କୋରନା ପରେ ପ୍ରଥମ ଥର ଭାରତର ଘରୋଇ ଟୁର୍ଣ୍ଣାମେଣ୍ଟ ସଇଦ ମୁସ୍ତାକ ଅଲ୍ଲୀ ଟ୍ରଫି ରବିବାରକୁ ଆରମ୍ଭ ହେବାକୁ ଯାଉଛି। ହେଲେ ଏହି ସିରିଜ ଆରମ୍ଭ ହେବା ଆଗରୁ ଏକ ବିବାଦ ଦେଖିବାକୁ ମିଳିଛି। ଖବର ମୁତାବକ ବଦୌଡାର ଉପଅଧିନାୟକ ଦୀପକ ହୁଡା ନିଜ ନାମକୁ ବାହାର କରିଦେଇଛନ୍ତି। ଅଧିନାୟକ କୁନାଲ ପାଣ୍ଡ୍ୟାଙ୍କ ସହ ଝଗଡ଼ା ଏହାର କାରଣ ବୋଲି କୁହାଯାଇଛି। ରିପୋର୍ଟ ମୁତାବକ କୁନାଲ ପାଣ୍ଡ୍ୟା ଓ ଦୀପକ ହୁଡାଙ୍କ ମଧ୍ୟରେ ଝଗଡ଼ା ହେଲା। ଦୀପକ ହୁଡାଙ୍କ ଆରୋପ ଏହା ଯେ କୁନାଲ ପାଣ୍ଡ୍ୟା ତାଙ୍କୁ ଗାଳି ଦେଲେ,ଏହି କଥା ପାଇଁ ସେ ଟୁର୍ଣ୍ଣାମେଣ୍ଟରୁ ନିଜ ନାମ ବାହାର କଲେ।

ସୂତ୍ର ମୁତାବକ ଦୀପକ ହୁଡା ଓ କୁନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ବଡ଼ଦୋରାର ରିଲିୟାନ୍ସ ଷ୍ଟାଡିୟମରେ ଝଗଡ଼ା ହେଲା।ଦୀପକ କହିଛନ୍ତି ଯେ କୁନାଲ ତାଙ୍କୁ ପ୍ରାକ୍ଟିସରୁ ଅଟକେଇଲେ ଓ ତାଙ୍କ ସହ ଦୁର୍ବ୍ୟବହାର କଲେ। ଏହାପରେ ଦୀପକ ହୁଡା ବଦୌଡା କ୍ରିକେଟ ଆସୋସିଏସନକୁ କୁନାଲ ପାଣ୍ଡ୍ୟାଙ୍କ ବିରୁଦ୍ଧରେ ଇମେଲ କଲେ। ଦୀପକ ଦାବି କରିଛନ୍ତି କି କୁନାଲ ପାଣ୍ଡ୍ୟା ତାଙ୍କୁ ଗାଳି ଦେଇଛନ୍ତି ଓ ସେ ସଇଦ ମୁସ୍ତାକ ଅଲ୍ଲୀ ଟ୍ରଫିରୁ ନିଜ ନାମ ଫେରାଇ ଆଣୁଛନ୍ତି।
ପ୍ରଥମ ମ୍ୟାଚରେ ହୁଡା ଟିମରେ ନଥିଲେ:
ରିପୋର୍ଟ ମୁତାବକ ରବିବାରକୁ ଖେଳିବାକୁ ଥିବା ମ୍ୟାଚ ପାଇଁ ୧୭ ଜଣିଆ ଟିମରେ ହୁଡାଙ୍କ ନାମ ନଥିଲା,ସେ ଉପଅଧିନାୟକ ଥିଲେ ମଧ୍ୟ। ଏହି କଥାକୁ ନେଇ ହୁଡା ଚିନ୍ତାରେ ଥିଲେ ଓ ଏଥିପାଇଁ ସେ ଟୁରଣାମେଣ୍ଟରୁ ନିଜ ନାମ ଫେରାଇନେଲେ। ସେ ବଦୌଡାର ସବୁଠାରୁ ଅଧିକ ଅନୁଭବି ଖେଳାଳିଙ୍କ ମଧ୍ୟରୁ ଏକ ଅଟନ୍ତି। ସେ ବଦୌଡା ପାଇଁ ୪୬ ଫାଷ୍ଟ କ୍ଳାସ ମ୍ୟାଚ,୬୮ ଲିଷ୍ଟ ଏ ମ୍ୟାଚ,୧୨୦ ଟି ୨୦ ମ୍ୟାଚ ଖେଳିବାର ମୌକା ପାଇଛନ୍ତି। ଏମିତିରେ ୟୁସୁଫ ପଠାନ ମଧ୍ୟ ଟିମରେ ନାହାନ୍ତି ଓ ଦୀପକ ହୁଡାଙ୍କ ଯିବା ପରେ ଏହା ଚିନ୍ତାଜନକ ବିଷୟ ଟିମ ପାଇଁ।

ସଇଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଟିମ ଓ ଗ୍ରୁପ:
ଏଲିଟ ଗ୍ରୁପ ଏ:-ଜାମ୍ମୁକାଶ୍ମୀର,କର୍ଣ୍ଣାଟକ,ପଂଜାଵ,ଉତ୍ତରପ୍ରଦେଶ,
ରେଲୱେ ,ତ୍ରିପୁରା
ଏଲିଟ ଗ୍ରୁପ ବି:-ଓଡିଶା,ବଙ୍ଗାଳ,ଝାରଖଣ୍ଡ,ତାମିଲନାଡୁ,ଆସାମ,ହାଇଦ୍ରାବାଦ
ଏଲିଟ ଗ୍ରୁପ ସି;-ଗୁଜୁରାଟ,ମହାରାଷ୍ଟ୍ର,ଛତିଶଗଡ଼,ହିମାଳୟପ୍ରଦେଶ,
ବଦୌଡା,ଉତରାଖଣ୍ଡ
ଏଲିଟ ଗ୍ରୁପଡି:-ସେନା,ସୌରାଷ୍ଟ୍ର,ବିଦର୍ଭ,ରାଜସ୍ଥାନ,ମଧ୍ୟପ୍ରଦେଶ,ଗୋଆ
ଏଲିଟ ଗ୍ରୁପ ଇ:-ହରିଆଣା,ଆନ୍ଦ୍ରପ୍ରଦେଶ,ଦିଲ୍ଲୀ,ମୁମ୍ବାଇ,କେରଳ,
ପୁଡୁଚେରୀ
ପ୍ଲେଟସମୂହ:-ଚଣ୍ଡୀଗଡ଼,ମେଘାଳୟ,ବିହାର,ନାଗାଲ୍ୟାଣ୍ଡ,
ମଣିପୁର,ମିଜରାମ,ସିକିମ ଏବଂ ଅରୁଣାଚଳ ପ୍ରଦେଶ ଅଟେ ବୋଲି ପ୍ରକାଶ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।