ଦିଲ୍ଲୀର ‘ବାବା କା ଢାବା’ । ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ବାବାଙ୍କ ଢ଼ାବାର ମାଲିକ କାନ୍ତା ପ୍ରସାଦ ତାଙ୍କ ହୋଟେଲକୁ କେହି ଆସୁନଥିବାରୁ କାନ୍ଦୁଥିବା ଭିଡ଼ିଓ ଭାଇରାଲ ହୋଇଥିଲା।ସେଠାକୁ ସାଧରଣ ଲୋକ ଓ ଗଣମାଧ୍ୟମ ମଧ୍ୟ ଯାଇଥିଲେ । ଏବେ ସେହି ହୋଟେଲ ଲୋକାରଣ୍ୟ। ସେହି ହୋଟେଲରେ କାନ୍ତାଙ୍କ ପତ୍ନୀ ବାଦାମୀଙ୍କୁ ମଧ୍ୟ ପାଇଯିବେ ।ଏହି ହୋଟେଲରେ କାମ କରି ୮୦ ବର୍ଷୀୟ ଦମ୍ପତି ନିଜ ପେଟ ପୋଷୁଛନ୍ତି।

କାନ୍ତା ପ୍ରସାଦ କହିଛନ୍ତି କି ତାଙ୍କ ଦୁଇଜଣଙ୍କ ମଧ୍ୟରେ ଏକ ସୁନ୍ଦର ପ୍ରେମ କାହାଣୀ ରହିଛି। ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ମଧ୍ୟ ରହିଛି।
କାନ୍ତାଙ୍କୁ ୫ ବର୍ଷ ଓ ବାଦାମୀଙ୍କୁ ୩ ବର୍ଷ ହୋଇଥିବା ବେଳେ ଉଭୟଙ୍କ ବିବାହ ହୋଇଥିଲା। କାନ୍ତା କହୁଥିଲେ ଯେ ଵିଵାହ ସମୟରେ ବାଦାମୀ ଏକ କଣ୍ଢେଇ ଭଳି ଲାଗୁଥିଲେ। ଆଜମଗଡ଼(ଉତ୍ତରପ୍ରଦେଶ)ରେ ଉଭୟ ବିବାହ କରିଥିଲେ।
ଯେତେବେଳେ ତାଙ୍କର ପ୍ରଥମ ପିଲା ହୋଇଥିଲା ୧୯୬୨ ମସିହାରେ ସେ ଦିଲ୍ଲୀ ଆସି ଫଳ ବିକ୍ରି କରୁଥିଲେ । ଫଳ ଦୋକାନ ହଠାତ ବନ୍ଦ ହୋଇଯିବାପରେ ସେ ଚା ଦୋକାନ ଖୋଲିଲେ। କାନ୍ତା ଥରେ ବାଦମୀଙ୍କୁ ପଚାରିଥିଲେ ଯଦି ଚା ଦୋକାନ ନ ଚାଲେ ତେବେ କଣ କରିବା ବାଦାମୀ ଏହାର ଉତ୍ତର ଦେଇଥିଲେ କି ଅନ୍ୟ କିଛି ଦୋକାନ ଖୋଲିବ।କାନ୍ତାଙ୍କୁ ସାହାସ ଦେଇଥିଲା ବାଦାମୀଙ୍କ ଏହି କିଛି କଥା।

କାନ୍ତା ପ୍ରସାଦ ବାବାଙ୍କ ଢ଼ାବା ନାମକ ଏକ ଦୋକାନ ୧୯୯୦ ରେ ଖୋଲିଥିଲେ। ଏହି ଦୋକାନର ମାଲିକ ନୁହନ୍ତି କେହି ଏହା ତାଙ୍କର ଓ ତାଙ୍କ ସ୍ତ୍ରୀ ବାଦାମୀଙ୍କ ଅଟେ। ପରସ୍ପର ପ୍ରତି ଭଲ ପାଇଁ ଭଲ ପାଇବା ଥିବାରୁ ସେ ଅନେକ ସମସ୍ୟାକୁ ସାହସର ସହ ଲଢେ଼ଇ କରିଛନ୍ତି ଏବଂ ଭଗବାନ ଦୟାରୁ ଆଗକୁ ଯାଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।