ଦୀପିକା ପାଦୁକୋନଙ୍କ ପୁରୁଣା ପୋଷ୍ଟ ଭାଇରାଲ,ସ୍ୱାମୀ ରଣବୀର ସିଂହକୁ କହିଥିଲେ- “ଆପ୍ ମେରେ ସୁପର ଡ୍ରଗ୍”

ଡ୍ରଗ୍ସ ମାମଲାରେ ଦୀପିକାଙ୍କ ନାମ ଆସିଲା ପରଠୁ ସୋସିଆଲ ମିଡିଆରେ ହଂଗାମା ମଚିଯାଇଛି। ତାଙ୍କର ଏକ ପୁରୁଣା ପୋଷ୍ଟ ଭାଇରାଲ ହୋଇଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲାର ଯାଞ୍ଚ ଏନସିବି କରୁଛି।ଏହି ମାମଲାରେ ବଲିଉଡର କେତେକ ବଡ ବଡ ଷ୍ଟ୍ରାର ମାନଙ୍କ ନାମ ଯୋଡି ହଉଛି। ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ଏଥିରେ ସାମ୍ନାକୁ ଆସିଛି। ଦୀପିକାଙ୍କ ଏକ କଥିତ ଚାର୍ଟ ସାମ୍ନାକୁ ଆସିଛି।

ଏହି ମାମଲାରେ ଦୀପିକାଙ୍କ ନାମ ସାମ୍ନାକୁ ଆସିଲା ପରଠୁ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଲୋକ ଲଗାତାର ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ଦୀପିକାଙ୍କ ଏକ ପୁରୁଣା ପୋଷ୍ଟ ଭାଇରାଲ ହୋଇଛି। ଏହି ପୋଷ୍ଟରେ ସେ ତାଙ୍କ ସ୍ୱାମୀ ରଣବୀର ସିଂହଙ୍କୁ ନିଜର ଡ୍ରଗ୍ସ ବୋଲି କହୁଛନ୍ତି। ଦୀପିକା ପୂର୍ଵ ବର୍ଷ ୧୯ ନଭେମ୍ବରରେ ନିଜର ବ୍ୟକ୍ତିଗତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରଣବୀରଙ୍କର ଏକ ଫୋଟୋ ଅପଲୋଡ଼ କରିଥିଲେ।

Google

ଫୋଟୋରେ ତାଙ୍କ ଟିସାର୍ଟରେ ଲେଖା ହୋଇଥିଲା ‘ପ୍ରେମ ଏକ ଯାଦୁ ଅଟେ’। ଏହି ପୋଷ୍ଟକୁ ସେୟାର କରି ଦୀପିକା ନିଜ ପୋଷ୍ଟରେ ଲେଖିଥିଲେ କି ‘ଆଉ ତମେ ମୋର ସୁପର ଡ୍ରଗ୍ସ ‘। ଦୀପିକାଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାକୁ ଲାଗିଛି ଓ ସୋସିଆଲ ମିଡ଼ିଆ ଉପଭୋକ୍ତା ତାଙ୍କର ଏହି ପୋଷ୍ଟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

ଦୀପିକାଙ୍କ ଚାଟ ଆସିଲା ସାମ୍ନାକୁ:-

ଦୀପିକାଙ୍କ ନାମ ଡ୍ରଗ୍ସ କେସରେ ଆସିବା ପରେ ତାଙ୍କ ଚାଟ ଏବେ ସାମ୍ନାକୁ ଆସିଛି। ଯାହାପରେ ଏବେ କୁହାଯାଉଛି କି ତାଙ୍କ ଉପରେ ବିପଦ ବଢ଼ିପାରେ।
ସୁଶାନ୍ତ ସିଂ ରାଜପୁତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହଙ୍କ ଏକ କଥିତ ଚାଟରେ ‘D’ ଓ ‘K’ ଙ୍କ ନାମ ରହିଛି।ଏନସିବିର ସୂତ୍ର ଅନୁସାରେ ‘D’ ମାନେ ଦୀପିକା ପାଦୁକୋନ ଓ ‘K’ ମାନେ କରିସ୍ମା (ଜୟାଙ୍କ ଆସୋସିଏଟ)

View this post on Instagram

& you…my super drug!?

