ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ପହଞ୍ଚିଲା ଶ-ବ, ଏହା ଦେଖି ବ୍ୟାଙ୍କ କର୍ମଚାରୀଙ୍କର ଉଡ଼ିଗଲା ହୋସ । ଜାଣନ୍ତୁ ସମ୍ପୂର୍ଣ ମାମଲା

ବିହାରର ରାଜଧାନୀ ପାଟଣାର ଏକ ଗାଁରେ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଶବ ଅର୍ଥାତ ଜଣେ ମୃତ ବ୍ୟକ୍ତି ନିଜର ଟଙ୍କା ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ । ବ୍ୟାଙ୍କରେ ଥିବା ସମସ୍ତ କର୍ମଚାରୀ ମାନେ ଏହା ଦେଖି ଚକିତ ହୋଇଯାଇଥିଲେ । ଆପଣ ମଧ୍ୟ ସମ୍ପୂର୍ଣ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ, କିନ୍ତୁ ସେହି ବ୍ୟାଙ୍କରେ ଏହା ହିଁ ଘଟିଥିଲା ଏବଂ ଏହି ଘଟଣା ସତ ଅଟେ ।

Google

ବାସ୍ତବରେ, ଏହି ଅଜବ ମାମଲା ବିହାରର ରାଜଧାନୀ ପାଟନା ସହରର ଶାହଜହାନପୁର ପୋଲିସ ଷ୍ଟେସନ ଅଞ୍ଚଳର ସିଗରୀୟାବାନ ଗାଁରେ ଘଟିଛି । ସେଠି ଥିବା କାନାରା ବ୍ୟାଙ୍କର ଏକ ଶାଖା ଏହି ଅଜବ ଘଟଣା ହୋଇଛି । ସିଗରୀୟାବାନ ଗାଁର ବାସିନ୍ଦା ମହେଶ ଯାଦବ ୫୫ ବର୍ଷୀୟ, ତାଙ୍କର ମଙ୍ଗଳବାର ସକାଳେ ଦେହ ଅସୁସ୍ଥତା ଯୋଗୁ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ଗ୍ରାମବାସୀମାନେ ବ୍ୟାଙ୍କକୁ ଯାଇ ତାଙ୍କ ଖାତାରେ ଥିବା ଟଙ୍କା ବ୍ୟାଙ୍କ ଷ୍ଟାଫଙ୍କୁ ମାଗିଥିଲେ, କିନ୍ତୁ ବ୍ୟାଙ୍କ ମ୍ୟାନେଜର ଟଙ୍କା ଦେବାକୁ ମନା କରିଦେଇଥିଲେ ।

ଏହି କଥାରେ ରାଗିଯାଇ ଗ୍ରାମବାସୀମାନେ ମହେଶ ଯାଦବଙ୍କ ମୃତ ଶରୀରକୁ ନେଇ ବ୍ୟାଙ୍କରେ ପହଞ୍ଚିଲେ ଏବଂ ଶବକୁ ବ୍ୟାଙ୍କ ଭିତରକୁ ନେଇ ରଖିଦେଇଥିଲେ । ଏହି ସବୁ ଘଟଣା ଦେଖି ବ୍ୟାଙ୍କର ସମସ୍ତ କର୍ମଚାରୀ ବିଚଳିତ ହୋଇଥିଲେ । ପ୍ରାୟ ତିନି ଘଣ୍ଟା ପର୍ଯ୍ୟନ୍ତ ମହେଶଙ୍କ ଶବ ବ୍ୟାଙ୍କ ଭିତରେ ପଡ଼ିରହିଲା । କିନ୍ତୁ ଗ୍ରାମବାସୀମାନେ ମାନିବାକୁ ପ୍ରସ୍ତୁତ ନଥିଲେ । ତେଣୁ ବ୍ୟାଙ୍କ ମ୍ୟାନେଜର ନିଜ ପକେଟରୁ ୧୦ ହଜାର ଟଙ୍କା ଦେଇ ଏହି ମାମଲାକୁ ଶାନ୍ତ କରିଥିଲେ ।

Google

କାନାରା ବ୍ୟାଙ୍କର ମ୍ୟାନେଜର ସଞ୍ଜୀବ କୁମାର କହିଛନ୍ତି ଯେ ଗ୍ରାମବାସୀମାନେ ମହେଶଙ୍କ ଟଙ୍କା ଉଠାଇବାକୁ ଆସିଥିଲେ । ଶବଦାହ ପାଇଁ ସେମାନଙ୍କୁ ଟଙ୍କା ଦରକାର ଥିଲା । କିନ୍ତୁ ବ୍ୟାଙ୍କର ଏକ ନିୟମାବଳୀ ରହିଥାଏ । ସେହି ଅନୁଯାୟୀ, ଟଙ୍କା ଟଙ୍କା ଦିଆଯାଇ ନଥିଲା । କାରଣ ତାଙ୍କ ଖାତାରେ କେହି ବି ନୋମିନ ନଥିଲେ ଏବଂ ମୃତକଙ୍କ KYC ମଧ୍ୟ ନଥିଲା । ଯେତେବେଳେ ତାଙ୍କ ମୃତ୍ୟୁର କାଗଜପତ୍ର ଆସିଯିବ, ସେତେବେଳେ ତାଙ୍କ ଦାବିଦାରଙ୍କୁ ଟଙ୍କା ଦେଇ ଦିଆଯିବ ।

ଟଙ୍କା ପାଇବା ପରେ ଗ୍ରାମବାସୀମାନେ ମୃତ ମହେଶ ଯାଦବଙ୍କ ଅନ୍ତିମ ସଂସ୍କାର ପାଇଁ ନେଇଯାଇଥିଲେ । ବାସ୍ତବରେ, ମହେଶଙ୍କର ବାହାଘର ହୋଇନଥିଲା ଏବଂ ତାଙ୍କ ଆଗ ପଛରେ କେହି ନଥିଲେ । ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର ଏକ ଲକ୍ଷ ଅଠର ହଜାର ଟଙ୍କା ଥିଲା । କିନ୍ତୁ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର କେହି ବି ନୋମିନ ନଥିଲେ । ଏପରିକି ତାଙ୍କର KYC ମଧ୍ୟ ଜମା ହୋଇନଥିଲା । ଏହି କାରଣରୁ ବ୍ୟାଙ୍କ ସେମାନଙ୍କୁ ଟଙ୍କା ଦେବାକୁ ମନା କରିଦେଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *