ଟି-୨୦ ବିଶ୍ଵକପ ଅଷ୍ଟ୍ରେଲିଆରେ ଖେଳିବା ପାଇଁ ହୋଇଥିଲେ ଚୟନ, କିନ୍ତୁ ଏବେ ଫୂଡ଼ ଡେଲିଭରି ବୟ କାମ କରୁଛନ୍ତି ଏହି କ୍ରିକେଟର, ଜାଣନ୍ତୁ ସମ୍ପୂର୍ଣ ଘଟଣା ।

Delivering Uber Eats to get through winter months Netherlands cricketer laments T20 World Cup postponement due to Covid-19, Paul van Meekeren, Cricket, T-20 World Cup, Nitidina

କରୋନା ମହାମାରୀର ପ୍ରଭାବ ସାରା ବିଶ୍ୱରେ ପ୍ରଭାବ ପଡିଛି । ସମସ୍ତ ଖେଳ ଉପରେ ମଧ୍ୟ ବହୁତ ଗଭୀର ପ୍ରଭାବ ପଡିଛି । କ୍ରିକେଟ ମଧ୍ୟ ଏଥିରୁ ବାଦ ପଡିନାହିଁ । ଏହି ରୋଗ କାରଣରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶକପକୁ ବାତିଲ କରି ଦିଆଯାଇଛି । ଯଦି ଏହି ସଙ୍କଟ ଆସିନଥାନ୍ତା ତେବେ ବର୍ତମାନ ଅକ୍ଟୋବର-ନଭେମ୍ବରରେ ବିଶକପ ଖେଳ ହୋଇଥାନ୍ତା ।

The support after my Uber Eats tweet has been fantastic' - Netherlands  cricketer Paul van Meekeren reflects on life, cricket and the pandemic |  Firstsportz Exclusive » FirstSportz
Google

 

ଶ୍ଵକପ ନ ହେବା ଯୋଗୁଁ କେବଳ ଅଷ୍ଟ୍ରେଲଆକୁ ଅସୁବିଧା ହୋଇନି ବରଂ ସମସ୍ତ କ୍ରିକେଟରଙ୍କର ଆର୍ଥିକ ସଙ୍କଟ ଆସିଯାଇଛି । ନେଦରଲ୍ୟାଣ୍ଡ କ୍ରିକେଟର ପୋଲ ବାନ ମିକେରେନେ ଏହି ସଙ୍କଟକୁ ଅନୁଭବ କରୁଛନ୍ତି ଓ କଷ୍ଟରେ ନିଜର ଜୀବନ ବିତାଉଛନ୍ତି ।

ଏହି କ୍ରିକେଟର ଦାବି କରିଛନ୍ତି ଯେ ସେ ଉବର ଇଟ୍ସର ଖାଇବା ଡେଲିଭରି ବୟ ଭାବରେ କାମ କରୁଛନ୍ତି । ୧୮ ଅକ୍ଟୋବରରୁ ୧୫ ନଭେମ୍ବର ମଧ୍ୟରେ ଆଇସିସି ବିଶ୍ଵକପ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ବର୍ତ୍ତମାନ ବିଶ୍ଵକପକୁ ସ୍ଥଗିତ କରିଦିଆଯାଇଛି ।

କ୍ରିକେଟର ପୋଲ ବାନ ମିକେରେନେ ଗତ ରବିବାର ଦିନ ଟୁଇଟ କରି କହିଲେକି, ଆଜି ମୋତେ କ୍ରିକେଟ ଖେଳିବାର ଥିଲା, କିନ୍ତୁ ମୁଁ ଏହି ଶୀତଦିନିଆ ଋତୁରେ ଉବର ଇଟ୍ସ କମ୍ପାନୀରେ ଖାଇବା ଡେଲିଭରି କରୁଛି, ଆଶ୍ଚର୍ଯ୍ୟର କଥା ହେଉଛିକି କେତେ ଶୀଘ୍ର ସବୁ ଜିନିଷ ବଦଳିଯାଉଛି, ହା ହା । ଆପଣମାନେ ସବୁବେଳେ ଖୁସିରେ ରୁହନ୍ତୁ । ସିଏ ଏହି କଥାକୁ ମଜାଳିଆ ଢଙ୍ଗରେ କହିଥିଲେ କିନ୍ତୁ ତାଙ୍କର ଶବ୍ଦ ଅତ୍ୟନ୍ତ ଦୁଃଖଦାୟକ ଥିଲା ।

ଟି-୨୦ ବିଶ୍ଵକପ ୨୦୨୦ରେ ଟପ ଟେନ ବ୍ଯତୀତ ୬ଟି ଅନ୍ୟ ଟିମକୁ ସାମିଲ କରାଯାଇଥିଲା । ଯେଉଁଥିରେ ନେଦରଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନୀ, ସ୍କଟଲ୍ୟାଣ୍ଡ ଓ ଓମାନକୁ ସାମିଲ କରାଯାଇଥିଲା । ଆଗାମୀ ବଡ ଅନ୍ତଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ୨୦୨୧ରେ ଖେଳାଯିବ, ଏମିତିରେ ମିକେରେନେ ନିଜର ଗୁଜୁରାଣ ପାଇଁ ଉବର ଇଟ୍ସରେ ଚାକିରି କରୁଛନ୍ତି ।

Netherlands Cricketer Paul van Meekeren Delivering Food To Make Ends Meet
Google

ବାନ ମିକେରେନେ ନେଦରଲ୍ୟାଣ୍ଡ ତରଫରୁ କେନିୟା ବିରୁଦ୍ଧରେ ୨୦୧୩ରେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଡ଼େବ୍ଯୁ କରିଥିଲେ । ସେ ବର୍ତ୍ତମାନ ପର୍ଯ୍ଯନ୍ତ ୫ଟି ଦିନକିଆ ଓ ୪୧ଟି ଟି-୨୦ ଅନ୍ତଃରାଷ୍ଟ୍ରୀୟ ମ୍ଯାଚ ଖେଳିଛନ୍ତି । ଏହା ବ୍ଯତୀତ ସୋମରେଷ୍ଟ ଦଳ ତରଫରୁ ସେ ଇଙ୍ଗ୍ଲିଶ କାଉଁଟି କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *