IND vs AUS: ଦ୍ୱିତୀୟ T-20 ରେ ଦୀପକ ଚାହର ଜିତେଇବେ ମ୍ୟାଚ! ନାଗପୁରରେ ଅଛି ତାଙ୍କର ବିଶ୍ଵ ରେକର୍ଡ, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ପାଖରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଶୁକ୍ରବାରକୁ ନାଗପୁରରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ଜିତିବାକୁ ହେବ ହାରିଲେ ସିରିଜ ହାତରୁ ଯିବାର ଅଛି ସମ୍ଭାବନା।

ମୋହାଲିରେ ହୋଇଥିବା ପ୍ରଥମ ଟି-୨୦ ମ୍ୟାଚ ଅଷ୍ଟ୍ରେଲିଆ ଜିତିଯାଇଥିଲା। ତେଣୁ ଭାରତୀୟ ଟିମକୁ ଏହି ମ୍ୟାଚ ଜିତିବାକୁ ହେବ। ରୋହିତ ଶର୍ମା ଏସିଆ କପରେ ଅସଫଳତା ପରେ ଏହି ସିରିଜ ହାରିବା ପାଇଁ ଚାହିଁବେନି। ନାଗପୁର ମ୍ୟାଚ ଜିତିବା ପାଇଁ ରୋହିତ ଶର୍ମାଙ୍କୁ ଚୂଡାନ୍ତ ଏକାଦଶରେ ଦୀପକ ଚାହାରଙ୍କୁ ସାମିଲ କରିବାକୁ ପଡିବ, ଏବଂ ଟିମ ଭଲ ଖେଳିବା ପାଇଁ ପଡିବ।

Google

ଏବେ ଆପଣ ଭାବୁଥିବେକି ଏପରି କଣ ହୋଇଯିବ ଯେ ଦୀପକ ଚାହାରଙ୍କୁ ସାମିଲ କରିବା ଦ୍ୱାରା ଭାରତ ଏହି ମ୍ୟାଚ ଜିତିଯିବ। ଏହା ପଛର କାରଣ ହେଉଛି ଦୀପକ ଚାହାରଙ୍କର ନାଗପୁରରେ ପ୍ରଦର୍ଶନ।

ଦୀପକ ଚାହାର ନାଗପୁରରେ କରିଥିଲେ ବିଶ୍ୱ ରେକର୍ଡ:

ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନରେ ଶେଷ ଟି-୨୦ ମ୍ୟାଚ ୨୦୧୯ରେ ଖେଳାଯାଇଥିଲା। ସେବେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ମ୍ୟାଚ ହୋଇଥିଲା ଓ ସେହି ମ୍ୟାଚ ଜିତି ଭାରତ ସିରିଜ ୨-୧ରେ ଜିତିଥିଲା।

ସେହି ମ୍ୟାଚକୁ ଦୀପକ ନିଜ ଦମରେ ଭାରତକୁ ଜିତାଇବାରେ ସାହାଯ୍ୟ କରିଥିଲେ। ସେ ସେହି ମ୍ୟାଚରେ ବିଶ୍ୱ ରେକର୍ଡ କରିଥିଲେ। ସେ ହାଟ୍ରିକ ନେବା ସହ ୬ ୱିକେଟ ନେଇଥିଲେ। ସେ ଟି-୨୦ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ଅଜନ୍ତା ମେଡିଣ୍ଡସ୍ (୮/୬) ଙ୍କ ରେକର୍ଡକୁ ଟପିଥିଲେ। କିନ୍ତୁ ୨୦୨୧ରେ ନାଇଜେରିଆର ବୋଲର ପିଟର ଅହୋ ତାଙ୍କର ଏହି ରେକର୍ଡ ଟପିଥିଲେ ଓ ସେ ୪.୩ ଓଭରରେ ୫ ରନ ଦେଇ ୬ ୱିକେଟ ନେଇଥିଲେ।

ଦୀପକ ହାଟ୍ରିକ ସହ ୬ ୱିକେଟ ନେଇଥିଲେ:

ପ୍ରାୟ ୩ ବର୍ଷ ପୂର୍ବେ ବଙ୍ଗଳାଦେଶ ବିରୁଦ୍ଧରେ ସେହି ମ୍ୟାଚରେ ଭାରତ ପ୍ରଥମେ ଖେଳି ରାହୁଲ ଓ ଶ୍ରେୟସ ଅୟରଙ୍କ ଅର୍ଦ୍ଧଶତକ ଦ୍ଵାରା ୧୭୫ ରନର ଲକ୍ଷ୍ୟ ଦେଇଥିଲା। ଦୀପକଙ୍କ ବୋଲିଙ୍ଗ ସାମ୍ନାରେ ବଙ୍ଗଳାଦେଶ ଖେଳାଳି ତିଷ୍ଟି ପାରିନଥିଲେ।

ସେ ପ୍ରଥମେ ଟପ ଅର୍ଡରକୁ ଜଲ୍ଦି ଆଉଟ କରିବା ସହ ଶେଷରେ ତଳକ୍ରମର ବ୍ୟାଟ୍ସମ୍ୟାନଙ୍କୁ ଜଲ୍ଦି ଆଉଟ କରିଥିଲେ। ସେ ୧୮ ତମ ଓଭରର ଶେଷ ବଲରେ ୱିକେଟ ନେଇଥିଲେ ଓ ୨୦ ତମ ଓଭରର ପ୍ରଥମଦୁଇଟି ବଲରେ ୱିକେଟ ନେଇ ହାଟ୍ରିକ ପୁରା କରିଥିଲେ।

ଉମେଶଙ୍କୁ ଦୀପକଙ୍କ ଉପରେ ଅଧିକ ମହତ୍ୱ ଦିଆଯାଇଥିଲା:

ପ୍ରଥମ ମ୍ୟାଚରେ ଉମେଶ ଯାଦବଙ୍କୁ ମୌକା ମିଳିଥିଲା ଯିଏକି ପ୍ରଥମେ ପ୍ରଥମେ ଟିମରେ ନଥିଲେ। ମହମ୍ମଦ ସାମୀଙ୍କ ଜାଗାରେ ତାଙ୍କୁ ସାମିଲ କରାଯାଇଥିଲା ଓ ସେ ୩ ବର୍ଷ ପରେ ଇଣ୍ଟରନେସନାଲ ମ୍ୟାଚ ଖେଳୁଥିଲେ ଯେବେକି ଦୀପକ ପୂର୍ବରୁ ସ୍କ୍ୱାର୍ଡରେ ଥିଲେ। ଉମେଶ ଏହି ମ୍ୟାଚରେ ଅସଫଳ ରହିଥିଲେ। ଅଧିନାୟକ ରୋହିତ ଦୀପକଙ୍କୁ ଦ୍ୱିତୀୟ ଟି-୨୦ ରେ ମୌକା ଦେଇପାରନ୍ତି। ତେବେ ଦୀପକ ଜଣେ ଉଚ୍ଚକୋଟୀର ବୋଲର,ସେ ବଲକୁ ସ୍ୱିଙ୍ଗ କରିଥାନ୍ତି।

Leave a Reply

Your email address will not be published.