କରୋନାରେ ଚାଲିଗଲେ ବାପା, ପରିବାର ପୋଷଣ ପାଇଁ ଫୁଟପାତରେ ଶାର୍ଟ ବିକ୍ରି କରୁଛନ୍ତି ୧୦ ବର୍ଷର ଝିଅ ମାହି

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଯାହା ଅଧିକ କ୍ଷତି ପହଁଞ୍ଚାଇଛି କାରଣ ଦ୍ୱିତୀୟ ଲହରୀ ପ୍ରଥମ ଲହରୀ ଅପେକ୍ଷା ଅଧିକ ସଂକ୍ରମଣ କରିବା ସହିତ ଅଧିକ ଲୋକଙ୍କ ପ୍ରାଣ ନେଉଛି। ମହାମାରି କରୋନା ଅନେକ ପରିବାର ଉଜାଡ଼ି ଦେଇଛି । ଗତ ଦେଢ଼ ବର୍ଷ ହେବ କରୋନା ମହାମାରି ସମଗ୍ର ବିଶ୍ୱରେ ସୃଷ୍ଟି କରିଛି ଭ-ୟର ବାତାବରଣ। ଏମିତି ଏକ ଦୁଃଖଦ କାଣ୍ଡ କରିଛି ବର୍ତ୍ତମାନ ମହାମାରି କରୋନା । ଯେଉଁଥିରେ ଜଣେ ୧୦ ବର୍ଷର ଝିଅକୁ ଫୁଟପାତରେ ଶାର୍ଟ ବିକ୍ରି କରିବାକୁ ବାଧ୍ୟ କରିଦେଇଛି।

Google

କରୋନା ଅନେକ ଲୋକଙ୍କ ବେରୋଜଗାର ହେବା ସହିତ ଅନେକ ଲୋକ ରାସ୍ତାକୁ ଓହ୍ଲାଇଆସିଛନ୍ତି। ଏହା ଏପରି ପରିସ୍ଥିତି ସୃଷ୍ଟି କରିଛି ଯାହା ଦ୍ୱାରା ଛୋଟ ଛୋଟ ପିଲାଙ୍କୁ ପରିବାର ବୋଝ ସମ୍ଭାଳିବାକୁ ପଡୁଛି। ଏହିପରି ଘଟିଛି ଉତ୍ତରପ୍ରଦେଶରେ ୧୦ ବର୍ଷର ଝିଅ ମାହି ସହ ଆପଣଙ୍କୁ କହିରଖିବୁ ଖରନୀ ବାଗ ଅଞ୍ଚଳର ସଦର ବଜାରରେ ରୁହନ୍ତି ୪୫ ବର୍ଷୀୟ ପ୍ରଦୀପ କୁମାର ଯାହାଙ୍କ ପରିବାର ଉପରେ ଝିଣ୍ଡି ପଡିଛି ଦୁଃଖର ପରିବାର। ପରିବାର ବହୁତ ଭଲ ଚାଲୁଥିଲା କିନ୍ତୁ ହଟାତ କାହାର ନଜର ଏହି ପରିବାର ଉପରେ ପଡ଼ିଲା କେଜାଣି ପ୍ରଦୀପଙ୍କୁ କରୋନା ହୋଇଗଲା। ଏହା ପରେ ତାଙ୍କ ଅବସ୍ଥା ଧୀରେ ଧୀରେ ବହୁତ ଖରାପ ହେବାରେ ଲାଗିଲା।

Google

 

ଏହା ପରେ ତାଙ୍କ ପରିବାର ଲୋକ ତାଙ୍କୁ ମେଡିକାଲ ନେଇଯାଇଥିଲେ କିନ୍ତୁ ସେ ଅଳ୍ପ ଦିନ ପରେ ମୃତ୍ୟୁବରଣ କରିଥିଲେ ଯାହା ପରେ ଘରେ ଅସୁବିଧା ଆରମ୍ଭ ହୋଇଯାଇଥିଲା। ଘରର ରୋଜଗାରୀଆ ପୁଅ ମରିଯିବା ପରେ ଏବେ ତାଙ୍କ ୧୦ ବର୍ଷର ଝିଅ ମାହି ଉପରେ ପୁରା ପରିବାର ନିର୍ଭର କରୁଛି। ପ୍ରଦୀପ ଜଣେ ଦରଜି ଥିଲେ ସେ ସୁନ୍ଦର ସୁନ୍ଦର ଶାର୍ଟ ତିଆରି କରି ବିକ୍ରି କରିଥିଲେ କିଛି ଉପାୟ ନଥିବାରୁ ଏବେ ଝିଅ ମାହି ମଧ୍ୟ ଫୁଟପାତରେ ଶାର୍ଟ ବିକ୍ରିକରି ପରିବାର ପୋଷଣ କରୁଛନ୍ତି। ଝିଅଟିର ଏହି ଦୁଃଖ ଦେଖି ସହିପାରିନଥିଲେ ଡିଏମ ଇନ୍ଦର କୁମାର ସିଂହ। ତେଣୁ ସେ ଘୋଷଣା କରିଛନ୍ତିକି ଯେବେ ପର୍ଯ୍ୟନ୍ତ ଝିଅକୁ ୧୮ ବର୍ଷ ନହୋଇଛି ତାଙ୍କ ମାଙ୍କୁ ପ୍ରତିମାସରେ ସରକାରଙ୍କ ତରଫରୁ ୪ ହଜାର ଟଙ୍କା ସହାୟତା ଦିଆଯିବ ଏହା ବ୍ୟତୀତ ଲାଇନ ବିଲ ମଧ୍ୟ ଛାଡ଼ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *