ଆଇପିଏଲ ୨୦୨୦: ଇଣ୍ଡିଆନ ପ୍ରିମୀୟର ଲିଗର ୧୩ ତମ ବର୍ଷରେ ରବାଡା ବହୁତ ସୁନ୍ଦର ଵୋଲିଙ୍ଗ କରିଛନ୍ତି। ରବାଡ଼ା ପର୍ପଲ କ୍ୟାପ ନାମରେ ରଖିବା ରହିତ ଅନ୍ୟ ବୋଲରମାନଙ୍କ ଠୁ ବହୁତ ଆଗରେ ଅଛନ୍ତି।

ଇଣ୍ଡିଆନ ପ୍ରିମୀୟର ଲିଗର ୧୩ ତମ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦ ଏକତରଫା ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ କୁ ୮୮ ରନରେ ମାତ ଦେଇଛି। ଏହି ମ୍ୟାଚରେ ସବୁଠୁ ଅଧିକ ୱିକେଟ ଏପର୍ଯ୍ୟନ୍ତ ନେଇ ପର୍ପଲ କ୍ୟାପ ପାଇଥିବା ରବାଡ଼ା ବିରଳ ରେକର୍ଡ କରିଛନ୍ତି। ୨୩ ମ୍ୟାଚ ନେଇଥିବା ରବାଡ଼ା ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ହାଇଦ୍ରାବାଦର ଗୋଟିଏ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିପାରିଲେ ନାହିଁ। ଚାରି ବର୍ଷ ପରେ ଏହା ପ୍ରଥମ ମୌକା ଥିଲା ଯେବେ କେଉଁ ମ୍ୟାଚରେ ରବାଡ଼ାଙ୍କୁ ୱିକେଟ ମିଳିନଥିଲା।
ସନରାଇଜର୍ସ ହାଇଦ୍ରାବାଦ ପ୍ରଥମ ବ୍ୟାଟିଙ୍ଗ କରି ଦିଲ୍ଲୀ କ୍ୟାପିଟାଲ୍ସର ପ୍ରତ୍ୟେକ ବୋଲରଙ୍କ ଓଭରରେ ବହୁତ ରନ ମାରିଥିଲେ। ହାଇଦ୍ରାବାଦ ଦିଲ୍ଲୀ ସାମ୍ନାରେ ୨୦ ଓଭରରେ ଦୁଇଟି ୱିକେଟ ହରାଇ ୨୧୯ ରନ କରିଥିଲା। ଜବାବରେ ଦିଲ୍ଲୀ ୧୯ ଓଭରରେ ମାତ୍ର ୧୩୧ ରନ ହିଁ କରିପାରିଲା।
ରବାଡ଼ା ହାଇଦ୍ରାବାଦ ସାମ୍ନାରେ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭରରେ ୫୪ ରନ ଦେଇଥିଲେ । ଏହା ସହିତ ରବାଡ଼ାଙ୍କ ପୂର୍ବରୁ ୨୬ ମ୍ୟାଚରେ ଲଗାତର ୱିକେଟ ନେବା ରେକର୍ଡ ମଧ୍ୟ ଭାଙ୍ଗିଗଲା। ଏହା ପୂର୍ବରୁ ୨ ମଇ ୨୦୧୭ ରେ ରବାଡ଼ା ହାଇଦ୍ରାବାଦ ବିପକ୍ଷରେ ୱିକେଟ ହାସଲ କରିପାରିନଥିଲେ। ସେହି ମ୍ୟାଚରେ ରବାଡ଼ା ୪ ଓଭରରେ ୫୯ ରନ ଦେଇଥିଲେ।

ରବାଡ଼ା ଆଇପିଏଲର ୧୩ ତମ ସଂସ୍କରଣ ରେ ୧୨ ମ୍ୟାଚରେ ୨୩ ୱିକେଟ ନେଇ ପର୍ପଲ କ୍ୟାପ ଦୌଡ଼ରେ ଅନ୍ୟ ବୋଲରମାନଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ଆଇପିଏଲରେ ରବାଡ଼ାଙ୍କ ରେକର୍ଡ ବହୁତ ସୁନ୍ଦର ଅଛି। ସେ ଏବେ ପର୍ଯ୍ୟନ୍ତ ୩୦ ମ୍ୟାଚରେ ୫୪ ୱିକେଟ ହାସଲ କରିଛନ୍ତି। ଏକ ମ୍ୟାଚରେ ୪ ଓଭରରେ ୨୧ ରନ ଦେଇ ୪ଟି ୱିକେଟ ନେବା ରବାଡ଼ାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।