ଡେଲଟା ପ୍ଲସ ଭ୍ୟାରିଏଣ୍ଟକୁ ନେଇ ବିଶେଷଜ୍ଞ ଦେଲେ ମତ, କଣ ଡେଲଟା ପ୍ଲସ ହେବ ସାଂଘାତିକ?

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଯାହା ଅଧିକ ପ୍ରଭାବ ପକାଉଛି। କାରଣ ଏହି ଲହରୀ ପ୍ରଥମ ଲହରୀ ଅପେକ୍ଷା ଅଧିକ ସଂକ୍ରମଣ କରିବା ସହିତ ଅଧିକ ଲୋକଙ୍କ ଜୀବନ ନେଉଛି। ସମଗ୍ର ବିଶ୍ୱରେ ଗତ ଦେଢ଼ ବର୍ଷ ହେବ ଏହି ମହାମାରି ଲାଗିରହିଛି। ପ୍ରତ୍ୟେକ ସମୟରେ ଏହି ମହାମାରୀ ନିଜର ନୂଆ ରୂପ ଧାରଣ କରୁଛି ଯାହା ପୂର୍ଵ ଅପେକ୍ଷା ଅଧିକ ମାରାତ୍ମକ ହେଇଯାଉଛି ଯେପରି ଏବେ ଭାରତରେ ଦେଖାଯାଇଥିବା ଡେଲଟା ପ୍ଲସ ଭ୍ୟାରିଏଣ୍ଟ। ଏହା ବହୁତ ସାଂଘାତିକ ବୋଲି ଅନେକ ବିଶେଷଜ୍ଞ ଅନୁମାନ କରିଛନ୍ତି।

Google

ଏବେ ପର୍ଯ୍ୟନ୍ତ ଏହି ଭ୍ୟାରିଏଣ୍ଟ ଦ୍ଵାରା ୪୦ ଜଣ ଲୋକ ଦେଶରେ ସଂକ୍ରମଣ ହୋଇସାରିଲେଣି ଯଥା ମଧ୍ୟପ୍ରଦେଶ-୬, କର୍ଣ୍ଣାଟକ-୨,ତାମିଲନାଡୁ-୩, ମହାରାଷ୍ଟ୍ର-୨୧,କେରଳ-୩,ପଞ୍ଜାବ,ଜାମ୍ମୁ-୧, ଆନ୍ଧ୍ରପ୍ରଦେଶ-୧ ଜଣ ସଂକ୍ରମଣ ହୋଇଛନ୍ତି। ଏପରି ଏହା ଭୟାନ-କର କାରଣ କହିଛନ୍ତି ବିଶେଷଜ୍ଞ। ଏହା ଅଧିକ ପ୍ରଭାବୀ ଏଥିପାଇଁ କାରଣ ଏହା ଜଲ୍ଦି ଅଧିକ ଲୋକଙ୍କ ସଂକ୍ରମଣ କରି ନିଜ ଚମ୍ପଟକୁ ଆଣିଥାଏ। ଏହା ପୂର୍ବରୁ ଡେଲଟା ଭାଇରସ ପ୍ରଥମେ ଭାରତରେ ଦେଖାଯିବା ପରେ ୮୦ ଟି ଦେଶରେ ଏହା ଦେଖିବାକୁ ମିଳିଥିଲା। B.1.617.2 ବା ଡେଲଟା ଭ୍ୟାରିଏଣ୍ଟ ଅକ୍ଟୋବର ମାସ ୨୦୨୦ରେ ପ୍ରଥମେ ଭାରତରେ ଚିହ୍ନଟ କରାଯାଇଥିଲା।

ଆମେରିକାର ଅନେକ ବିଶେଷଜ୍ଞ ଏହାକୁ ଏକ ବିପଦପୂର୍ଣ୍ଣ ଭ୍ୟାରିଏଣ୍ଟ କହିଛନ୍ତି କାରଣ ଏହା ଆମେରିକାରେ ବହୁତ ପ୍ରଭାବ ପକାଇଛି। ଆମେରିକାରେ ହେଉଥିବା ସଂକ୍ରମଣର ୨୦% ଏହି ଭ୍ୟାରିଏଣ୍ଟ ଦ୍ଵାରା ସଂକ୍ରମଣ ହେଉଛନ୍ତି ବୋଲି ଜଣାପଡିଛି। ଏହା ମଧ୍ୟ ରିପୋର୍ଟରୁ ଜଣାପଡିଛି କି ଏହା ବ୍ରିଟେନରେ ଏବେ ପର୍ଯ୍ୟନ୍ତ ସବୁଠୁ ଅଧିକ ପ୍ରଭାବ ପକାଉଛି। ଏହା ବ୍ରିଟେନରେ ଦେଖାଯାଉଥିବା ଆଲଫା ଭ୍ୟାରିଏଣ୍ଟ ଅପେକ୍ଷା ଅଧିକ ପ୍ରଭାବ ପକାଉଛି ବୋଲି ଜଣାପଡୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ ଭାରତୀୟ SARS Cov-2 ଜେନୋମିକ୍ସ କନ୍ସୋର୍ଟିୟମ (INSACOG) ରିପୋର୍ଟ କରିଛି ଯେ ଡେଲଟା ପ୍ଲସ ଭ୍ୟାରିଏଣ୍ଟ ଅତି ମାରାତ୍ମକ କାରଣ ଏହା ରୋଗୀଙ୍କ ଫୁସଫୁସକୁ ନଷ୍ଟ କରିଦେଉଛି। ଏବେ ଏହା ଦେଖିବାକୁ ବାକିରହିଲା ଭାରତୀୟ ଟୀକା ଏହା ଉପରେ କେତେ ସଫଳ ହେଉଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *