ମୁମ୍ବାଇଠାରୁ ମାତ୍ର ୧୫୦ କିମି ଦୂରରେ ବାତ୍ୟା ‘ନିସର୍ଗ’: ହାଇଆଲର୍ଟ ଜାରି

ମୁମ୍ବାଇଠାରୁ ମାତ୍ର ୧୫୦ କିମି ଦୂରରେ ବାତ୍ୟା 'ନିସର୍ଗ'

ଦେଶରେ କରୋନା ପରିସ୍ଥିତି ଜଟିଳ ରୂପ ଧାରଣ କରିଥିବାବେଳେ ଗୋଟିଏ ପରେ ଗୋଟିଏ ବାତ୍ୟା ଲୋକଙ୍କୁ ଆହୁରି ଭୟଭୀତ କରି ଚାଲିଛି । ବାତ୍ୟା ଅମ୍ଫନ୍‌ ପରେ ଏବେ ବାତ୍ୟା ‘ନିସର୍ଗ’କୁ ନେଇ ଚିନ୍ତା ବଢିଯାଇଛି। ଏହି ବାତ୍ୟାର ପ୍ରଭାବ ମହାରାଷ୍ଟ୍ର ଏବଂ ଗୁଜରାଟ ଉପରେ ପ୍ରଭାବ ରହିଛି ବୋଲି ଜଣାଯାଉଛି । ବୁଧବାର ଅପରାହ୍ନରେ ବାତ୍ୟା ନିସର୍ଗ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି ।

ଏବେ ଏହା ମୁମ୍ବାଇଠାରୁ ମାତ୍ର ୧୫୦ କିମି ଦୂରରେ ରହିଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ‘ନିସର୍ଗ’ ପବନର ବେଗ ୧୦୦ରୁ ୧୨୦ ରହିବ ବୋଲି ଜଣାପଡିଛି। ଏହା ପୂର୍ବରୁ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ସ୍ଥାନରେ ବିଳମ୍ବିିତ ରାତିରୁ ପବନ ସହିତ ଜୋରଦାର ବର୍ଷା ଆରମ୍ଭ ହୋଇଯାଇଛି। ଉଭୟ ରାଜ୍ୟକୁ ଏଥିପାଇଁ ଆଲର୍ଟ କରାଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟ୍ରର ପାଲଘର ଜିଲାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଛି।

Cyclone 'Nisarga' To Cross Maharashtra, Gujarat Coasts In 2 Days: IMD
Google

ପ୍ରାୟ ୮୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *