ବିସିସିଆଇ କ୍ରିକେଟ ଅଷ୍ଟ୍ରେଲିଆକୁ ଗୁରୁବାର ଦିନ ବ୍ରିସବେନ କଡା ନିୟମରୁ ଛୁଟି ଦେବାକୁ କହିଥିଲା। ବ୍ରିସବେନରେ ନିୟମ ହେଉଛି ଖେଳାଳୀମାନେ ଗୋଟିଏ ଦିନ ଖେଳ ପରେ କେବଳ ନିଜ ରୂମରେ ହିଁ ରହିବେ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତ୍ରୁର୍ଥ ବା ଶେଷ ଟେଷ୍ଟ ବ୍ରିସବେନରେ କରିବା ପାଇଁ ଚାହୁଁଥିବା ଅଷ୍ଟ୍ରେଲିଆର କ୍ୟୁସଲ୍ୟାଣ୍ଡ ପ୍ରାନ୍ତର ରାଜଧାନୀରେ ତିନିଦିନର ଲକଡାଉନ କାରଣରୁ ସମସ୍ୟା ବଢିଯାଇଛି। କହିରଖିବୁକି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୀର୍ଷ କ୍ରିକେଟ ଅଧିକାରୀ ମଧ୍ୟରେ ହୋଇଥିବା ବୈଠକରେ ଭାରତକୁ କଡାନିୟମରୁ ମୁକ୍ତି ଦେବାକୁ କଥା ହେବାର ୨୪ ଘଣ୍ଟା ରୁ କମ ସମୟରେ ସେଠାରେ ଲକଡାଉନ ଘୋଷଣା କରାଯାଇଛି।
ପୂର୍ବ ନିର୍ଧାରିତ ସମୟ ଅନୁସାରେ ଚତ୍ରୁର୍ଥ ଟେଷ୍ଟ ୧୫ ଜାନୁଆରୀରୁ ଗାବା (ବ୍ରିସବେନ)ରେ ଖେଳାଯିବ। ସମାଚାର ପତ୍ରର ରିପୋର୍ଟ ଅନୁସାରେ “କ୍ରିକେଟ ଅଷ୍ଟ୍ରେଲିଆ”ର ଅଧିକାରୀ ତିନିଦିନ ଲାକଡାଉନ କାରଣରୁ ଆଗାମୀ ସପ୍ତାହରେ ହେବାକୁ ଥିବା ଚତ୍ରୁର୍ଥ ଟେଷ୍ଟ ଉପରେ ପଡ଼ିବାକୁ ଥିବା ପ୍ରଭାବ ବିଷୟରେ ଆକଳନ କରୁଛନ୍ତି। ଭାରତର କଡା ନିୟମ କାରଣରୁ ବ୍ରିସବେନରେ ଖେଳିବାକୁ ନେଇ ଅସନ୍ତୋଷ ପୂର୍ବରୁ ଏହି ମ୍ୟାଚ ଉପରେ ଆଶଙ୍କା ଦେଖାଯାଉଛି।

ଏଥିରେ କୁହାଯାଇଛି,”ହୋଟେଲରେ ପୃଥକ ହୋଇ ରହିଥିବା ଏକ ଅଧିକାରୀ କୋଭିଡ଼-୧୯ ର ଅଧିକ ସଂକ୍ରମକ ଓ ବ୍ରିଟେନରୁ ମିଳିଥିବା ନୂଆ ପ୍ରକାରର ପଜେଟିଭ ମିଳିବା କାରଣରୁ କ୍ରିକେଟ ଅଷ୍ଟ୍ରେଲିଆର ବର୍ଡର ଗାଭସ୍କର ଟ୍ରଫି କରିବାର ସ୍ୱପ୍ନକୁ ଖଟକା ଲାଗିଛି”।
କ୍ରିକେଟ ଅଷ୍ଟ୍ରେଲିଆ ପୂର୍ବରୁ ୩୬ ହଜାର ଦର୍ଶକଙ୍କୁ ଆସିବାକୁ ଅନୁମତି ଦେଇଦେଇଥିଲା କିନ୍ତୁ ପରିବର୍ତ୍ତନ ପରିସ୍ଥିତି ଦ୍ଵାରା ଏହାକୁ ମଧ୍ୟ ବଦଳାଯାଇପାରେ। ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ କ୍ରିକେଟ ଅଷ୍ଟ୍ରେଲିଆକୁ ଗୁରୁବାର ଦିନ ବ୍ରିସବେନର କଡା ନିୟମରୁ ଛୁଟି ଦେବାକୁ କହିଥିଲା।ବିସିସିଆଇ ତାଙ୍କ ଧ୍ୟାନ ଏହା ଆଡ଼କୁ ଆଣିଥିଲେ କି ଗ୍ରସ୍ତ ଆରମ୍ଭରେ ଭାରତୀୟ ଟିମ କଡା ନିୟମକୁ ପାଳନ କରିଥିଲା।

ବ୍ରିସବେନରେ ନିୟମ ହେଉଛି ଖେଳାଳୀମାନେ ଗୋଟିଏ ଦିନ ଖେଳ ପରେ କେବଳ ନିଜ ରୂମରେ ହିଁ ରହିବେ। କ୍ରିକେଟ ଅଷ୍ଟ୍ରେଲିଆ ଭାରତକୁ ଆଶ୍ୱସନା ଦେଇଛିକି କ୍ୟୁସଲ୍ୟାଣ୍ଡ ସରକାରଙ୍କ ସହିତ ଏକ କଥାବାର୍ତ୍ତା ହୋଇଛି।ଯାହା ଦ୍ୱାରା ଖେଳାଳୀ ଓ ଷ୍ଟାପ ହୋଟେଲ ମଧ୍ୟରେ ଜଣେ ଜଣଙ୍କ ସହ ଭେଟି ପାରିବେ। ଜଣାପଡ଼ିଛିକି ଭାରତୀୟ ବୋର୍ଡ ଲିଖିତ ଆଶ୍ୱସନା ଚାହୁଁଛି। ଯଦି ଚତ୍ରୁର୍ଥ ଟେଷ୍ଟ ବ୍ରିସବେନରେ ନହୋଇପାରିବ ତେବେ ଏହା ସିଡନିରେ ହୋଇପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।