ଭାରତୀୟ କ୍ରିକେଟର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚାହଲଙ୍କର ପତ୍ନୀ ଧନଶ୍ରୀ ବର୍ମା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରହିଥାନ୍ତି। ଧନଶ୍ରୀ ଜଣେ କୋରିଓଗ୍ରାଫର ମଧ୍ୟ ଅଟନ୍ତି। ସେ ସର୍ଵଦା ନିଜ ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଡିଥାନ୍ତି ଓ ଲୋକ ମଧ୍ୟ ତାଙ୍କୁ ପସନ୍ଦ କରିଥାନ୍ତି। କିନ୍ତୁ ଏଥର ଧନଶ୍ରୀ ସୋସିଆଲ ମିଡ଼ିଆରେ ଅଲଗା ରୂପରେ ଦେଖାଯାଇଛନ୍ତି। ସେ ଏଥର କୌଣସି ଡ୍ୟାନ୍ସ ଭିଡ଼ିଓରେ ନୁହେଁ ବରଂ କ୍ରିକେଟ ବ୍ୟାଟରେ ଶର୍ଟ ମାରୁଥିବା ନଜର ଆସିଛନ୍ତି। ଧନଶ୍ରୀଙ୍କ ଏହି ଭିଡ଼ିଓ ସମସ୍ତଙ୍କୁ ପସନ୍ଦ ଆସିଛି।

ଧନଶ୍ରୀ ବର୍ମା ନିଜ ଅଫିସିଆଲଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି। ଏହି ଭିଡ଼ିଓରେ ଧନଶ୍ରୀଙ୍କ ହାତରେ ବ୍ୟାଟ ଅଛି ଓ ସେ ଶର୍ଟ ମାରୁଥିବା ଦେଖାଯାଉଛନ୍ତି। ଏହି ସମୟରେ ଧନଶ୍ରୀ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଟ୍ରେଡ଼ ମାର୍କ ହେଲିକ୍ୟାପ୍ଟର ଶର୍ଟ ମଧ୍ୟ ମାରୁଥିବା ନଜର ଆସିଛନ୍ତି। ଏହା ଛଡା ସେ ସ୍କୋୟାର କର୍ଟ, ଷ୍ଟ୍ରେଟ ଡ୍ରାଇଭ, ହୁକ ଶର୍ଟ, ସୁଇପ ଶର୍ଟ ସହିତ ଆହୁରି କିଛି ଶର୍ଟ ମାରିଥିବା ଦେଖାଯାଇଛନ୍ତି।
ଧନଶ୍ରୀ ବର୍ମା ଏହି ଭିଡ଼ିଓକୁ ସେୟାର କରି ଲଇଗିକ ସମାନତା ସମ୍ୱନ୍ଧରେ ସନ୍ଦେଶ ଦେଇଛନ୍ତି। ସେ ଏହି ଭିଡ଼ିଓ ସହିତ କ୍ୟାପ୍ସନ ଦେଇଛନ୍ତି ,”ଖେଳ ଷ୍ଟାମିନା ବିଷୟରେ ଅଟେ ନା କି ପୁଅ ବା ଝିଅଙ୍କ ବିଷୟରେ”।
ଧନଶ୍ରୀ ବର୍ମା ସୋସିଆଲ ମିଡ଼ିଆରେ ଜଣେ ଲୋକପ୍ରିୟ ଚେହେରା ଅଟନ୍ତି ଓ ଅନେକ ବିଜ୍ଞାପନରେ ସେ ଦେଖାଯାଇଛନ୍ତି। ସେ ଏହା ପୂର୍ବରୁ ନିଜର ନୂଆ ମ୍ୟୁଜିକ ଭିଡ଼ିଓ ପାଇଁ ଚର୍ଚ୍ଚାକୁ ଆସିଥିଲେ। ଏହା ମଧ୍ୟରେ ୟୁଜବେନ୍ଦ୍ର ଚହଲଙ୍କୁ ଆଇପିଏଲ ୨୦୨୨ ପାଇଁ ଆରସିବି ରିଟେନ କରିନାହିଁ। ସେ ଆଇପିଏଲ ୨୦୨୨ର ମେଗା ଅକ୍ସନରେ ଓହ୍ଲାଇପାରନ୍ତି। ସେ ଆଇପିଏଲ ୨୦୨୧ରେ ୧୮ ଟି ୱିକେଟ ଅକ୍ତିଆର କରିଥିଲେ। ଯାହା ଦ୍ୱାରା ଟି-୨୦ ଇଣ୍ଟରନେସନାଲକୁ ସେ ପୁଣି ଫେରିଛନ୍ତି।

ଆଇପିଏଲ ୨୦୨୨ ମେଗା ନିଲାମୀରେ ତାଙ୍କ ଉପରେ ଅଧିକ ଦାମ ଲାଗିବାର ସମ୍ଭାବନା ଅଛି। ସେ ଆଇପିଏଲ ୨୦୨୧ର ପ୍ରଥମ ଭାଗରେ ଖରାପ ପ୍ରଦର୍ଶନ କରିଥିବା ବେଳେ ୟୁଏଇରେ ହୋଇଥିବା ଦ୍ୱିତୀୟ ଭାଗରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଭାରତର ଜଣେ ଭଲ ସ୍ପିନର ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।