A post shared by Deepika Padukone (@deepikapadukone) on

ନାରକୋଟିକ୍ସ କଣ୍ଟ୍ରୋଲ ବିଉରୋ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ଵ ପ୍ରବନ୍ଧକ ଶ୍ରୁତି ମୋଦି ଓ ତାଙ୍କ ‘ଟ୍ୟାଲେଣ୍ଟ ମ୍ୟାନେଜର’ ଜୟା ସାହଙ୍କୁ ସୋମବାର ଏଜେସି କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ କହିଥିଲେ।ଅଧିକାରୀ କହିଛନ୍ତି କି ଜୟା ସାହ ଖରାବେଳର ୨ ଟା ସମୟରେ ଦକ୍ଷିଣ ମୁମ୍ବାଇ ସ୍ଥିତ ଏନସିବିର ବିଶେଷ ଯାଞ୍ଚ ଦଳ (ଏସ ଆଇ ଟି) କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏନସିବି ମଙ୍ଗଳବାର ମଧ୍ୟ ଜୟା ସାହଙ୍କୁ ପଚରା ଉଚରା ପାଇଁ ଡକାଇଛି। ଏଥିରେ କିଛି ବେଶେଷ ତଥ୍ୟ ସାମ୍ନାକୁ ଆସିପାରେ।

ଚାଟ ପଢନ୍ତୁ:-

‘D-K’ଙ୍କୁ :ଆପଣଙ୍କ ପାଖରେ ମାଲ ଅଛି?

‘k’ଙ୍କ ଜବାବ :ଅଛି ହେଲେ ଘରେ। ମୁଁ ବାନ୍ଦ୍ରାରେ ଅଛି।

‘k’ ଲେଖିଲେ:ଯଦି ତମକୁ ଦରକାର ତେବେ ଅମିତକୁ କହିଦଉଛି।

‘D’ ଲେଖିଲେ: ହଁ।ପ୍ଲିଜ

‘K’ଲେଖିଲେ: ଅମିତ ପାଖରେ ଅଛି। ସେ ରଖେ।

‘D’ ଲେଖିଲେ:ହାସ ନା?

‘K’ ଲେଖିଲେ:ଗଂଜେଇ ନୁହଁ।

‘D’ ଲେଖିଲେ: କୋକୋଙ୍କ ତମ ପାଖକୁ କେବେ ଆସିବ?

‘K’ ଲେଖିଲେ:୧୧.୩୦ରୁ ୧୨ଟା ଭିତରେ

ସାରାଙ୍କ ସହିତ ଏହି ଅଭିନେତ୍ରୀଙ୍କୁ ପଠାଯିବ ସମନ:-

ଯାଂଚକାରୀ ଦଳର ଏକ ବରିଷ୍ଠ ଅଧିକାରୀ କହିଛନ୍ତି କି ଏନସିବି ମାଦକ ପଦାର୍ଥ ସହ ସଂପୃକ୍ତ ମାମଲାର ଯାଞ୍ଚ ସମ୍ବନ୍ଧରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ରାକୁଲ ପ୍ରୀତ ସିଂ,ଆଉ ଫ୍ୟାସନ ଡିଜାଇନଅର ସିମୋନ ଖବାଟାଙ୍କୁ ପଚାରିବା ପାଇଁ ନୋଟିସ ପଠେଇବ।

କହିଦେବୁ ଯେ ଡ୍ରଗ୍ସ ମାମଲାରେ ଏନସିବି ଏକ ଡ଼ର୍ଜନରୁ ଅଧିକ ଲୋକଙ୍କୁ ଗିରଫ କରି ସାରିଲାଣି। ଯେଉଁଥିରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ସାମିଲ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *