IPL ୨୦୨୧: DC VS CSK: ଏହି ଦୁଇ ଷ୍ଟାର ଖେଳାଳିଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଚେନ୍ନାଇକୁ ମିଳିଲା ପ୍ରଥମ ପରାଜୟ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଆଇପିଏଲର ୨ୟ ମ୍ୟାଚ ଚେନ୍ନାଇ ବନାମ ଦିଲ୍ଲୀ ମୁମ୍ବାଇର ଷ୍ଟାଡିୟମରେ ଖେଳାଯାଉଥିଲା। ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ ନିର୍ଧାରିତ ୨୦ ଓଭରରେ ୧୮୮ ରନ ବନାଇଥିଲା। ଓପ୍ନର ଯୋଡି ଋତୁରାଜ ଗାଏକବାଡ଼ ଏବଂ ଫାଫ ଡୁ ପ୍ଲେସି କିଛି ଖାସ କରିପାରିନଥିଲେ। ଗାଏକବାଡ଼ ୮ ଟି ବଲରେ ୫ ରନ କରି ଆଉଟ ହୋଇଯାଇଥିଲେ ଏବଂ ଡୁ ପ୍ଲେସି ବିନା ଖାତା ଖୋଲି ଆଉଟ ହୋଇଯାଇଥିଲେ।

Google

ଏହା ପରେ ସୁରେଶ ରାଇନା ଏବଂ ମୋଇନ ଅଲି ଦଳର ଭାର ସମ୍ଭାଳି ଏକ ମଝଭୁତ ଦିଗକୁ ନେଇଗଲେ। ହେଲେ ମୋଇନ ଅଲି ଆକ୍ରମଣତକ ପାରି ଖେଳି ୨ଟି ଛକା ଏବଂ ୪ଟି ଚୌକା ସହାୟତାରେ ୨୪ ବଲରେ ୩୬ କରି ଆଉଟ ହୋଇଗଲେ। ହେଲେ ସୁରେଶ ରାଇନା ନିଜର ଜଳୱା ଦେଖେଇ ନିଜର ୧୪ ତମ ଆଇପିଏଲର ପ୍ରଥମ ୫୦ ମାରିଲେ। ସେ ୩୬ ବଲରେ ୫୪ ରନ କରି ଆଉଟ ହୋଇଗଲେ। ତାଙ୍କ ବ୍ୟାଟରୁ ୪ଟି ଛକା ଏବଂ ୩ଟି ଚଉକା ଦେଖିବାକୁ ମିଳିଥିଲା।

ଏହା ପରେ ସାମ କରନ ଏବଂ ରବୀନ୍ଦ୍ର ଜାଡେଜା ଭଲ ପାରି ଖେଳିଥିଲେ। ହେଲେ ଅଧିନାୟକ ଧୋନି ବିନା ଖାତା ଖୋଲି ଆଉଟ ହୋଇଯାଇଥିଲେ। ସାମ କରନ ୧୫ ବଲରେ ୨ଟି ଛକା ଏବଂ ୪ଟି ଚଉକା ସହ ୩୪ ରନର ପାରି ଖେଳିଥିଲେ।

Google

ଦିଲ୍ଲୀ ପାଇଁ ବୋଲିଂ କରିଥିବା ଆବେଶ ଖାନ ଚମତ୍କାର ଖେଳ ଦେଖେଇଲେ। ସେ ୪ ଓଭରରେ ୨୩ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ଏହା ଛଡା କ୍ରିସ ଓକ୍ସ ମଧ୍ୟ ୨ଟି ୱିକେଟ ନିଜ ନାମରେ କରିଥିଲେ। ଅଶ୍ୱିନୀ ଏବଂ ଟମ କରନ ଗୋଟିଏ ଗୋଟିଏ ୱିକେଟ ପାଇଥିଲେ।

Google

୧୮୯ ରନର ଲକ୍ଷ୍ୟରେ ଆସିଥିବା ଦିଲ୍ଲୀର ଓପ୍ନର ପୃଥ୍ବୀ ସ୍ୱ ଏବଂ ଶିଖର ଧାୱନ ଚମତ୍କାର ଖେଳ ଆରମ୍ଭ କଲେ। ପୃଥ୍ବୀ ସ୍ୱ ୩୮ ବଲରେ ଚମତ୍କାର ୭୨ ରନ ବନାଇଥିଲେ। ଯେଉଁଥିରେ ୩ଟି ଛକା ଏବଂ ୯ଟି ଚଉକା ସାମିଲ ଥିଲା। ତାଙ୍କ ଛଡା ଧାୱନ ୫୪ ବଲରେ ୨ଟି ଚଉକା ଏବଂ ୧୦ ଟି ଛକା ସହ ୮୫ ରନର ପାରି ଖେଳିଥିଲେ। ପୃଥ୍ବୀ ସ୍ୱ ଙ୍କୁ ବ୍ରାଭୋ ଏବଂ ଧାୱନଙ୍କୁ ସାରଦୁଲ ଠାକୁର ଆଉଟ କରିଥିଲେ। ଏହା ପରେ ମାର୍କସ ଷ୍ଟୋଇନିକ୍ସ କିଛି ଭଲ ସର୍ଟ ଖେଳିଲା ପରେ ସାରଦୁଲ ଠାକୁରଙ୍କ ବଲରେ ଆଉଟ ହୋଇଯାଇଥିଲେ। ଶେଷରେ ଋଷଭ ପନ୍ତ ୪ ମାରି ଦଳକୁ ଜିତାଇଥିଲେ। ପନ୍ତ ୧୨ ବଲରେ ୨ଟି ଚଉକା ସହ ୧୫ ରନ ବନେଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *