DC vs PBKS: ବଢ଼ିଲା ଦିଲ୍ଲୀର ପ୍ଲେ ଅଫର ଚାନ୍ସ! ମ୍ୟାଚ ହାରି ପଞ୍ଜାବ IPL 2022 ରୁ ହୋଇପାରେ ବାହାର!

ବ୍ୟୁରୋ ରିପୋର୍ଟ: ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେଅଫରେ ପହଁଚିବାର ଆଶା ବଜାଇ ରଖିଛି। ଦିଲ୍ଲୀ ଆଇପିଏଲ ୨୦୨୨ର ୬୪ ତମ ମ୍ୟାଚରେ ପଞ୍ଜାଵ କିଙ୍ଗସକୁ ୧୭ ରନରେ ହରାଇଛି। ଏହା ଦିଲ୍ଲୀର ୧୩ ମ୍ୟାଚରେ ୭ ମ ବିଜୟ ଅଟେ ମାନେ ଟିମ ଏବେ ୧୬ ଅଙ୍କ ପର୍ଯ୍ୟନ୍ତ ପହଁଚିପାରିବ। ଅନ୍ୟ ପଟେ ଏହା ପଞ୍ଜାଵର ୭ ମ ପରାଜୟ ଅଟେ ମାନେ ପଞ୍ଜାଵ ଆଉ ୧୪ ଅଙ୍କ ପର୍ଯ୍ୟନ୍ତ ହିଁ ପହଁଚିପାରିବ। ଦିଲ୍ଲୀ ଏବେ ଚତ୍ରୁର୍ଥ ସ୍ଥାନକୁ ଚାଲିଆସିଛି। ଏହି ମ୍ୟାଚରେ ଦିଲ୍ଲୀ ଆଗ ବ୍ୟାଟିଙ୍ଗ କରି ୭ ୱିକେଟ ହରାଇ ୧୫୯ ରନ କରିଥିଲା। ମଚେଲ ମାର୍ସ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ। ଜବାବରେ ପଞ୍ଜାଵ ଟିମ ୨୦ ଓଭରରେ ୯ ୱିକେଟ ହରାଇ ୧୪୨ ରନ ହିଁ କରିପାରିଥିଲା। ଦିଲ୍ଲୀ ପାଇଁ ସାରଦୁଲ ଠାକୁର ୪ ଟି ୱିକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Google

ଲକ୍ଷ୍ୟର ପିଛା କରିବକୁ ଓହ୍ଲାଇ ପଞ୍ଜାଵର ଆରମ୍ଭ ଭଲ ରହିଥିଲା ଓପନର ବେୟରଷ୍ଟୋ ଓ ଧାୱନ ୩.୫ ଓଭରରେ ୩୮ ରନର ପାର୍ଟନରସିପ କରିଥିଲେ। ବେୟରଷ୍ଟୋ ୨୮ ରନ କରି ଏନରିକ ନୋର୍କିଆଙ୍କ ଶିକାର ହୋଇଥିଲେ। ଗୋଟେ ସମୟରେ ପଞ୍ଜାଵର ସ୍କୋର ଗୋଟେ ୱିକେଟରେ ୫୩ ରନ ଥିଲା। ଏହା ପରେ ୬୭ ରନରେ ୬ ୱିକେଟ ହୋଇଯାଇଥିଲା।

ସାରଦୁଲ ଠାକୁର ଦେଲେ ଡବଲ ଝଟକା:

ସାରଦୁଲ ଠାକୁର ୬ ନମ୍ବର ଓଭରରେ ପଞ୍ଜାଵକୁ ଡବଲ ଝଟକା ଦେଇଥିଲେ। ସେ ସେହି ଓଭରରେ ଧାୱନ ଓ ରାଜପକ୍ଷେ ଦୁହିଁଙ୍କୁ ଆଉଟ କରିଥିଲେ।ଧାୱନ ୧୯ ଓ ରାଜପକ୍ଷେ ୪ ରନ କରିଥିଲେ। ୭ମ ଓଭରରେ ଅକ୍ଷର ପଟେଲ ମୟଙ୍କ ଅଗ୍ରୱାଲଙ୍କୁ ବୋଲ୍ଡ କରିଥିଲେ। ଅଷ୍ଟମ ଓଭରରେ କୁଲଦୀପ ଯାଦବ ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ଆଉଟ କରିଥିଲେ। ଏହା ପରେ କୁଲଦୀପ ୧୦ ତମ ଓଭରରେ ହରପ୍ରୀତ ବାରଙ୍କୁ ଆଉଟ କରିଥିଲେ।ଅକ୍ଷର ପଟେଲ ଋଷି ଧାୱନଙ୍କୁ ମଧ୍ୟ ଆଉଟ କରିଥିଲେ।

ଜିତେସ ଶର୍ମା ଏକାକୀ କଲେ ସଂଘର୍ଷ:

Google

ୱିକେଟକିପରି ବ୍ୟାଟ୍ସମ୍ୟାନ ଜିତେସ ଶର୍ମା ସୁନ୍ଦର ପାରି ଖେଳିଥିଲେ। ସେ ୧୮ ଓଭରରେ ୩୪ ବଲରେ ୪୪ ରନର ସଂମାନଜନକ ପାରି ଖେଳି ସାରଦୁଲ ଠାକୁରଙ୍କ ଶିକାର ହୋଇଥିଲେ।ପଞ୍ଜାଵକୁ ୧୨ ବଲରେ ୨୯ ରନର ଆବଶ୍ୟକତା ଥିଲା ଓ ହାତରେ ଦୁଇଟି ୱିକେଟ ଥିଲା। ୧୯ ତମ ଓଭର ଏନରିକ ନୋର୍ଥୀଆ ପକାଉଥିଲେ। ସେ ମାତ୍ର ୩ ରନ ଦେଲେ ଓ ଶେଷ ଓଭରରେ ସାରଦୁଲ ଠାକୁର ମାତ୍ର ୮ ରନ ଦେଇଥିଲେ।

ସରଫରାଜ ଓ ଲଲୀତ ସମ୍ଭାଳିଥିଲେ:

ଦିଲ୍ଲୀ କ୍ୟାପିଟଲା ଟସ୍ ହାରି ପ୍ରଥମେ ବ୍ୟାଟିଙ୍ଗ କରି ମିଚେଲ ମାର୍ସଙ୍କ ୬୩ ରନର ପାରିଦ୍ଵାରା ୭ ୱିକେଟ ହରାଇ ୧୫୯ ରନ କରିଥିଲା। ଲିଭିଙ୍ଗଷ୍ଟୋନ ୨୭ ରନ ଦେଇ ତିନୋଟି ୱିକେଟ ନେଇଥିଲେ ଓ ଅର୍ସଦୀପ ତିନୋଟି ଓ ରବାଡ଼ା ମଧ୍ୟ ଗୋଟେ ୱିକେଟ ନେଇଥିଲେ। ମାର୍ସଙ୍କ ଛଡ଼ା ଦିଲ୍ଲୀର ପାରିରେ ଲଲିତ ଯାଦବ (୨୪) ଓ ସରଫରାଜଙ୍କ(୩୨) ରନର ପାରି ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ମ୍ୟାଚରେ ଅଧିନାୟକ ପନ୍ତ ଖାସ କରିପାରିନଥିଲେ ଓ ଅସଫଳ ରହିଥିଲେ।ବତାଙ୍କ ଛଡା ଡେଭିଡ ୱାରନର ଶୂନ୍ୟରେ ଆଉଟ ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *