ପିୟୁସ ଚାୱଲା: ନେପାଳର ସନ୍ଦୀପ ଲାମୀଛାନେଙ୍କୁ ରିଲିଜ କରିବା ପରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ନଜର ଉପଯୋଗି ସ୍ପିନରଙ୍କ ଉପରେ ରହିବ। ଦିଲ୍ଲୀଙ୍କୁ ଏକ ସ୍ପିନର ଆବଶ୍ୟକ କିନ୍ତୁ ବିଦେଶୀ ସ୍ପିନର ନୁହେଁ। ପିୟୁସଙ୍କୁ କିଣିବା ଦିଲ୍ଲୀ ପାଇଁ ଏକ ଭଲ ଫଇସଲା ହେବ। ସେ ଅମିତ ମିଶ୍ର ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ବିକଳ୍ପ ହୋଇପାରିବେ। ତିନିଜଣଙ୍କ ସ୍ପିନ ଟିମକୁ ଶକ୍ତିଶାଳୀ କରିବ।

ଏଲେକ୍ସ ହେଲ୍ସ: ପୂର୍ବ ବର୍ଷ ଓପନିଙ୍ଗ ଯୋଡି ଦିଲ୍ଲୀ ପାଇଁ ଅସୁବିଧାର କାରଣ ପାଲଟିଛି। ଧାୱନ ଭଲ ପ୍ରଦର୍ଶନ କରିଛନ୍ତି କିନ୍ତୁ ପୃଥୀ ସ୍ୱ ଅସଫଳ ରହିଛନ୍ତି। ହେଲ୍ସ ଟି-୨୦ରେ ନିଜକୁ ଆଗରୁ ସାବ୍ୟସ୍ତ କରିସାରିଛନ୍ତି। ସେ ସୁନ୍ଦର ଫର୍ମରେ ରହିଛନ୍ତି। ଅଳ୍ପ ଦିନ ତଳେ ସେ ବିଗ ବ୍ୟାସ ଲିଗରେ ୫୪୩ ରନ କରିଛନ୍ତି।
ଉମେଶ ଯାଦବ: ମୋହିତ ଶର୍ମା ଓ ତୁଷାର ଦେଶପାଣ୍ଡେଙ୍କୁ ରିଲିଜ କରିବା ପରେ ଟିମକୁ ଜଣେ ଘରୋଇ ବୋଲର ଆବଶ୍ୟକ। ଅନୁଭବୀ ଉମେଶ ଯାଦବ ଏହା ପାଇଁ ଉପଯୁକ୍ତ ଅଟନ୍ତି। ପୂର୍ଵ ସିଜନରେ ସେ ସଂଘର୍ଷ କରୁଥିବା ଦେଖାଯାଇଛି କିନ୍ତୁ କୋଲକାତା ନାଇଟ ରାଇଡ଼ର୍ସ ପାଇଁ ସେ ଆଇପିଏଲ ଟ୍ରଫି ଜିତିବାର ନଜର ଆସିଛନ୍ତି। ସେ ଭଲ ବ୍ୟାକଅପ ଚୟସ ଅଟନ୍ତି।

ଏଲେକ୍ସ କ୍ୟାରି: ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ନିଲାମୀ ପୂର୍ବରୁ ରିଲିଜ କରିଦେଇଛନ୍ତି କିନ୍ତୁ ଦିଲ୍ଲୀର ଏହା ରଣନୀତି ଅଟେକି ପ୍ରଥମେ ଖେଳାଳିଙ୍କୁ ରିଲିଜ କରିଦେବା ଓ ପରେ ଅଳ୍ପ ଦାମରେ କିଣିବା। କ୍ୟାରି ଏକ ଭଲ ବିକଳ୍ପ ଅଟନ୍ତି।ସେ ରିଷଭ ପନ୍ତଙ୍କ ବ୍ୟାପଅପ ରୂପରେ ଟିମରେ ରହିପାରନ୍ତି।ଦିଲ୍ଲୀ ପାଖରେ ରିଷଭଙ୍କ ଛଡା ଦ୍ୱିତୀୟ ୱିକେଟକିପର ନାହାଁନ୍ତି। କ୍ୟାରି ଭଲ ୱିକେଟକିପର ଅଟନ୍ତି ଓ ରନ ମଧ୍ୟ କରିପାରନ୍ତି।

ଅଙ୍କିତ ରାଜପୁତ: ଘରୋଇ କ୍ରିକେଟରେ ସୁନ୍ଦର ପ୍ରଦର୍ଶନ କରିଥିବା ରାଜପୁତଙ୍କ ପାଇଁ ଆଇପିଏଲ ୨୦୨୦ ଏକ ଭୁଲିଯିବା ପରି ସଂସ୍କରଣ ଥିଲା। ଏହି କାରଣ ଥିଲା କି ରାଜସ୍ଥାନ ରୟାଲ୍ସ ତାଙ୍କୁ ରିଲିଜ କରିଦେଇଛି କିନ୍ତୁ ସେ ଟିମରେ ଏକ ବଢିଆ ଚୟସ ହୋଇପାରନ୍ତି। ସେ ଏନରିକ ନୋକିଆ ଓ କଗିସୋ ରବାଡ଼ାଙ୍କ ସହ ବିପକ୍ଷ ଟିମକୁ କମଜୋର କରିପାରିବାରେ ସଫଳ ହୋଇପାରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।