ଆପଲ ଅଳ୍ପ ଦିନ ତଳେ ଆଇଫୋନ ୧୨କୁ ଲଞ୍ଚ କରିଥିଲା।ଯାହା ପରେ ଅନେକ ଲୋକ ଏହାକୁ କିଣୁଛନ୍ତି। ଭାରତ ଛଡା ଅନ୍ୟ ଦେଶରେ ମଧ୍ୟ ଆଇଫୋନ ୧୨ର ଚାହିଦା ଅଛି ଓ ଏହାର ଦାମ ମଧ୍ୟ ଲକ୍ଷ ଲକ୍ଷ ଅଟେ। ଅଳ୍ପ ଦିନ ତଳେ ଏକ ଡ଼େଲିଭରି ବଏ ଆଇଫୋନ ୧୨ ପ୍ରୋ ମ୍ୟାକ୍ସକୁ ନେଇ ଫେରାର ହୋଇଯାଇଛି। କୁହାଯାଉଛି କି ଜଣେ ଡେଲିଭରି ବଏ ଆଇଫୋନ ୧୨ ପ୍ରୋ ମ୍ୟାକ୍ସର ୧୪ ଟି ଫୋନ ନେଇ ଫେରାର ହୋଇଯାଇଛି।

ସେହି ୧୪ ଟି ଫୋନର ଦାମ ୧୮ ଲକ୍ଷ ଟଙ୍କାର ପାଖାପାଖି ଥିଲା Meituan-Dianping ପକ୍ଷରୁ ତାକୁ ସେହି ୧୪ଟି ଆଇଫୋନକୁ ଡେଲିଭରି କରିବା ପାଇଁ ପଠାଯାଇଥିଲା କିନ୍ତୁ ସେ ଡେଲିଭରି କରିବା ବଦଳରେ ତାକୁ ନେଇ ଫେରାର ହୋଇଗଲା। ଯେବେ ଏହି କଥା କମ୍ପାନୀକୁ ଜଣାପଡିଲା କମ୍ପାନୀ ସେହି ଡେଲିଭରି ବଏର ଅଭିଯୋଗ ପୋଲିସରେ କରିଦେଲା। ଯାହା ପରେ ପୋଲିସ ସେହି ଚୋରକୁ ଗିରଫ କରିନେଲା।
ଡେଲିଭରି ବଏର ନାମ ଟିଂଙ୍ଗ। Meituan-Dianping ପକ୍ଷରୁ ତାକୁ ସେହି ୧୪ଟି ଆଇଫୋନକୁ ଡେଲିଭରି କରିବା ପାଇଁ ପଠାଯାଇଥିଲା। ସେହି ଅର୍ଡର ୧୪ ନଭେମ୍ବରକୁ ଫ୍ଲାସ କରାଯାଇଥିଲା। ଅର୍ଡର ମିଳିବ ପରେ ଟିଂଙ୍ଗ ସବୁ ୧୪ ଟି ଆଇଫୋନ ୧୨ ପ୍ରୋ ମ୍ୟାକ୍ସକୁ କ୍ୟାନସେଲ କରିଦେଲା କିନ୍ତୁ ସେ ଫୋନ ଫେରସ୍ତ କଲାନାହିଁ।

ଟିଂଙ୍ଗ ଆଇଫୋନ ୧୨ ପ୍ରୋ ମ୍ୟାକ୍ସର ଗୋଟିଏ ସେଟ ଖୋଲି ନିଜ ପାଖରେ ରଖିଦେଲା। ଯେବେକି ଆଉ ଏକ ଫୋନ କରଜ ସୁଝିବା ପାଇଁ ନିଜ ସାଙ୍ଗକୁ ଦେଇଦେଲା ତୃତୀୟ ଫୋନକୁ ସେ ୯,୫୦୦ର ଚୀନ ୟୁଆନ ବା ପାଖାପାଖି ୧୦୭୨୨୨ ଟଙ୍କାରେ ଏକ ଦୋକାନରେ ବିକ୍ରି କରି ଦେଲା।ଚତ୍ରୁର୍ଥ ଫୋନକୁ ସେ ୭୦୦୦ ଚୀନ ୟୁଆନ ବା ପାଖାପାଖି ୭୯୦୩୨ ମୂଲ୍ୟରେ ବିକ୍ରି କରିଦେଲା।
ରିପୋର୍ଟ ଅନୁସାରେ ଆଇଫୋନକୁ ବିକ୍ରି କରିବା ପରେ ଟିଂଙ୍ଗ ଏକ ବିଏମଡବ୍ଲୁ କାର ଭଡାକୁ ଆଣି ବୁଲିବାକୁ ଲାଗିଲା। କାର ପାଇଁ ସେ ୬୭୭୨ ଟଙ୍କା ଭଡା ଦେଇଥିଲେ।ଏହା ସହିତ ସେ ଅନେକ ଦାମୀ ପୋଷାକ ମଧ୍ୟ କିଣିଥିଲେ।କିଛି ଦିନ ମଉଜ ମସ୍ତି କରିବା ପରେ ପୋଲିସ ଟିଂଙ୍ଗଙ୍କୁ ଗିରଫ କରିଦେଲା। ଯେବେକି ଆପଲ ଷ୍ଟୋର ଟିଂଙ୍ଗ ଙ୍କୁ ବ୍ୟାନ କରିଦେଲା ଓ ଏକ ବ୍ଲାକ ନୋଟିସ ମଧ୍ୟ ଜାରିକରିଦେଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।