ଡିସେମ୍ବର ଆସିବାରୁ ବଢୁଛି ବିପଦ,ଡେସେମ୍ବର ୧୫ ରୁ ଜାନୁଆରୀ ୧୫ ମଧ୍ୟରେ ଦେଶରେ ମହାମାରୀ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବ ବୋଲି ଆଶଙ୍କା କରାଯାଇଛି।

ଡିସେମ୍ବର ଆସିବାରୁ ବଢୁଛି ବିପଦ। ଡିସେମ୍ବର ଆସିବାରୁ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବାକୁ ନେଇ ସମସ୍ତେ ଚିନ୍ତିତ। ଡିସେମ୍ବର ୧୫ ରୁ ଜାନୁଆରୀ ୧୫ ମଧ୍ୟରେ ଦେଶରେ ମହାମାରୀ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବ ବୋଲି ଆଶଙ୍କା କରାଯାଇଛି। ବର୍ତ୍ତମାନ ଆଗ ଅପେକ୍ଷା ରାଜ୍ୟରେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ଏହା ପରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହେବାକୁ ନେଇ ଭୟ ରହୁଛି। ବର୍ତ୍ତମାନ ୟୁରୋପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହେବାରେ ଲାଗିଛି। ଏଥିପାଇଁ ଇଂଲଣ୍ଡ ସହ ଆହୁରି ଅନେକ ସ୍ଥାନରେ ଲକଡାଉନ ପୁନଃ ଜାରିକରାଯାଇଛି।

Google

ଏହି କାରଣରୁ ଏହି ଡିସେମ୍ବର ମାସରେ ଅଧିକ ସଂକ୍ରମଣ ହେବାକୁ ନେଇ ଭୟ ବଢୁଛି। ଡିସେମ୍ବର ମାସରେ ଓଡ଼ିଶାରେ ସବୁଠୁ ଅଧିକ ଶୀତ ଅନୁଭୂତ ହୁଏ। ଅଧିକ ଶୀତ କାରଣରୁ ହିଁ ୟୁରୋପରେ ସଂକ୍ରମଣ ବଢ଼ିବାରେ ଲାଗିଛି। ୟୁରୋପକୁ ଦେଖି ଓଡିଶାରେ ମଧୁ ଥଣ୍ଡା ଆଗକୁ ହେବାକୁ ଅଛି ତେଣୁ ଓଡିଶାରେ ମଧ୍ୟ ସଂକ୍ରମଣ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଏହି କଥାକୁ ଧ୍ୟାନରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ କୋଭିଡ଼ ବୈଠକ ଅନୁଷ୍ଠିତ କରି ସତର୍କତା ମୂଳକ ପଦକ୍ଷେପ ପାଇଁ ଆଲୋଚନା କରାଯାଇଛି ଓ ଏହାକୁ ଅଧିକ ଗୁରୁତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେ ଲକଡାଉନ କରିବା ସମ୍ଭବ ନୁହେଁ ତେଣୁ ଲୋକମାନେ ଅଧିକ ସତର୍କ ରହିବା ଯେପରି ସର୍ବଦା ଠିକ ଭାବରେ ମାସ୍କ ପିନ୍ଧନ୍ତୁ, ସର୍ବଦା ଭଲ ଭାବରେ ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ରକ୍ଷା ନେଇ ସାବଧାନ ହୁଅନ୍ତୁ।

Google

ଆପଣଙ୍କୁ କହିରଖିବୁ କି ବର୍ତ୍ତମାନ କେରଳରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅଧିକ ମାତ୍ରାରେ ହେବାରୁ ସେଠାକର ସ୍ଥିତି ବହୁତ ଖରାପ ରହିଛି। କେରଳର ପ୍ରସିଦ୍ଧ ପର୍ବ ଓନାମ ପରେ ସେଠାରେ ହଠାତ୍ ସଂକ୍ରମଣ ସଂଖ୍ୟା ବହୁତ ବଢ଼ିବାରେ ଲାଗିଥିଲା। କେରଳ ଭଳି ଦିଲ୍ଲୀ ଓ କଲିକତାରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢିଛି କିନ୍ତୁ ସେଠାରେ ତାହା ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ କି ନାହିଁ ତାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ କିନ୍ତୁ ୟୁରୋପର ପ୍ରାୟ ସମସ୍ତ ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ହ୍ରାର ବଢିବା ଯୋଗୁ ସେଠାକର ଚିନ୍ତା ବଢିଯାଇଛି। ସେଥିପାଇଁ ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ବ୍ରିଟେନ, ବେଲଜିୟମ, ଅଷ୍ଟ୍ରିଆରେ ଏହାକୁ ଦେଖି ପୁନଃ ଲକଡାଉନ ଜାରି କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *