ଦିଲ୍ଲୀ କ୍ୟାପିଟାଲସଙ୍କର ବୋଲିଂ ହେଲା ବହୁତ ମଜବୁତ। ଏହି ନୂଆ ଖେଳାଳି ଆସି ଦଳକୁ କଲେ ଶକ୍ତିଶାଳୀ! ଦେଖନ୍ତୁ ଟିମ ଲିଷ୍ଟ।

ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲସ ନିଜର ଖେଳ ଦ୍ୱାରା ସଭିଙ୍କୁ ବହୁତ ପ୍ରଭାବିତ କରିଥିଲେ। ହେଡ କୋଚ ରିକି ପୋଣ୍ଟିଂ ତଥା ଅଧିନାୟକ ଶ୍ରେୟାସ ଆୟରଙ୍କ ଅଧିନତ୍ତ୍ୱରେ ଦିଲ୍ଲୀ ଆଇପିଏଲର ଫାଇନାଲ ଯାଏ ପହଂଚି ଥିଲେ। ମାତ୍ର ଫାଇନାଲରେ ଟାଇଟଲ ଜିତିବା ମୁକାବିଲା ରେ ସେମାନେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରିଯାଇଥିଲେ। ମାତ୍ର ଏବର୍ଷ ପାଇଁ ସେମାନେ ନିଜର ଟିମକୁ ଆହୁରି ଶକ୍ତିଶାଳୀ କରିଦେଇଛନ୍ତି। ଆଇପିଏଲ ଅକ୍ସନରେ ଦିଲ୍ଲୀ ଅନୁଭବୀ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ତଥା ଆହୁରି ଅନେକ ବହୁତ ଭଲ ଭଲ ବୋଲର ମାନଙ୍କୁ କିଣି ସାରିଛନ୍ତି। ଏହାଦ୍ୱାରା ତାଙ୍କ ସ୍କ୍ବାଡ଼ ଆହୁରି ଶକ୍ତିଶାଳୀ ହେଇଯାଇଛି।

Google
ଦିଲ୍ଲୀ ଅକ୍ସନରେ କିଣିଥିଲେ ଖେଳାଳି:

ଆଇପିଏଲ ୨୦୨୧ର ପ୍ରଥମ ଅକ୍ସନରେ ଦିଲ୍ଲୀ ଷ୍ଟିଭ ସ୍ମିଥଙ୍କୁ କିଣିଲେ ଆଉ ଏହା ପରେ ତାଙ୍କୁ ଉମେଶ ୟାଦବ ଭାଵରେ ଏକ ବହୁତ ଭଲ ବୋଲର ମିଳିଲା। ଏହା ହି ନୁହଁ ସେମାନେ ଟମ କରନଙ୍କୁ କିଣିଲେ ଯିଏ କି ଟି ୨୦ କ୍ରିକେଟରେ ଡେଥ ଓଭର ସ୍ପେଶାଳୀଷ୍ଟ ଭାବେ ମାନାଯାଇଥାଆନ୍ତି। ଦିଲ୍ଲୀ ବରୋଦାର ବାମ ହାତୀ ସ୍ପୀଡ଼ ବୋଲର ଲୁକମାନ ହୁସେନଙ୍କୁ ବି କିଣିଛନ୍ତି। ଏହି ବୋଲର ବି ଜଣେ ବହୁତ ଉନ୍ନତ ମାନର ବୋଲର ଅଟନ୍ତି। ଏହା ଛଡା ଦିଲ୍ଲୀ ସାମ ବିଲିଙ୍ଗସ, ଏମ ସିଦ୍ଧାର୍ଥ, ରିପଲ ପଟେଲଙ୍କୁ ବି କିଣିଲେ।

ଦିଲ୍ଲୀ କ୍ୟାପିଟାଲସଙ୍କର ବୋଲିଂ ମଜବୁତ ହେଇଗଲା:

ଆପଣଙ୍କୁ କହି ରଖୁଛୁ କି ଦିଲ୍ଲୀ ପାଖରେ ବ୍ୟାଟ୍ସମ୍ୟାନ ଭାବେ ଋଷଭ ପନ୍ତ,ଶିଖର ଧାୱନ ଆଉ ଶ୍ରେୟସ ଆୟରଙ୍କ ଭଳି ଧୂଆଁଦାର ଖେଳାଳି ଅଛନ୍ତି ମାତ୍ର ଏହି ଟିମ ନିଜର ବୋଲିଂକୁ ଆହୁରି ଶକ୍ତିଶାଳୀ କରିଦେଇଛି। ଏହି ବୋଲର ମାନଙ୍କ ଭିତରେ ଅକ୍ସର ପଟେଲ, ଅମିତ ମିଶ୍ର, ଇଶାନ୍ତ ଶର୍ମା, ରବି ଅଶ୍ୱିନ,ହରସଲ ପଟେଲ, ଆଭେସ ଖାନ, ପ୍ରଭିନ ଦୁବେ, ଅଂରିଛ ନରଖିଆ, କାଙ୍ଗିଶୋ ରବାଡ଼ା, କ୍ରୀସ ଅକ୍ସ, ଉମେଶ ୟାଦବ ଆଉ ଟମ କରନ ସାମିଲ ଅଛନ୍ତି। ଏହା ନିଶ୍ଚିତ କି ଦିଲ୍ଲୀ କ୍ୟାପିଟାଲସଙ୍କ ପାଖରେ ଆଇପିଏଲ ୨୦୨୧ ପାଇଁ ଚୟସ ଭରା ଭରା ଅଛନ୍ତି ମାତ୍ର ଏବେ ଦେଖିବାକୁ ହେବ କି ସେମାନେ କେଉଁ କେଉଁ କମ୍ବିଂଏସନ ସହ ମୈଦାନକୁ ଓଲ୍ହାଉଛନ୍ତି।

Google
ଦିଲ୍ଲୀ କ୍ୟାପିଟାଲସଙ୍କର ସମ୍ପୂର୍ଣ୍ଣ ସ୍କ୍ବାଡ଼:

ଶିଖର ଧାୱନ, ପୃଥ୍ବୀ ଶ, ଶ୍ରେୟାସ ଆୟର, ଋଷଭ ପନ୍ତ, ଆଜିଙ୍କ୍ୟ ରାହାଣେ, ଅକ୍ଷର ପଟେଲ,ଅମିତ ମିଶ୍ର, ଇଶାନ୍ତ ଶର୍ମା, ରବି ଅଶ୍ୱିନ, ଲଳିତ ୟାଦବ, ଆବେଶ ଖାନ, ପ୍ରଭିନ ଦୁବେ, କାଙ୍ଗିଶୋ ରବାଡ଼ା, ଏନରିଛ ନର୍ଖିଆ, ମାର୍କସ ଷ୍ଟୋଇନିଶ, ଶିମରଣ ହେଟମାୟାର, ଡ୍ୟାନିଏଲ ଶ୍ୟାମସ , କ୍ରୀସ ଅକ୍ସ, ଷ୍ଟିଭ ସ୍ମିଥ, ଉମେଶ ୟାଦବ,ରିପଲ ପଟେଲ, ବିଷ୍ଣୁ ବିନୋଦ, ଲୁକମାନ ହୁସେନ ମେରିବାଲା, ଏମ ସିଦ୍ଧାର୍ଥ, ଟମ କରନ ଓ ସାମ ବିଲିଙ୍ଗସ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *