ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ଅନ୍ତର୍ଗତ ମୁରୁଦ ଏବଂ ରେବଦାନ୍ଦା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ସ୍ଥଳଭାଗରେ ପ୍ରବେଶ କରିଥିବା କଥା ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି । ସ୍ଥଳଭାଗ ରେ ପ୍ରବେଶ ବା ଲ୍ୟାଣ୍ଡ୍ଫଲ୍ ସମୟରେ ବତାସର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର୍ ଥିବା କଥା ବାତ୍ୟା ନିସର୍ଗ ଅପରେସନ୍ ଦାୟିତ୍ବରେ ଥିବା ଇନ୍ସ୍ପେକ୍ଟର୍ ମହେଶ କୁମାର ସୂଚନା ଦେଇଛନ୍ତି ।
ଆଜି ପୂର୍ବାହ୍ନ ରେ ଆରମ୍ଭ ହୋଇଥିବା ବାତ୍ୟା ନିସର୍ଗ ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା ପୂର୍ଣ୍ଣ ହେବାକୁ ତିନି ରୁ ଚାରି ଘଣ୍ଟା ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଆର୍କେ ଜେନାମଣି ଜଣାଇଛନ୍ତି । ରେବଦାନ୍ଦା ଜିଲ୍ଲାପାଳ ନିଧି ଚୌଧୁରୀ କହିଛନ୍ତି ଯେ ସମୁଦାୟ ୧୩, ୫୪୧ଜଣ ବ୍ୟକ୍ତିଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ସମ୍ଭାବନା ଥିବାରୁ ମହରାଷ୍ଟ୍ରର ଅନ୍ୟୂନ ସାତଟି ଉପକୂଳବର୍ତ୍ତୀ ଜିଲ୍ଲା ନିମନ୍ତେ ଭାରତୀୟ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରାଯାଇଥିଲା । ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ବାତ୍ୟା ନିସର୍ଗ ପ୍ରବାହ ପଥରେ ଆସୁଥିବା ମୁମ୍ବାଇରେ ୧୬୪ ମିଲିମିଟର୍ରୁ ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା କଥା ଜଣାପଡ଼ିଛି। ବାତ୍ୟା ଲ୍ୟାଣ୍ଡ୍ଫଲ୍ କରୁଥିବାରୁ ବାନ୍ଦ୍ରା ଓ ୱର୍ଲି ସି’ ଲିଙ୍କ୍ରେ ଯାନବାହନ ଚଳାଚଳ ବନ୍ଦ କରାଯାଇଥିବା କଥା ପୁଲିସ ଜଣାଇଛି । ମଧ୍ୟରାତ୍ରୀ ବେଳକୁ ବାତ୍ୟା ‘ନିସର୍ଗ’ର ପ୍ରଭାବ କ୍ରୋମସେ ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ କୁହାଯାଇଛି ।
ବାତ୍ୟା ଯୋଗୁଁ ଗୋଆରେ ମଧ୍ୟ ପ୍ରବଳ ବର୍ଷା ପବନ ହେଉଛି ଓ ତଳିଆ ଅଞ୍ଚଳ ଜଳପ୍ଳାବିତ ଆରମ୍ଭ ହୋଇଯାଇଛି। ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।