା ଅକ୍ସନରେ ନିଜ ସହ ୮.୨୫ କୋଟିରେ ସାମିଲ କରିଛି। ଆଇପିଏଲ ୨୦୨୨ରେ ଧାୱନ ଏବେ ପର୍ଯ୍ୟନ୍ତ ୭ ଟି ମ୍ୟାଚରେ ୨୧୪ ରନ କରିଛନ୍ତି। ପଞ୍ଜାଵ ଏହି ସିଜନରେ ତିନୋଟି ବିଜୟ ଓ ୪ ଟି ପରାଜୟ ସହ ୬ ଅଙ୍କ ସହିତ ପଏଣ୍ଟସ୍ ଟେବୁଲରେ ଅଷ୍ଟମ ସ୍ଥାନରେ ଅଛି। ଧାୱନ ଦୁଇ ବର୍ଷ ହେବ ଭାରତୀୟ ଟେଷ୍ଟ ଟିମରୁ ବାହାରେ ଅଛନ୍ତି। ତାଙ୍କୁ ପୂର୍ଵ ବର୍ଷ ଟି-୨୦ ବିଶ୍ୱକପରେ ମଧ୍ୟ ଟିମରେ ଜାଗା ମିଳିନଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *