ସାବଧାନ….ପୁଣି ମାତିଛନ୍ତି ସାଇବର ଠକ। ଟୀକାନାମରେ କରୁଛନ୍ତି ଠକେଇ।

ବର୍ତ୍ତମାନ ପୁରା ଦେଶରେ କରୋନାର ଦ୍ଵିତୀୟ ଲହରୀ ଚାଲିଛି ଓ ଏହା ଅଧିକ ସଂକ୍ରମଣ କରିବା ସହ ଅଧିକ ଲୋକଙ୍କ ପ୍ରାଣ ନେଉଛି। ଏହା ମଧ୍ୟରେ ଦେଶରେ କରୋନା ଟୀକା ଦିଆ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ଏବେ କିଛି ଦିନ ହେବ ସରକାର ଟୀକା ନେବା ପୂର୍ବରୁ କୋୱିନ ଆପରେ ରେଜିଷ୍ଟ୍ରେସନ କରିବାକୁ ଆଇନ କରିଛନ୍ତି। ଲୋକମାନେ ମଧ୍ୟ ଟୀକା ନେବା ପୂର୍ବରୁ ପ୍ରଥମେ ରେଜିଷ୍ଟ୍ରେସନ କରୁଛନ୍ତି।ଏବେ ଏହାକୁ ଠକେଇର ମାଧ୍ୟମ କରିଛନ୍ତି ସାଇବର ଠକ।ସେମାନେ ଏକ ଫେକ ଆପ ତିଆରି କରିଛନ୍ତି ଯାହା ପୁରା କୋୱିନ ଭଳି ଦେଖିବାକୁ ଏହା ଦ୍ଵାରା ସେମାନେ ଲୋକଙ୍କୁ ମିଛ ଜାଲରେ ଫସାଉଛନ୍ତି। ଏହା ଦ୍ଵାରା ଆପଣ ସହଜରେ ଟୀକା ନେଇପାରିବେ କୁହାଯାଉଛି। ଯାହା ପରେ ଏହାକୁ ଡାଉନଲୋଡ କରିବା ପରେ ଲୋକଙ୍କ ପ୍ରସନାଲ ଡାଟା ସାଇବର ଠକଙ୍କ ପାଖକୁ ପଳାଉଛି ଓ ସେ ଲୋକଙ୍କୁ ସହଜରେ ଲୁଟୁଛନ୍ତି।

Google

ପ୍ରକୃତ କଥା ହେଉଛି ରେଜିଷ୍ଟ୍ରେସନ ପାଇଁ ସରକାର ଆରୋଗ୍ୟ ସେତୁ ବା କୋୱିନ ଆପର ବ୍ୟବସ୍ତା କରିଛନ୍ତି କିନ୍ତୁ ରେଜିଷ୍ଟ୍ରେସନ ପରେ ମଧ୍ୟ ଲୋକଙ୍କୁ ଟୀକା ମିଳିପାରୁନାହିଁ। ଏହାର ଫାଇଦା ଉଠାଇ ଲୋକଙ୍କୁ ଭ୍ରମିତ କରୁଛନ୍ତି ସାଇବର ଠକ। ସେମାନେ ଲୋକଙ୍କ ମୋବାଇଲକୁ ମ୍ୟାସେଜ ଲିଙ୍କ ଦେଇ ଆପଣଙ୍କୁ ଟୀକା ଦିଆଯିବାର ପ୍ରଲୋଭନ ଦେଖାଉଛନ୍ତି ଯାହା ପରେ ସେହି ଲିଙ୍କରେ ଯିବାପରେ କୋୱିନ ପାରି ଏକ ଫେକ ଆପ ଆସିଯିବ ଯାହା ଦ୍ୱାରା ସେଥିରେ ଆପଣ ନିଜ ପ୍ରସନାଲ ଡାଟା ଦେଲେ ଯାହା ଦ୍ୱାରା ସେହା ସାଇବର ଠକ ହାତରେ ଲାଗିଲା। ଏହା ସହ ଟୀକା ପାଇଁ ମଧ୍ୟ ଲୋକଙ୍କୁ ପଇସା ଭରିବା ପାଇଁ କୁହାଯାଉଛି।

Google

ଆପଣଙ୍କ ପ୍ରସନାଲ ଡାଟା ନେବାପରେ ଅନଲାଇନ ଟ୍ରାନଯାକ୍ସନ ବେଳେ ଲୋକଙ୍କ ଆଇଦଡି ଓ ପାସୱାର୍ଡ ନେଇ ସେମାନେ ପଇସା ଲୁଟୁଛନ୍ତି। କଟକ କମିସନର ପୋଲିସ କିଛି ସାଇବର ଠିକଙ୍କ ହାତରୁ ୩ ଲକ୍ଷ ୭୨ ହଜାର ୫୮୯ ଟଙ୍କା ଫେରସ୍ତ ପାଇବାରେ ସଫଳ ହୋଇଛି। କିନ୍ତୁ ଆପଣଙ୍କ ପାଖୁ ଯଦି କୌଣସି ଟୀକା ପାଇଁ କଲ ବା ମ୍ୟାସେଜ ଆସେ ତେବେ ସେଥିରେ କ୍ଲିକ ନକରିବା ପାଇଁ କୁହାଯାଇଛି। ନଚେତ ଆପଣ ମଧ୍ୟ ସାଇବର ଠକଙ୍କ ଶିକାର ହୋଇଯିବେ।ଯଦି ଆପଣ ସାଇବର ଠକେଇର ଶିକାର ହୋଇଛନ୍ତି ତେବେ ତୁରନ୍ତ ସାଇବର ସେଲକୁ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *