୩ ତାରିଖକୁ ଜନ୍ମ ହୋଇଥିବା ଝିଅମାନେ ହୋଇଥାନ୍ତି ଭିନ୍ନ, ଜାଣନ୍ତୁ ତାଙ୍କ ସହିତ ଜଡିତ କିଛି ରହସ୍ୟମୟ କଥା ।

ସମସ୍ତଙ୍କ ସ୍ୱଭାବ ଅଲଗା ଅଲାଗା ହୋଇଥାଏ। କେତେଜଣ ଶାନ୍ତ ସ୍ୱଭାବର ହୋଇଥାନ୍ତି ତ କେତେ ଜଣ ରାଗି ସ୍ୱଭାବର ହୋଇଥାନ୍ତି। ଏହା ପଛରେ ଜନ୍ମତିଥି ଏକ ବଡ଼ କାରଣ ଅଟେ। ଏବେ ଆପଣ ଭାବୁଥିବେ କି ସ୍ୱଭାବ ଓ ଜନ୍ମ ତିଥିର କଣ ସମ୍ପର୍କ ଅଛି,ତେବେ ଆସନ୍ତୁ ଜାଣିବା ଜନ୍ମ ତିଥି ସ୍ୱଭାବ ଉପରେ କଣ ପ୍ରଭାବ ପକାଇଥାଏ।

Google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ତିଥି ତାହାର ସ୍ୱଭାବ ଉପରେ ଗଭୀର ପ୍ରଭାବ ପକାଇଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କୁ ସେହି ଝିଅମାନଙ୍କ ବିଷୟରେ କହିବୁ ଯାହାଙ୍କ ଜନ୍ମ ୩ ତାରିଖକୁ ହୋଇଛି। ଆମେ ୩ ତାରିଖରେ ଜନ୍ମ ହୋଇଥିବା ଝିଅ ମାନଙ୍କ ସ୍ୱଭାବ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ମାନେ ତାଙ୍କୁ ଜାଣିପାରିବେ।

ସ୍ୱାଭିମାନି ଅଟନ୍ତି ଏହି ଝିଅମାନେ:-

ଯେଉଁ ଝିଅମାନେ ୩ ତାରିଖକୁ ଜନ୍ମ ହୋଇଥାନ୍ତି ସେମାନଙ୍କ ସ୍ୱଭାବ ବହୁତ ଭଲ ହୋଇଥାଏ। ଏମାନେ ଅନ୍ୟ କୌଣସି ଲୋକର ଦୟାର ପାତ୍ର ହେବକୁ ପସନ୍ଦ କରନ୍ତି ନାହିଁ। ଏହି କାରଣ ଅଟେ କି ଏମାନେ କାହାର ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ। ଏହା ସହିତ କାହାଠୁ ପଇସା ଧାର ନେବା ମଧ୍ୟ ଏମାନଙ୍କୁ ପସନ୍ଦ ନୁହେଁ।

ଏହି ଝିଅମାନଙ୍କ ବିଷୟରେ କୁହାଯାଇଛିକି ଏମାନେ ନିଜ ଜୀବନକୁ ନିଜ ହିସାବରେ ବଞ୍ଚିଥାନ୍ତି। ଏମାନେ ବହୁତ ସ୍ୱାଭିମାନି ହୋଇଥାନ୍ତି ସେଥିପାଇଁ ତାଙ୍କ କାମରେ କିଏ ମୁଣ୍ଡ ପୁରାଉ ଏହା ସେମାନଙ୍କୁ ପସନ୍ଦ ନୁହେଁ। ଏତିକି ନୁହେଁ ସେମାନେ ମଧ୍ୟ କାହାର ଜୀବନରେ ମୁଣ୍ଡ ପୁରାଇନଥାନ୍ତି।

Google
ପରଫେକ୍ଟ ପାର୍ଟନରଙ୍କ ସନ୍ଧାନରେ ରହିଥାନ୍ତି ଏହି ଝିଅମାନେ:-

୩ ତାରିଖରେ ଜନ୍ମ ହୋଇଥିବା ଝିଅମାନେ ନିଜ ପାର୍ଟନରଙ୍କୁ ନେଇ ବହୁତ ଭାବୁକ ହୋଇଥାନ୍ତି। ଏମାନଙ୍କୁ ନିଜର ହେବାକୁ ଥିବା ପାର୍ଟନର ଭିତରେ ଅନେକ ଜିନିଷର ଆଶା ରହିଥାଏ। ଯଦି କୁହାଯାଏ ପାର୍ଟନରଙ୍କୁ ନେଇ ଏମାନଙ୍କର ବହୁତ ନଖରା ହୋଇଥାଏ ଏହା ଜମାବି ଭୁଲ ହେବନାହିଁ।

ଏମାନଙ୍କୁ ସେହି ପାର୍ଟନର ପସନ୍ଦ ଯେଉଁମାନେ ଏମାନଙ୍କ ସହ ପାଦ ମିଳାଇ ଚାଲିବେ। ଏହା ସହିତ ସେମାନଙ୍କ ନଖରା କୁ ଉଠାଇବେ। କହିରଖିବୁକି ଏମାନେ ସେହି ପୁଅ ମାନଙ୍କୁ ପସନ୍ଦ କରିଥାନ୍ତି ଯେଉଁମାନେ ରୋମାଣ୍ଟିକ ହେବା ସହ ସେମାନଙ୍କ କେୟାର କରିଥାନ୍ତି ଓ ତାଙ୍କ ମୁତାବକ ଚାଲିଥାନ୍ତି।

ସବୁ ମିଶାଇ ସେମାନେ ଚାହିଁଥାନ୍ତି କି ସେମାନଙ୍କୁ ଏକ ଏପରି ଜୀବନସାଥି ମିଳୁ ଯିଏ ତାଙ୍କୁ ବହୁତ ଭଲ ପାଉଥିବା ଓ ଖୁସିରେ ରଖୁଥିବ। ଏହା ଛଡା ତାଙ୍କୁ ରାଗି ଓ ଅଟକାଉଥିବା ପୁଅ ଜମାବି ପସନ୍ଦ ନୁହେଁ। କାରଣ ସେମାନେ ନିଜ ଜୀବନ ନିଜ ହିସାବରେ ବଞ୍ଚିବା ପସନ୍ଦ ନୁହେଁ। ଏଥିପାଇଁ ଏହି ଝିଅମାନଙ୍କୁ ଶାଶୁଘରେ ଅଳ୍ପ ଅଶୁବିଧା ହୋଇଥାଏ।

ନିଜ ମନର ମାଲିକ ଅଟନ୍ତି ଏହି ଝିଅମାନେ:-

୩ ତାରିଖକୁ ଜନ୍ମ ହୋଇଥିବା ଝିଅମାନେ ଟିକେ ଜିଦିଆ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜ ଜୀବନରେ ସବୁକିଛି ନିଜ ହିସାବରେ ଚାହିଁଥାନ୍ତି। ଯଦି କେହି ତାଙ୍କ ଜୀବନରେ ପଶେ ଏମାନେ ରାଗିଯାଇଥାନ୍ତି।

ଏହି ଝିଅମାନଙ୍କ ବିଷୟରେ କୁହାଯାଏକି ଏମାନେ ପୁଅ ମାନଙ୍କୁ ଜଲ୍ଦି ଭାଉ ଦେଇନଥାନ୍ତି,କାରଣ ଏମାନଙ୍କୁ ତାଙ୍କ ଉପରେ କିଏ କଣ୍ଟ୍ରୋଲ କରୁ ଏହା ଜମାବି ପସନ୍ଦ ନୁହେଁ।କହିରଖିବୁକି ଏହି ଝିଅମାନେ ନିଜ ଜୀବନରେ ନିଜେ ପ୍ରସ୍ତୁତ କରିଥାନ୍ତି ରାସ୍ତାରେ ଚାଲିଥାନ୍ତି। ଏତିକି ନୁହେଁ ଏମାନେ କାହାର ଉପଦେଶ ନେବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ।

Google
କ୍ୟାରିଅରରେ ବହୁତ ବଡ଼ ସ୍ଥାନ ହାସଲ କରିଥାନ୍ତି:-

୩ ତାରିଖରେ ଜନ୍ମ ହୋଇଥିବା ଝିଅମାନେ ନିଜ କ୍ୟାରିଅରକୁ ନେଇ ବହୁତ ଗମ୍ଭୀର ହୋଇଥାନ୍ତି। ଏମାନଙ୍କ ପାଇଁ କ୍ୟାରିଅରଠୁ ବଳୀ କିଛି ହୋଇନଥାଏ। ଏମାନେ ନିଜ କ୍ୟାରିଅର ପାଇଁ କୌଣସି ଜିନିଷକୁ ବି ଛାଡି ଦେଇଥାନ୍ତି ଯେଉଁଠି ପାଇଁ ଏମାନେ ନିଜ କ୍ୟାରିୟରରେ ସବୁ କିଛି ହାସଲ କରିପାରନ୍ତି।

ଏହି ଝିଅମାନଙ୍କ ବିଷୟରେ କୁହାଯାଏକି ଏମାନେ ନିଜ ପରିଶ୍ରମ ଉପରେ ବିଶ୍ୱାସ ରଖିଥାନ୍ତି ଯାହା ଦ୍ୱାରା ଏମାନେ ବଡ଼ ସ୍ଥାନ ପ୍ରାପ୍ତ କରିପାରନ୍ତି। ଏମାନଙ୍କୁ କ୍ୟାରିୟରରେ ଆଗକୁ ଯିବାକୁ କେହି ଅଟକାଇ ପାରନ୍ତି ନାହିଁ। କାରଣ ଆଗକୁ ଯିବାକୁ ଏମାନେ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ।

ବହୁତ ସାହସୀ ଅଟନ୍ତି ଏହି ଝିଅମାନେ:-

୩ ତାରିଖରେ ଜନ୍ମ ହୋଇଥିବା ଝିଅମାନେ ବହୁତ ସାହସୀ ହୋଇଥାନ୍ତି। ଏହି ଝିଅମାନେ କୌଣସିବି ପରିସ୍ଥିତିରେ ନିରାଶ ହୁଅନ୍ତି ନାହିଁ। ଏମାନେ ଆଶା ଓ ବିଶ୍ୱାସ ରଖିଥାନ୍ତି ଓ ଶେଷରେ ବିଜୟ ହାସଲ କରିଥାନ୍ତି। ଏହା ସହିତ ନିଜ ପରିବାର ପାଇଁ ସବୁ ଅଶୁବିଧା ସହ ଲଢ଼ିଥାନ୍ତି।

ଏହି ଝିଅମାନଙ୍କ ବିଷୟରେ ଯଦି କୁହାଯାଏ କି ଏମାନେ କୌଣସି କଥାକୁ ଡରିନଥାନ୍ତି ତ ଏହା ଜମାବି ଭୁଲ ହେବନାହିଁ। ଏହି ଝିଅମାନଙ୍କ ମନବଳ ବହୁତ ବଡ଼ ହୋଇଥାଏ ଯେଉଁଥିପାଇଁ ଏମାନେ ସବୁ ପରିସ୍ଥିତିର ସାମ୍ନା କରିପାରିଥାନ୍ତି।

Google
ବୁଦ୍ଧି ଦ୍ଵାରା ଭାବିଥାନ୍ତି ଏହି ଝିଅମାନେ:-

ଯେଉଁ ଝିଅମାନଙ୍କ ଜନ୍ମ ୩ ତାରିଖକୁ ହୋଇଥାଏ ଏମାନେ କେବେବି ହୃଦୟରୁ କୌଣସି କଥାକୁ ଭାବିନଥାନ୍ତି। ଏହି ଝିଅମାନେ ସବୁ ନିଷ୍ପତି ବୁଦ୍ଧି ଖଟାଇ ନେଇଥାନ୍ତି। ଏମାନଙ୍କ ହିସାବରେ ମତିଷ୍କ ସବୁବେଳେ ହୃଦୟ ଠୁ ଭଲ ନିଷ୍ପତି ନେଇଥାଏ। ସେଥିପାଇଁ ଏମାନେ ଜୀବନର ସବୁ ନିଷ୍ପତି ମତିଷ୍କରୁ ନେଇଥାନ୍ତି। ଏହା ସହିତ ଏମାନେ ଲୋକଙ୍କୁ ମଧ୍ୟ କହିଥାନ୍ତି ସର୍ବଦା ମତିଷ୍କରୁ ଭାବି କାମ କର।

ଏହି ଝିଅମାନେ ଭାବିଥାନ୍ତି ଯଦି ଫଇସଲା ହୃଦୟରୁ ନିଆଯାଇଥାଏ ସର୍ବଦା ଧୋକା ମିଳିଥାଏ। ଏମାନଙ୍କୁ ଅଧିକ ଇମୋସନାଲ ହେବା ପସନ୍ଦ ନୁହେଁ। ଯେଉଁଥିପାଇଁ ଏମାନେ ହୃଦୟରୁ ନଭାବି ଅଧିକ ମତିଷ୍କରୁ ଭାବିଥାନ୍ତି। ଏହି କାରଣ ଅଟେକି ଏମାନେ କ୍ୟାରିୟରରେ ସର୍ବଦା ଆଗକୁ ବଢିଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *