IPL ୨୦୨୧:ଅକ୍ଷର ପଟେଲଙ୍କୁ ନେଇ ଦିଲ୍ଲୀ କ୍ୟାପିଟଲ୍ସର ବଡ଼ ବୟାନ, ଚାରିଆଡେ ଭାଇରଲ।

ବାମହାତୀ ଅଫସ୍ପିନର ଅକ୍ଷର ପଟେଲ କୋଭିଡ-୧୯ କାରଣରୁ କ୍ବାରେଣ୍ଟାଇନ ଅଛନ୍ତି। ଏହି କାରଣରୁ ସେ ଆରମ୍ଭ ମ୍ୟାଚରେ ଖେଳିନଥିଲେ । ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଦିଲ୍ଲୀ ମ୍ୟାନେଜମେଣ୍ଟ ତରଫରୁ ବଡ଼ ଖବର ଆସିଛି। ଟିମର ଡାଇରେକ୍ଟର ମୁସ୍ତାକ ଘୋଷ କହିଛନ୍ତି ସେ ତିନିଚାରି ଦିନରେ ଗ୍ରାଉଣ୍ଡରେ ଦେଖାଯିବେ। ତାଙ୍କର କିଛି ଟେଷ୍ଟ ହେବ ଓ ନେଗେଟିଭ ଆସିବା ପରେ ସେ ଟିମ ସହିତ ଯୋଡିହେବେ।ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜରେ ଅକ୍ଷୟ ସୁନ୍ଦର ବୋଲିଙ୍ଗ କରିଥିଲେ ଓ ତିନୋଟି ଟେଷ୍ଟରେ ୨୭ ୱିକେଟ ଅକ୍ତିଆର କରିଥିଲେ।

Google

ଇଣ୍ଡିଆ ଟୁଡେ ସହିତ କଥାବାର୍ତ୍ତା ହୋଇ ମୁସ୍ତଫା ଘୋଷ କହିଛନ୍ତି ଶନିବାରକୁ ତାଙ୍କ କ୍ବାରେଣ୍ଟିନର ୧୦ମ ଦିନ ଅଟେ।ଏବେ ସେ ସୁସ୍ଥ ଅଛନ୍ତି। ଆଶା କରାଯାଉଛି ଆଗାମୀ ତିନିଚାରି ଦିନ ଭିତରେ ତାଙ୍କର କିଛି ଟେଷ୍ଟ ପରେ ରିପୋର୍ଟ ନେଗେଟିଭ ଆସିଲେ ସେ ଟିମ ସହିତ ଯୋଡି ହୋଇଯିବେ।ସେ କହିଛନ୍ତି ଆମେ ଆଗାମୀ କିଛି ଦିନ ଭିତରେ ତାଙ୍କ ଟେଷ୍ଟ କରିବାକୁ ଯାଉଛି। ଏଥିରୁ ଜଣାପଡିବ କି ସେ କେବେ ଫେରିବେ। ଅକ୍ଷର ନେଗେଟିଭ ଟେଷ୍ଟ ପରେ ଦିଲ୍ଲୀର ହୋଟେଲକୁ ଆସିଥିଲେ। କିନ୍ତୁ କିଛି ଦିନ ତଳେ ରିପୋର୍ଟ ପଜିଟିଭି ବୋଲି ଚିହ୍ନଟ ହୋଇଥିଲେ।

ଏହା ଛଡା ମୁସ୍ତଫା ଟିମର ଅଧିନାୟକ ଶ୍ରେୟସ ଅୟରଙ୍କୁ ନେଇ ମଧ୍ୟ ଅପଡେଟ କରିଛନ୍ତି। ସେ କହିଛନ୍ତିକି ଅୟର କୋଚ ରିଙ୍କି ପଏଣ୍ଟିଙ୍ଗ ଓ ସାଥି ଖେଳାଳି ମାନଙ୍କ ସହ ସମ୍ପର୍କରେ ଅଛନ୍ତି। ଇଂଲଣ୍ଡ ବିରୁଦ୍ଧ ସିରିଜରେ ତାଙ୍କ କାନ୍ଧରେ ଆହତ ଲାଗିଥିଲା। ତାଙ୍କ ସର୍ଜରି ହୋଇଥିଲା। ଏହି କାରଣରୁ ଅୟର ଆଇପିଏଲର ଏହି ବର୍ଷରେ ବାହାର ହୋଇଯାଇଛନ୍ତି। ତାଙ୍କ ଜାଗାରେ ଋଷଭ ପନ୍ତଙ୍କୁ ଦିଲ୍ଲୀର କ୍ୟାପଟେନ ଭାବେ ଘୋଷିତ କରାଯାଇଛି।

Google
ପୂର୍ଵ ସଂସ୍କରଣରେ ଟିମ ରନରଅପ ରହିଥିଲା:

ଦିଲ୍ଲୀ କ୍ୟାପିଟଲ୍ସର ଟିମ ପୂର୍ଵ ବର୍ଷରେ ଆଇପିଏଲର ଫାଇନାଲରେ ପହଁଚିଥିଲା। ଫାଇନାଲରେ ଟିମ ମୁମ୍ବାଇ ଇଣ୍ଡିଆନ୍ସ ସହ ହାରିଯାଇଥିଲା। ଦିଲ୍ଲୀ ପ୍ରଥମ ମ୍ୟାଚ ଚେନ୍ନାଇ ଠୁ ବିଜୟ ଲାଭ କରିଥିଲା। ଏବେ ଦିଲ୍ଲୀ କ୍ୟାପିଟାଲସ ନିଜର ଦ୍ୱିତୀୟ ମ୍ୟାଚ ରାଜସ୍ଥାନ ରୟାଲସ ସହିତ ୧୫ ଏପ୍ରିଲରେ ଖେଳାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *