୨୦ ବର୍ଷୀୟ ଦେବଦତ ପାଡିକଲ ଆଇପିଏଲ ଅଧିନାୟକ ମାନଙ୍କ ଉପରର ଭାରି,କାଟିଲେ ଏହି ଷ୍ଟାର ଖେଳାଳିଙ୍କୁ।

କର୍ଣ୍ଣାଟକର ବାମହାତୀ ବ୍ୟାଟ୍ସମ୍ୟାନ ଦେବଦତ ପଡିକଲ ଗ୍ରୁପ ଏ ରେ ସୁନ୍ଦର ଖେଳ ଜାରି ରଖିଛନ୍ତି। ଲିଗ ରାଉଣ୍ଡ ଶେଷ ସୁଦ୍ଧା କର୍ଣ୍ଣାଟକର ଦେବଦତ ପଡିକଲ ୫୭୨ ରନସହ ଟପରେ ଅଛନ୍ତି। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୫୦୦ ରନ ପର୍ଯ୍ୟନ୍ତ ପହଁଚିପାରିନାହଁନ୍ତି। ପଡିକଲ ସବୁ ୫ ଟି ଯାକ ମ୍ୟାଚରେ ୫୦ ରୁ ଅଧିକ ରନ କରିଛନ୍ତି। ସେ ଏବେ ପର୍ଯ୍ୟନ୍ତ ତିନୋଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ଲଗାଇସାରିଛନ୍ତି।ତାଙ୍କର ଔସତ ୧୯୧ ର ଅଟେ। ୨୦ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ ସବୁଠୁ ଅଧିକ ୧୫୨ ରନର ପାରି ଖେଳିଛନ୍ତି।ଏବେ ପର୍ଯ୍ୟନ୍ତ ୫୧ ଚୌକା ଓ ୧୮ ଟି ଛକା ମାରିସାରିଛନ୍ତି।

Google

ଦେବଦତ ପଡିକଲଙ୍କ ଏବେ ପର୍ଯ୍ୟନ୍ତ ଲିଷ୍ଟ ଏ ମ୍ୟାଚ କଥା କହିବାତ ସେ ଏବେ ପର୍ଯ୍ୟନ୍ତ ୧୮ ଟି ମ୍ୟାଚ ଖେଳିସାରିଛନ୍ତି।୮୬ର ଔସତ ସହ ୧୨୨୨ ରନ କରିଛନ୍ତି। ଏଥିରେ ୫ ଶତକ ଓ ୭ ଅର୍ଦ୍ଧଶତକ ସାମିଲ ଅଛି କିନ୍ତୁ ଫାଷ୍ଟ କ୍ଳାସ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଲିଷ୍ଟ ଏ ରୁ ଭଲ ନାହଁ। ଫାଷ୍ଟ କ୍ଳାସରେ ସେ ୧୫ ମ୍ୟାଚରେ ୩୫ ଔସତରେ ୯୦୭ ରନ କରିଛନ୍ତି। ଏହି ସମୟରେ ସେ ଗୋଟେ ମଧ୍ୟ ଶତକ ମାରିପାରିନାହାଁନ୍ତି। ୯୯ ରନ ତାଙ୍କର ଏଥିରେ ସର୍ବାଧିକ ସ୍କୋର ଓ ଏଥିରେ ସେ ୧୦ ଟି ଅର୍ଦ୍ଧଶତକ ମାରିସାରିଛନ୍ତି। ଏହି ଅଫ ସ୍ପିନର ବୋଲିଙ୍ଗ ମଧ୍ୟ କରିଛନ୍ତି କିନ୍ତୁ ୱିକେଟ ନେଇପାରି ନାହାଁନ୍ତି।

ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ପଟୁ ସେ ଖେଳିଥାନ୍ତି। ପୂର୍ବ ବର୍ଷ ସେ ଆଇପିଏଲରେ ଡେଭ୍ୟୁ କରିଥିଲେ। ୧୫ ଟି ଆଇପିଏଲ ମ୍ୟାଚରେ ୩୨ ଔସତରେ ୪୭୩ ରନ ବନେଇଥିଲେ। ଏହି ସମୟରେ ସେ ୫ ଟି ଅର୍ଦ୍ଧଶତକୀୟ ପାରି ଖେଳିଥିଲେ। ୭୪ ରନର ପାରି ତାଙ୍କର ଆଇପିଏଲରେ ସର୍ବାଧିକ ସ୍କୋର ଅଟେ। ସମୁଦାୟ ଟି-୨୦ ମ୍ୟାଚ କହିବାତ ଏହି ଓପନର ବ୍ୟାଟ୍ସମ୍ୟାନ ୩୩ ଟି ମ୍ୟାଚରେ ୪୪ ଔସତରେ ୧୨୭୧ ରନ କରିଛନ୍ତି।ଗୋଟେ ଶତକ ଓ ୧୧ ଟି ଅର୍ଦ୍ଧଶତକ ମାରିଛନ୍ତି। ସେହି ସମୟରେ ତାଙ୍କ ଷ୍ଟାଇକ ରେଟ ୧୪୬ ରହିଛି। ଟି-୨୦ ହିସାବରେ ଏହା ସୁନ୍ଦର ରେକର୍ଡ ଅଟେ।

Google

ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ଶ୍ରେୟସ ଅୟମ ମଧ୍ୟ ଲିଷ୍ଟ ଏ ମ୍ୟାଚରେ ସନ୍ତୋଷଜନକ ଖେଳ ଦେଖେଇଛନ୍ତି ସେ ୪ଟି ମ୍ୟାଚରେ ଦୁଇଟି ଶତକ ସହ ୨୬୦ ରନ କରିଛନ୍ତି। ତାଙ୍କର ଔସତ ୮୭ ଥିଲା ଓ ଷ୍ଟାଇକ ରେଟ ୧୦୫। ମୁମ୍ବାଇର ଅଧିନାୟକ ୧୧୬ ରନର ସର୍ବାଧିକ ପାରି ଖେଳିଛନ୍ତି। ମୋଟ ଲିଷ୍ଟ ଏ ମ୍ୟାଚରେ ଅୟର ୧୦୩ ମ୍ୟାଚରେ ୮ ଟି ଶତକ ଓ ୨୫ ଅର୍ଦ୍ଧଶତକ ସହ ୩୯୭୦ ରନ କରିସାରିଛନ୍ତି। ମାନେ ତାଙ୍କ ପାଖରେ ୪ ହଜାର ରନ କରିବାର ମୌକା ଅଛି। ଏହି ସମୟରେ ତାଙ୍କ ଔସତ ୪୫ ର ରହିଛି।

Google

କେରଳର ଅଧିନାୟକ ସଞ୍ଜୁ ସାମସନ ବର୍ତ୍ତମାନର ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି। ୫ ଟି ମ୍ୟାଚରେ ସେ କେବଳ ଗୋଟେ ଥର ୫୦ ରୁ ଅଧିକ ରନର ପାରି ଖେଳିଛନ୍ତି। ସେ ସର୍ବାଧିକ ୬୧ ରନର ପାରି ଖେଳିଛନ୍ତି।୫ ଟି ମ୍ୟାଚରେ ସେ ୩୦ ଔସତରେ ୧୨୧ ରନ କରିଛନ୍ତି।ପୂର୍ବ ଆଇପିଏଲରେ ଛକା ପାଇଁ ପ୍ରସିଦ୍ଧ ଏହି ବ୍ୟାଟ୍ସମ୍ୟାନ ଏବେ ପର୍ଯ୍ୟନ୍ତ ବିଜୟ ହଜାର ଟ୍ରଫିରେ ମାତ୍ର ୬ଟି ଛକା ମାରିବାର ନଜର ଆସିଛନ୍ତି। ସାମସନଙ୍କୁ ନେଇ ବଡ଼ବଡ଼ ମହାନ ଖେଳାଳି ମାନେ ଅନେକ ଥର ଆଲୋଚନା କରିଛନ୍ତି ସେ ନିଜ ପ୍ରଦର୍ଶନକୁ ବଜାଇ ରଖିପାରନ୍ତିନି। ଏହିବର୍ଷ ଆଇପିଏଲରେ ତାଙ୍କୁ ରାଜସ୍ଥାନ ରୟାଲ୍ସର କ୍ୟାପଟେନ ଦାୟିତ୍ୱ ବି ଦିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *