DC vs LSG: ଆଜି କିଏ ଜିତିବ? ଦିଲ୍ଲୀ ନା ଲକ୍ଷନୌ? ଜାଣନ୍ତୁ LSG ର ସମ୍ଭାବ୍ୟ ପ୍ଲେଇଁ ଇଲେଭେନ

ବ୍ୟୁରୋ ରିପୋର୍ଟ: ଆଇପିଏଲର ଦ୍ଵିତୀୟ ଦିନ ଅର୍ଥାତ ଏପ୍ରିଲ ୧ ତାରିଖରେ ଦୁଇଟି ମ୍ୟାଚ ଖେଳାଯିବାର ଅଛି। ପ୍ରଥମ ମ୍ୟାଚ ଅପରାହ୍ନରେ ଖେଳା ଯିବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ ସନ୍ଧ୍ୟାରେ ଖେଳାଯିବାର ଅଛି। ସନ୍ଧ୍ୟାରେ ହେବାକୁ ଥିବା ମ୍ୟାଚରେ ଲକ୍ଷନୌ ସୁପର ଜ୍ୟାଣ୍ଟସ ଦିଲ୍ଲୀ କ୍ୟାପିଟାଲସ୍ କୁ ଭେଟିବ। ଏହି ମ୍ୟାଚ ଲକ୍ଷନୌର ଇକାନା ଷ୍ଟାଡିୟମରେ ଖେଳାଯିବାର ଅଛି।

ଗତବର୍ଷ ଲକ୍ଷନୌ ଦଳ ଫାଇନାଲରେ ପହଞ୍ଚି ନଥିଲେ ମଧ୍ୟ ଦଳ ପ୍ଲେଅଫରେ ପହଂଚି ଭଲ ପ୍ରଦର୍ଶନ କରିଥିଲେ। ଏଥର ଦଳ ନିଜର ଦୁର୍ବଳତାକୁ ଦୂର କରି ଦଳକୁ ମଜଭୂତ କରିଛି। କିନ୍ତୁ ଦଳ ପାଇଁ ବର୍ତ୍ତମାନ ଏଲ ଖବର ଏହା ଯେ, ପ୍ରଥମ କିଛି ମ୍ୟାଚରେ ଓପନର କ୍ୱିଣ୍ଟନ ଡିକକ୍ ଖେଳିବେ ନାହିଁ। ସେ ଦକ୍ଷିଣ ଆଫ୍ରିକା ପକ୍ଷରୁ ନେଦରଲ୍ୟାଣ୍ଡସ୍ ବିପକ୍ଷ ସିରିଜ ଖେଳିବାରେ ବ୍ୟସ୍ତ ଅଛନ୍ତି। ତେବେ ତାଙ୍କ ଅନୁପସ୍ଥିତି ଦଳରେ କେ ଏଲ ରାହୁଲଙ୍କ ସହିତ କିଏ ଓପନିଙ୍ଗ କରିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ଲକ୍ଷନୌ ସୁପର ଜ୍ୟାଣ୍ଟସ ନିଜର ଡେବ୍ୟୁ ସିଜିନରେ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହି ପ୍ଲେଅଫରେ ପ୍ରବେଶ କରିଥିଲା। କିନ୍ତୁ ଦଳ ଏଲିମିନେଟର ରାଉଣ୍ଡରେ ଆରସିବି ଦଳ ଠାରୁ ହାରିବା ପରେ ଟାଇଟଲ ଦୌଡ଼ରୁ ବାହାର ହୋଇ ଯାଇଥିଲା। କିନ୍ତୁ ଆଗାମୀ ସିଜିନ ଦଳ ପାଇଁ ଭଲ ହେବ ବୋଲି ଆଶା କରାଯାଉଛି।

କେ ଏଲ ରାହୁଲଙ୍କ ଅଧିନାୟକତ୍ୱ ଲକ୍ଷନୌ ସୁପର ଜ୍ୟାଣ୍ଟସ ଦଳ ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲସ୍ ଦଳକୁ ଭେଟିବ। ଲକ୍ଷନୌରେ ନିଜ ଘରୋଇ ମାଟିରେ ଏହା ଦଳର ପ୍ରଥମ ମ୍ୟାଚ ଅଟେ। ଦଳ ପାଖରେ ଅନେକ ଅଲରାଉଣ୍ଡର ଖେଳାଳି ଅଛନ୍ତି ଯିଏକି ଦଳକୁ ବିଜୟୀ କରାଇବାରେ ସମର୍ଥ ଅଟନ୍ତି। ସେମାନେ ହେଉଛନ୍ତି ମାର୍କସ ଷ୍ଟୋଇନିସ୍, କ୍ରୁନାଲ ପାଣ୍ଡ୍ୟା, ଦୀପକ ହୁଡ୍ଡା, ଡାନିଏଲ ସାମ୍ସ, କୃଷ୍ଣପା ଗୌତମ। ସବୁଠାରୁ ଅଧିକ ପ୍ରାଇସ୍ (୧୬ କୋଟି) ରେ ଦଳ ନିକୋଲସ୍ ପୁରାନଙ୍କୁ କିଣିଥିଲା। ଏହା ବ୍ୟତୀତ ଦଳ ପାଖରେ ଦ୍ରୁତ ବୋଲର ଜୟଦେବ ଉନାଦକତ ମଧ୍ୟ ଅଛନ୍ତି।

ଦଳ ପାଖରେ ଅଲରାଉଣ୍ଡର ଥିଲେ ମଧ୍ୟ ବହୁତ କମ୍ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯେଉଁମାନେ ଦଳକୁ ବିଜୟୀ କରାଇ ପାରିବେ। ଓପନର କେ ଏଲ ରାହୁଲ ଏବଂ ସ୍ପିନର ବ୍ୟାଟ୍ସମ୍ୟାନ୍ ଦୀପବ ହୁଡା କେବଳ ଅଭିଜ୍ଞ ଖେଳାଳି ଭାବରେ ଅଛନ୍ତି।

ଆୟୁଷ ବଦୋନୀ, ମନନ ଭୋରା ଯୁବ ଖେଳାଳି ଅଟନ୍ତି। କିନ୍ତୁ ଅଧିନାୟକ କେ ଏଲ ରାହୁଲ ଫର୍ମରେ ନାହାନ୍ତି। ଅନ୍ୟପକ୍ଷରେ ଦୀପକ ହୁଡ୍ଡା ଟି-ଟ୍ୱେଣ୍ଟି କ୍ରିକେଟରେ ଓପନିଙ୍ଗ କରି ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ଲଗାଇ ସାରିଛନ୍ତି। ସେ ଦଳ ପାଇଁ ଜବରଦସ୍ତ ସାବ୍ୟସ୍ତ ହୋଇ ପାରନ୍ତି।

ଲଖନୌ ସୁପର ଜ୍ୟାଣ୍ଟସ ଦଳର ସମ୍ଭାବ୍ୟ ଏକାଦଶ:-
କେ ଏଲ ରାହୁଲ(ଅଧିନାୟକ), ଦୀପକ ହୁଡ୍ଡା, କାଇଲ ମେୟର୍ସ, ମାର୍କସ ଷ୍ଟୋଇନିକ୍ସ, ନିକୋଲସ ପୁରାନ, ଆୟୁଷ ବଦୋନୀ,ମନନ ଭୋରା, କ୍ରୁନାଲ ପାଣ୍ଡ୍ୟା, ଜୟଦେବ ଉନାଦକତ, ରବି ବିସ୍ନୋଇ, ମାର୍କ ଉଡ଼।

Leave a Reply

Your email address will not be published. Required fields are marked *