ଟ୍ୱିଟରରେ କୋଳାହଳ, ଅଶ୍ଳୀଳତା ବଢ଼ାଉଥିବାରୁ ଗିରଫ ହେଲେ ପୁନମ ପାଣ୍ଡେ ।

Debate on Twitter Poonam Pandey arrested for spreading obscenity in goa ask how did Milind Soman do

ଗୋଟେ ପଟେ ପୁନମ ପାଣ୍ଡେଙ୍କୁ ବିଚରେ ମ୍ୟୁଜିକ ଭିଡ଼ିଓ ସୁଟ କରିବା ଦ୍ୱାରା ଅଶ୍ଳୀଳତା ବଢ଼ାଉଥିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଅନ୍ୟ ପଟେ ଗୋଆ ବିଚରେ ବିନା କପଡ଼ାରେ ଦୌଡ଼ ଲଗାଇ ମିଲିନ୍ଦ ପ୍ରଶଂସା ପାଉଛନ୍ତି। କିଛି ଟ୍ୱିଟର ୟୁଜର୍ସଙ୍କୁ ଏହି କଥା ବୁଝାପଡୁନାହିଁ। ତାଙ୍କୁ ଏଥିରେ ଯେଣ୍ଡର ଡ଼ିକ୍ରିମିନେସନ ଦେଖାଯାଉଛି।

Google

ମଡ଼େଲ ପୁନମ ପାଣ୍ଡେଙ୍କୁ ଗୋଆ ପୋଲିସ ଗିରଫ କରିଛି।ତାଙ୍କ ଉପରେ ଅଭିଯୋଗ ଅଛି କି ସେ ସରକାରୀ ସମ୍ପତିରେ ଅଶ୍ଳୀଳ ଭିଡ଼ିଓ ସୁଟ କରିଛନ୍ତି। ଦକ୍ଷିଣ ଗୋଆ ଜିଲ୍ଲାର କୋନକୋନା ସହରରେ ରହୁଥିବା ଅନେକ ଲୋକ ଏହି ସୁଟିଙ୍ଗ ପାଇଁ ସରକାରୀ ସମ୍ପତିର ଦୁରୂପଯୋଗର ଅଭିଯୋଗ କରିଛନ୍ତି। ଏହା ପରେ ଦୁଇ ପୋଲିସ କର୍ମୀ ( ନିରୀକ୍ଷକ ତୁକାରାମ ଚହାଣ ଓ ଜଣେ କନେଷ୍ଟବଳ) ଙ୍କୁ ବାହାର କରିଦିଆଯାଇଛି। କୋନକୋନା ସହରର ଚାପୋଲି ବାନ୍ଧ ରେ ସୁଟିଙ୍ଗ ସମୟରେ ଅଶ୍ଳୀଳତାକୁ ନେଇ ବୁଧବାର ଦିନ ପୁନମଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲା।

ସେହିପରି ଅନ୍ୟ ପଟେ ବଲିଉଡର ଅଭିନେତା ମିଲିନ୍ଦ ସୋମନ ନିଜ ୫୫ତମ ଜନ୍ମ ଦିନ ପାଳନ କରି ବିଚରେ ନିବସ୍ତ୍ର ହୋଇ ଦୌଡ଼ ଲଗାଇଛନ୍ତି।  ସେହି ଫଟୋକୁ ସେ ଟ୍ୱିଟରରେ ସେୟାର କରିବା ପରେ ତାଙ୍କ ଶରୀରକୁ ନେଇ ଅନେକ ପ୍ରଶଂସା ମିଳିଛି। ଆଉ ଗୋଟେ ପଟେ ବିଚରେ ମ୍ୟୁଜିକ ଭିଡ଼ିଓ କରୁଥିବା ପୁନମ ପାଣ୍ଡେଙ୍କୁ ପୋଲିସ ଅଶ୍ଳୀଳତା ବଢ଼ାଉଥିବା ଅଭିଯୋଗରେ ଗିରଫ କରିଛି।

ସେହିପରି ଗୋଆର ବିଚରେ ନିବସ୍ତ୍ର ହୋଇ ଦୌଡୁଥିବା ମିଲିନ୍ଦ ସୋମନଙ୍କୁ ପ୍ରଶଂସା ମିଳୁଛି। ଟ୍ୱିଟର ୟୁଜର୍ସଙ୍କୁ ଏହି କଥା ବୁଝାପଡୁନାହିଁ। ତାଙ୍କୁ ଏଥିରେ ଯେଣ୍ଡର ଡ଼ିକ୍ରିମିନେସନ ଦେଖାଯାଉଛି।

ଆଖିପକାନ୍ତୁ ଏହା ଉପରେ ସୋସିଆଲ ମିଡିଆ ୟୁଜର୍ସଙ୍କର କିଛି ଟ୍ୱିଟ ଉପରେ:

ଡାଇରେକ୍ଟର ଅପୂର୍ବ ଅସରାନୀଙ୍କର ଟ୍ୱିଟ ସବୁଠୁ ଅଧିକ ଭାଇରାଲ ହୋଇଛି। ସେ ଲେଖିଛନ୍ତି,ପୁନମ ଓ ନିଲିନ୍ଦ ଦୁହେଁ ଗୋଆ ବିଚରେ ଷ୍ଟିପ କରିଛନ୍ତି। ପାଣ୍ଡେ କମ ଓ ନିଲିନ୍ଦ ବେସି ଷ୍ଟିପ କରିଛନ୍ତି। ପୁନମ ଏହା ପାଇଁ ଆଇନ ଜାଲରେ ଫସିଯାଇଥିବା ବେଳେ ୫୫ ବର୍ଷ ବୟସରେ ଫିଟ ଶରୀର ପାଇଁ ନିଲିନ୍ଦଙ୍କୁ ପ୍ରଶଂସା ମିଳୁଛି। ମତେ ଲାଗୁଛି ଆମେ ନଗ୍ନ ମହିଳାଙ୍କ ଠୁ ନଗ୍ନ ପୁରୁଷଙ୍କ ପ୍ରତି ବେସି ଦୟାଳୁ “।

ମିଲିନ୍ଦ ସୋମନ ସେହି କାମ ପାଇଁ ପ୍ରଶଂସା ମିଳୁଛି ଯେଉଁ କାମ ପାଇଁ ପୁନମ ପାଣ୍ଡେଙ୍କ ଉପରେ ଏଫଆଇଆର ଦାଖଲ କରାଯାଇଛି । ଏଥିପାଇଁ ଫେମିନିଯିମ ଜରୁରୀ ।

ମିଲିନ୍ଦ କଲେ କୁଲ ଓ ପୁନମ କଲେ ପୋଲିସରେ ଅଭିଯୋଗ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *