ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚର ସିରିଜ ସିଡ଼ନିରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ପରେ ସମାପ୍ତ ହୋଇପାରେ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରରୁ ସିଡ଼ନିରେ ତୃତୀୟ ଟେଷ୍ଟ ଅନୁଷ୍ଠିତ ହେବ। ଏହା ପରେ ସିରିଜର ଶେଷ ବା ଚତ୍ରୁର୍ଥ ମ୍ୟାଚ ୧୫ ଜାନୁଆରୀକୁ ବ୍ରିସବେନରେ ଖେଳାଯିବା କଥା କିନ୍ତୁ ବ୍ରିସବେନରେ ଚତ୍ରୁର୍ଥ ଟେଷ୍ଟ ଆୟୋଜନକୁ ନେଇ ଏବେ ମଧ୍ୟ କଥା ସମାଧାନ ହୋଇନି।କିଛି ଦିନ ତଳେ ଖବର ଆସିଥିଲା କି କଡା କ୍ବାରେଣ୍ଟାଇନ ନିୟମ କାରଣରୁ ବ୍ରିସବେନରେ ଟିମ ଇଣ୍ଡିଆ ଚତ୍ରୁର୍ଥ ଟେଷ୍ଟ ଖେଳିବାକୁ ଇଛା ପ୍ରକାଶ କରୁନି। ଏହା ପରେ ଏହି କଥା ଉପରେ ଅନେକ ଅସନ୍ତୋଷ ଦେଖାଯାଇଥିଲା। ତୃତୀୟ ଟେଷ୍ଟ ପୂର୍ବରୁ ଯେଉଁଠି ଏହି ମାମଲା ଥଣ୍ଡା ଦେଖାଯାଉଥିଲା, ଏବେ ଖବର ଆସୁଛିକି ବ୍ରିସବେନ ଟେଷ୍ଟ କ୍ୱାରେଣ୍ଟିନକୁ ନେଇ ବିସିସିଆଇ କ୍ରିକେଟ ଅଷ୍ଟ୍ରେଲିଆକୁ ଏକ ଅଲ୍ଲୀମେଟମ ଜାରି କରିବାର ପ୍ରସ୍ତୁତି କରୁଛି।
ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗ୍ରସ୍ତରେ ଯିବା ପୂର୍ବରୁ ୧୪ ଦିନ କ୍ୱାରେଣ୍ଟିନ ଓ ପହଁଚିବା ପରେ ୧୪ ଦିନ କ୍ୱାରେଣ୍ଟିନରେ ରହିଥିଲେ ଓ ମିଡିଆ ରିପୋର୍ଟ ଅନୁସାରେ ଭାରତୀୟ ଦଳ ଗ୍ରସ୍ତ ଶେଷ ସମୟରେ ଆଉ ଏକ କ୍ୱାରେଣ୍ଟିନରେ ସମୟ ବିତାଇବାକୁ ଇଛା ପ୍ରକାଶ କରୁନି। ଏଥିପାଇଁ ବିସିସିଆଇ କ୍ରିକେଟ ଅଷ୍ଟ୍ରେଲିଆକୁ ବ୍ରିସବେନରେ ଟିମ ଇଣ୍ଡିଆ ପାଇଁ ଆଇସୋଲେସନ ସୁନିଶ୍ଚିତ କରିବା ବା ତୃତୀୟ ଟେଷ୍ଟ ପରେ ସିରିଜ ଶେଷ କରିବା ପାଇଁ କହିଛନ୍ତି।

କ୍ରିକେଟ ଅଷ୍ଟ୍ରେଲିଆ ହିଁ ଦେଇଥିଲା ଆଶ୍ୱସନା:
ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁସାରେ ସିଏ ନିଜେ ବିସିସିଆଇକୁ ଆଶ୍ୱସନା ଦେଇଥିଲେକି ଅଷ୍ଟ୍ରେଲିଆ ଆସିବା ପରେ ଖେଳାଳୀଙ୍କୁ ଦୁଇ ସପ୍ତାହର ଆଇସୋଲେସନରେ ରହିବାକୁ ପଡିବନି। ଯେବେକି ବ୍ରିସବେନର ସ୍ଥାନୀୟ ଅଧିକାରୀ ନୂଆ ନିୟମ ପ୍ରଚଳନ କରିଛନ୍ତି। ଯାହାକୁ ବିସିସିଆଇ ସ୍ୱୀକାର କରିନାହିଁ।
ଖବର ଅନୁସାରେ ଯଦି ବ୍ରିସବେନରେ ନିୟମ ଅଛିକି ଟିମକୁ ପୁଣି କ୍ବାରେଣ୍ଟିନରେ ରହିବାକୁ ପଡିବ ତେବେ, ଚତ୍ରୁର୍ଥ ଟେଷ୍ଟକୁ ସିଡନିରେ କରାଯିବ ନଚେତ ଚାରିମ୍ୟାଚ ବିଶିଷ୍ଟ ସିରିଜକୁ ତିନୋଟି ମ୍ୟାଚ ବିଶିଷ୍ଟ ସିରିଜ କରାଯିବ ଓ ଟିମ ଇଣ୍ଡିଆ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।