ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କଗିସୋ ରବାଡ଼ା ଏହି ସଂକେତ ଦେଇଛନ୍ତିକି ସେ ଆଇପିଏଲ ୨୦୨୧ର ପ୍ରଥମ ସପ୍ତାହରୁ ବାହାରେ ରହିପାରନ୍ତି। ଦିଲ୍ଲୀ କ୍ୟାପିଟଲ୍ସର ଏହି ମହାନ ଖେଳାଳି ଏହି କଥା ଏଥିପାଇଁ କହିଛନ୍ତିକି କାରଣ ରବାଡା ଆଇପିଏଲଠୁ ଅଧିକ ମହତ୍ୱ ଦକ୍ଷିଣ ଆଫ୍ରିକା ଟିମକୁ ଦେଇଛନ୍ତି। ଯିଏକି ସେହି ସମୟରେ ପାକିସ୍ତାନରେ ସିରିଜ ଖେଳୁଥିବେ। ଏବେ ପର୍ଯ୍ୟନ୍ତ ଆଇପିଏଲର ତାରିଖ ଘୋଷଣା ହୋଇନି କିନ୍ତୁ ମାନାଯାଉଛିକି ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଭିତରେ ସିରିଜ କାରଣରୁ ରବାଡ଼ା ଆଇପିଏଲରେ ଏକ ସପ୍ତାହ ଡେରିରେ ପହଁଞ୍ଚିପାରନ୍ତି।

ଦକ୍ଷିଣ ଆଫ୍ରିକାର ୱେବସାଇଟ ସହ କଥାହେବା ସମୟରେ ରବାଡ଼ା କହିଛନ୍ତିକି ସେ ଆଇପିଏଲ ପୂର୍ବରୁ ଦେଶ ପାଇଁ ଖେଳିବାର ନଜର ଆସିବେ। କହିରଖବୁ ପୂର୍ବ ଆଇପିଏଲରେ ରବାଡ଼ା ସବୁଠୁ ଅଧିକ ୱିକେଟ ଅକ୍ତିଆର କରି ପର୍ପଲ କ୍ୟାପ ବିଜେତା ହୋଇଥିଲେ। ସେ ୧୭ ମ୍ୟାଚରେ ମୋଟ ୩୦ ୱିକେଟ ନିଜ ନାମରେ କରିଥିଲେ।
ଆଇପିଏଲ ପୂର୍ବରୁ ଦେଶର ସେବା-ରବାଡ଼ା:
ରବାଡ଼ା କହିଲେ କି,”ଦେଶ ପ୍ରଥମେ ଆସିଥାଏ ହୋଇପାରେ ମୁଁ ଆଇପିଏଲର ପ୍ରଥମ ସପ୍ତାହରେ ନଖେଳିପାରେ। ଯଦି ପାକିସ୍ତାନ ସହ ସିରିଜ ସେହି ସମୟରେ ଆରମ୍ଭ ହେବ ତ ଏପରି ହୋଇପାରେ। ଦିଲ୍ଲୀ ମୋର ଭାରତରେ ଦ୍ୱିତୀୟ ଘର କିନ୍ତୁ ଦେଶର ସେବା ପ୍ରଥମ ପ୍ରାଥମିକତା ଅଟେ”। କହିରଖବୁ ଦକ୍ଷିଣ ଆଫ୍ରିକାକୁ ପାକିସ୍ତାନରେ ୪ ଟି ଟି-୨୦ ଓ ତିନୋଟି ଏକଦିବସିୟ ମ୍ୟାଚ ଖେଳିବାର ଅଛି। ଏହି ଗ୍ରସ୍ତ ୨ ଏପ୍ରିଲରୁ ୧୬ ଏପ୍ରିଲ ପର୍ଯ୍ୟନ୍ତ ହେବ। ଏପରି ମାନାଯାଉଛିକି ଦିଲ୍ଲୀ କ୍ୟାପିଟଲ୍ସକୁ ରବାଡ଼ାଙ୍କ ସେବା ହୁଏତ ଆଇପିଏଲ ପ୍ରଥମ ସପ୍ତାହରେ ନମିଳିପାରେ।

ଦିଲ୍ଲୀ କ୍ୟାପିଟଲ୍ସ ପାଖରେ ରବାଡ଼ାଙ୍କ ବିକଳ୍ପ:
କହିରଖବୁ ଦିଲ୍ଲୀ କ୍ୟାପିଟଲ୍ସ ଆଇପିଏଲ ୨୦୨୧ ଅକ୍ସନରେ କିଛି ଏପରି ଦ୍ରୁତ ବୋଲରଙ୍କୁ କିଣିଛି ଯିଏକି ରବାଡ଼ାଙ୍କ ସ୍ଥାନ ନେଇପାରନ୍ତି। ଦିଲ୍ଲୀ ଉମେଶ ଯାଦବଙ୍କୁ ନିଜ ଟିମରେ ସାମିଲ କରିଛନ୍ତି। ତା ସହିତ ଟି-୨୦ ସ୍ପେସାଲିଷ୍ଟ ଟମ କରନ ମଧ୍ୟ ଦିଲ୍ଲୀ ସହିତ ଯୋଡି ହୋଇଛନ୍ତି। ଏହା ସହିତ ଦିଲ୍ଲୀ ପାଖରେ ଏନରିକ ନୋକିଆ, ଇସାନ୍ତ ଶର୍ମା, କ୍ରିସ ବୋକ୍ସ ଓ ଲୁକମାନ ମେରିୱାଲାଙ୍କ ଭଳି ଫାଷ୍ଟ ବୋଲର ଦଳରେ ସାମିଲ ଅଛନ୍ତି।
ଆଇପିଏଲ ୨୦୨୧ ପାଇଁ ଦିଲ୍ଲୀ କ୍ୟାପିଟଲ୍ସର ଟିମ:
ଶିଖର ଧାୱନ, ପୃଥୀ ସ୍ୱ, ଅଜିଙ୍କ୍ୟ ରାହାଣେ, ରିଷଭ ପନ୍ତ, ଶ୍ରେୟସ ଅୟର, ଅକ୍ଷର ପଟେଲ, ଅମିତ ମିଶ୍ର, ଇସାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନୀ, ଲଳିତ ଯାଦବ, ଅବେସ ଖାନ, ପ୍ରବୀନ ଦୁବେ, କଗିସୋ ରବାଡ଼ା, ଏନରିକ ନୋର୍ଥୀଆ, ମାର୍କସ ଷ୍ଟୋନିସ, ସିମରୋନ ହେଟମାୟର, କ୍ରିସ ବୋକ୍ସ, ଷ୍ଟିଭ ସ୍ମିଥ, ଉମେଶ ଯାଦବ, ରିପଲ ପଟେଲ, ବିଷ୍ଣୁ ବିନୋଦ, ଲୁକମାନ ହୁସେନ ମ୍ୟାରିଵାଲା, ଏମ ସିଧାର୍ଥ, ଟମ କରନ, ସ୍ୟାମ ବିଲିନଗସ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।