ଜେଏସଡବ୍ଲୁ ଓ ଜିଏମଆରର ଅଧିନରେ ଥିବା ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲସ୍ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ନିଲାମୀ ପୂର୍ବରୁ ନିଜର ରିଟେନ ଓ ରିଲିଜ ଖେଳାଳିମାନଙ୍କର ତାଲିକା ଜାରି କରିଦେଇଛି। ଦିଲ୍ଲୀର ଏହି ଫ୍ରାଞ୍ଚାଇଜ୍ ମୋଟ ୧୯ ଜଣ ଖେଳାଳିଙ୍କୁ ରିଟେନ କରିଛି। ଯେଉଁଥିରେ ୬ଜଣ ବିଦେଶୀ ଖେଳାଳି ମଧ୍ୟ ସାମିଲ ଅଛନ୍ତି। ସେହିପରି, ଦଳ କେବଳ ୬ଜଣ ଖେଳାଳିଙ୍କୁ ରିଲିଜ କରିଛି। କୋରନା ଭାଇରସ୍ ମହାମାରୀ କାରଣରୁ ୟୁଏଇରେ ଖେଳା ଯାଇଥିବା ଆଇପିଏଲର ୧୩ତମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ ରନର୍ସ ଅପ ରହିଥିଲା।

ଦିଲ୍ଲୀ କ୍ୟାପିଟାଲସର ଦଳରେ ଶିଖର ଧାୱନ,ପୃଥ୍ବୀ ସ, ଅଜିଙ୍କ୍ୟ ରାହାଣେ, ରିସବ ପନ୍ତ, ଶ୍ରେୟସ ଅୟର,ଅକ୍ଷର ପଟେଲ, ଅମିତ ମିଶ୍ରା, ଇଶାନ୍ତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ଵିନ ଭଳି ଅନ୍ତଃରାଷ୍ଟ୍ରୀୟ ଖେଳାଳି ସାମିଲ ଅଛନ୍ତି। ସେହିପରି ହର୍ଷଲ ପଟେଲ, ଲଲିତ ୟାଦବ, ପ୍ରବୀଣ ଦୁବେ ଓ ଆବେଶ ଖାନଙ୍କ ଭଳି ଅନ କ୍ୟାପ୍ଟ ଖେଳାଳୀ ମଧ୍ୟ ଦଳର ଅଂଶ ଅଟନ୍ତି।
ଦିଲ୍ଲୀ ୬ଜଣ ବିଦେଶୀ ଖେଳାଳିଙ୍କୁ ମଧ୍ୟ ରଖିଛି, ଯେଉଁଥିରେ ଗତ ସିଜିନରେ ପର୍ପଲ କ୍ୟାପ ବିଜେତା କାଗିଶୋ ରାବେଡା ସାମିଲ ଅଛନ୍ତି। ତାଙ୍କ ସହିତ ହିଁ ଦକ୍ଷିଣ ଆଫ୍ରିକାର ଦ୍ରୁତ ସାଥି ଏନରିଚ ନଖିଆ,ଅଷ୍ଟ୍ରେଲିଆର ଅଲରାଉଣ୍ଡର ମାର୍କ୍ସ ଷ୍ଟୋଇନିସ ଓ ଡାନିୟଲ ସେମ୍ସ,ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ ସିମରୋନ ହେଟ ମାୟର ଓ ଇଂଲଣ୍ଡର ବୋଲର କ୍ରିସ୍ ଓକ୍ସ ସାମିଲ ଅଛନ୍ତି।
ଏହା ମଧ୍ୟରେ ଦଳ ୬ଜଣ ଖେଳାଳୀଙ୍କୁ ରିଲିଜ କରିଛି, ଯେଉଁଥିରେ ୨ ଭାରତୀୟ ଓ ୪ ବେଦେଶୀ ଖେଳାଳୀ ସାମିଲ ଅଛନ୍ତି। ଭାରତୀୟ ଖେଳାଳୀମାନଙ୍କ ମଧ୍ୟରେ ମୋହିତ ଶର୍ମା ଓ ତୁଷାର ଦେଶ ପାଣ୍ଡେ ସାମିଲ ଅଛନ୍ତି।ସେହିପରି,ବିଦେଶୀ ଖେଳାଳିଙ୍କର ତାଲିକାରେ ୱେଷ୍ଟଇଣ୍ଡିଜର କିମୋ ପଲ,ନେପାଳର ସନ୍ଦୀପ ଲାମିଛାନେ,ଅଷ୍ଟ୍ରେଲିଆର ଏଲେକ୍ସ କେରୀ ଓ ଇଂଲଣ୍ଡର ଜେସନ ରଏ ସାମିଲ ଅଛନ୍ତି।

କହିଦେଉଛୁ କି ଜେସନ ରଏଙ୍କ ଆଇପିଏଲରୁ ବାହାର ହେବା ପରେ ଡାନିୟଲ ସେମ୍ସଙ୍କୁ ଦିଲ୍ଲୀ କ୍ୟାପିଟାଲସ୍ ଦଳରେ ସାମିଲ କରିଥିଲା। ଗତ ବର୍ଷ ୟୁଏଇରେ ଖେଳା ଯାଇଥିବା ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲସ୍ ପାଇଁ ୩ଟି ମ୍ୟାଚ ଖେଳିଥିଲେ। ଏହି ୩ଟି ମ୍ୟାଚରେ ସେ ୯.୫୦ର ଇକୋନୋମୀରେ ୧୧୪ ରନ ଦେଇଥିଲେ ଓ ଗୋଟିଏ ବି ୱିକେଟ ଅକ୍ତିଆର କରିନଥିଲେ।
ଆଇପିଏଲ ୨୦୨୧ର ନିଲାମୀ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲସ୍ ଏହି ଖେଳାଳୀଙ୍କୁ କଲା ରିଟେନ,
ଭାରତୀୟ:ଶିଖର ଧାୱନ,ପୃଥ୍ବୀ ସ, ଅଜିଙ୍କ୍ୟ ରାହାଣେ, ରିସବ ପନ୍ତ, ଶ୍ରେୟସ ଅୟର,ଅକ୍ଷର ପଟେଲ, ଅମିତ ମିଶ୍ରା, ଇଶାନ୍ତ ଶର୍ମା ରବିଚନ୍ଦ୍ରନ ଅଶ୍ଵିନ,ହର୍ଷଲ ପଟେଲ, ଲଲିତ ୟାଦବ, ପ୍ରବୀଣ ଦୁବେ, ଆବେଶ ଖାନ।

ବିଦେଶୀ:କାଗିଶୋ ରାବେଡା,ଏନରିଚ ନଖିଆ,ମାର୍କ୍ସ ଷ୍ଟୋଇନିସ, ଡାନିୟଲ ସେମ୍ସ,ସିମରୋନ ହେଟ ମାୟର,କ୍ରିସ୍ ଓକ୍ସ।
ଆଇପିଏଲ ୨୦୨୧ ନିଲାମୀ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲସ୍ ଏହି ଖେଳାଳୀଙ୍କୁ କଲା ରିଲିଜ;
ଭାରତୀୟ:ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ।
ବିଦେଶୀ:କିମୋ ପଲ, ସନ୍ଦୀପ ଲାମୀଛାନେ, ଏଲେକ୍ସ କେରୀ, ଜେସନ ରଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।