ଧନତେରସ ୨୦୨୦: ଧନତେରସରେ ଯଦି ଜିନିଷ କିଣିବା ପାଇଁ ପଇସା ଅଭାବ ଅଛି ତ ଏହି ୫ ଟି ଜିନିଷ କିଣିକି ଘରକୁ ଆଣନ୍ତୁ ଯାହା ଦ୍ଵାରା ଧନର ଅଭାବ ରହିବ ନାହିଁ।ଆସନ୍ତୁ ଜାଣିବା ସେହି ୫ଟି ଜିନିଷ ବିଷୟରେ।

ଧନତେରସ ୨୦୨୦: ଏହି ବର୍ଷ ଧନତେରସ ୧୩ ନଭେମ୍ବର ୨୦୨୦ କୁ ମାନାଯାଉଛି। ମାନ୍ୟତା ଅଛି କି ଏହି ପର୍ବକୁ ଜିନିଷ କିଣିବା ପର୍ବ କୁହାଯାଇଛି। ଅର୍ଥାତ ଏହି ଦିନ କିଛି ନୂଆ ଜିନିଷ ଘରକୁ ଅଣାଯାଇଥାଏ ଯାହା ଦ୍ୱାରା ମାତା ଲଷ୍ମୀ ଖୁସି ହୋଇ ଘରକୁ ଆସିଥାନ୍ତି ଓ ଧନ ଦୌଲତର କମି ହୋଇନଥାଏ। ଏହା ସହ ଧନତେସରରେ କୁବେର ଦେବଙ୍କୁ ପୂଜା କରିବା ପାଇଁ ମଧ୍ୟ କୁହାଯାଇଛି। ଯଦି ଏହି ଦିନ କୌଣସି ଭଲ ନୂଆ ଜିନିଷ ଆପଣ କିଣିବା ପାଇଁ ଚାହୁଁଛନ୍ତି କିନ୍ତୁ ଧନର ଅଭାବ କାରଣରୁ କିଣିପାରୁ ନାହାଁନ୍ତି ତେବେ ମାତା ଲଷ୍ମୀଙ୍କ ପ୍ରସନ୍ନ କରିବାପାଇଁ ଏହି ୫ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ ଘରକୁ ଆଣନ୍ତୁ। ଏହା ଦ୍ଵାରା କେବେବି ଆପଣଙ୍କୁ ଧନର ସମସ୍ୟା ହେବନାହିଁ।ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ।
ଧନିୟା:- ମାନ୍ୟତା ଅଛି କି ଧନତେରସ ଦିନ ଧନିୟା କିଣିବା ଆଣିବାକୁ ବହୁତ ଶୁଭ ମାନାଯାଇଛି। ଧନିୟା ଧନକୁ ବଢ଼ାଇଥାଏ। ଧନତେରସ ଦିନ ଧନିୟା କିଣିକି ଆଣି ମାତା ଲଷ୍ମୀଙ୍କୁ ଅର୍ପଣ କରନ୍ତୁ। ଏହା ପରେ ସେହି ଧନୀୟାକୁ ବାନ୍ଧି ଦିଅନ୍ତୁ ଯଦି ସେଥିରୁ ଗଛ ବାହାରେ ତେବେ ବର୍ଷ ସାରା ଘରେ ସୁଖ ସମୃଦ୍ଧି ଲାଗିରହିଥାଏ।
ଗୋମତି ଚକ୍ର:- ଧନତେରସ ଦିନରେ ପାଞ୍ଚଟି ଗୋମତି ଚକ୍ର କିଣିକି ଆଣନ୍ତୁ। ଏହା ପରେ ତାକୁ ମାତା ଲଷ୍ମୀଙ୍କୁ ଅର୍ପଣ କରନ୍ତୁ। ପର ଦିନ ପୂଜା ସରିବା ପରେ ତାକୁ ଗଳା ବା କୌଣସି ପଇସା ଥିବା ସ୍ଥାନରେ ରଖିଦିଅନ୍ତୁ। ଏହା ଦ୍ଵାରା କେବେବି ଧନର ଅଭାବ ହେବ ନାହିଁ।
ଲଷ୍ମୀ ଓ ଗଣେଶଙ୍କର ମୂର୍ତି:- ଦୀପାବଳି ଦିନ ଭଗବାନ ଗଣେଶ ଓ ମାତା ଲଷ୍ମୀଙ୍କୁ ପୂଜାକରାଯାଇଥାଏ। ସେଥିପାଇଁ ଧନତେରସ ଦିନ ଲଷ୍ମୀ ଓ ଗଣେଶଙ୍କର ମୂର୍ତି କିଣି ଆଣିବା ଉଚିତ। ମୂର୍ତି କିଣିବା ସମୟରେ ଏହା ଅବଶ୍ୟ ଧ୍ୟାନ ରଖିବେ ଯେପରି ଗଣେଶଙ୍କ ମୂର୍ତ୍ତିରେ ଗଣେଶଙ୍କ ଶୁଣ୍ଢ ବାମ ପଟକୁ ଥିବ ଓ ମାତା ଲଷ୍ମୀ ଯେପରି ପଦ୍ମ ଫୁଲ ଉପରେ ବସିଥିବେ ଓ ତାଙ୍କ ହାତକୁ ଧନ ଝରୁଥିବ।

ଝାଡୁ:- ଝାଡୁକୁ ମାତା ଲଷ୍ମୀଙ୍କର ରୂପ ମାନାଯାଇଥାଏ।ମାନ୍ୟତା ଅଛି କି ଧନତେରସ ଦିନ ନୂଆ ଝାଡୁ କିଣିକି ଆଣିବା ଦ୍ଵାରା ମାତା ଲଷ୍ମୀ ଘରକୁ ଆସିଥାନ୍ତି। କୁହାଯାଇଛି ଧନତେରସ ଦିନ ଝାଡୁ ଆଣିବା ମାନେ ମାତା ଲଷ୍ମୀଙ୍କୁ ଘରକୁ ଆଣିବା ସଙ୍ଗେ ସମାନ। ଧନତେରସରେ ଆଣିଥିବା ଝାଡୁକୁ ଦୀପାବଳି ପର ଦିନ ପୂଜା ପରେ ବ୍ୟବହାର କରନ୍ତୁ। ପୁରୁଣା ଝାଡୁକୁ ଦୀପାବଳି ପର ଦିନ ଘରୁ ବାହାର କରିଦିଅନ୍ତୁ।
ମାଟିର ଦୀପ:- ଦୀପାବଳି ଆଲୁଅର ପର୍ବ ଓ ଦୀପ ଆଲୁଅର ପ୍ରତୀକ। ଦୀପ ବିନା ଦୀପାବଳି ଅଧା ମାନାଯାଏ। ସେଥିପାଇଁ ଧନତେରସ ଦିନ ବହୁତ ଗୁଡିଏ ଛୋଟ ବଡ଼ ଦୀପ କିଣିକି ଆଣନ୍ତୁ ଓ ତାକୁ ଜଳାଇ ମାତା ଲଷ୍ମୀଙ୍କୁ ପୂଜା କରନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।