ଧନତେରସ ୨୦୨୦: ଧନତେରସ ଉପରେ ଏହା ହେଉଛି କିଣା କିଣିର ସମୟ,ଏହି ବିଧି ଅନୁସାରେ ପୂଜା କରିବା ଦରକାର ।

କୁହାଯାଏ ଯେ ଧନତେରସରେ ଶୁଭ ମୁହୂର୍ତ୍ତ ଦେଖି କିଣାକିଣି ଓ ପୂଜା କରାଯାଏ ତ ଅତି ଶୁଭ ଫଳ ପ୍ରାପ୍ତି ହୋଇଥାଏ।ଏହା ଦ୍ୱାରା ସୁଖ,ସମୃଦ୍ଧି ଘରକୁ ଆସେ। ତେବେ ଆସନ୍ତୁ ଜାଣିବା ଏଥର ୧୩ ନଭେମ୍ବର ମାନେ ଧନତେରସରେ କେଉଁ ସମୟ ଶୁଭ ଅଟେ।

Google

କୁହାଯାଏ କି ଯେବେ ସମୁଦ୍ର ମନ୍ଥନ ହୋଇଥିଲା ସେହି ସମୟରେ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶ ତିଥିରେ ଭଗବାନ ଧନ ବନ୍ତରୀ ଏକ କଳସ ନେଇ ପ୍ରକଟ ହୋଇଥିଲେ। ଏଥିପାଇଁ ପ୍ରତିବର୍ଷ ଏହି ଦିନକୁ ଧନ ତେରସ ପର୍ବ ଭାବେ ପାଳନ କରାଯାଏ। ଭଗବାନ ଧନ ବନ୍ତରୀ କଳସ ନେଇ ପ୍ରକଟ ହୋଇଥିବାରୁ,ଏହି ଦିନ ବାସନ କିଣାକିଣି କରିବାର ପରମ୍ପରା ରହିଛି। ଖାଲି ବାସନ ନୁହେଁ ଏହି ଦିନ ଲୋକେ ବିଶେଷ ରୂପରେ କିଣାକିଣି ପାଇଁ ବଜାର ଯାଇଥାନ୍ତି।ସେହିପରି କିଣାକିଣି ଶୁଭ ମୁହୂର୍ତ୍ତରେ କଲେ ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ।

ଶୁଭ ମୁହୂର୍ତ୍ତରେ କିଣାକିଣି କଲେ ହୋଇଥାଏ ଲାଭ:-

କୁହାଯାଏ ଯେ ଧନ ତେରସରେ ଶୁଭ ମୁହୂର୍ତ୍ତ ଦେଖି କିଣାକିଣି କଲେ ଓ ପୂଜା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହା ଦ୍ୱାରା ସୁଖ,ସମୃଦ୍ଧି ଘରକୁ ଆସେ। ତେବେ ଆସନ୍ତୁ ଜାଣିବା ଏଥର ୧୩ ନଭେମ୍ବର ମାନେ ଧନତେରସରେ କେଉଁ ସମୟ ଶୁଭ ଅଟେ।

ଏହା ଅଟେ ଧନ ତେରସର ଶୁଭ ମୁହୂର୍ତ୍ତ:-

ଏଥର ଧନ ତେରସର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୫ ଟା ୩୪ ମିନିଟରୁ ଆରମ୍ଭ ହୋଇ ୬.୦୧ ପର୍ଯ୍ୟନ୍ତ ରହିବ। ମାନେ ୨୭ ମିନିଟର ଏହି ଶୁଭ ସମୟରେ କିଣାକିଣି କଲେ ବହୁତ ଶୁଭ ଫଳ ମିଳିପାରିବ। ଧନ ତେରସରେ କେତେକ ବିଶେଷ ଜିନିଷର କିଣାକିଣି ହୋଇଥାଏ । ଯେମିତି ଏହି ଦିନ ଧାଡୁ,ପୋଛା,ବାସନ,ସୁନା,ଚାନ୍ଦି ବା ଦୀପାବଳୀର ସଜା ଜିନିଷ କିଣିପାରିବେ।

Google
ଧନ ତେରସ ପୂଜାର ଶୁଭ ମୁହୂର୍ତ୍ତ ଓ ବିଧି:-

ଧନ ତେରସ ପୂଜା ପାଇଁ ପ୍ରଦୋଷ କାଳ ସବୁଠାରୁ ଶୁଭ କାଳ ଅଟେ।ଏହି ଦିନ ସନ୍ଧ୍ୟା ୫ ଟା ୨୮ ରୁ ଆରମ୍ଭ ହୋଇ ରାତି ୮ ଟା ୦୭ ମିନିଟ ପର୍ଯ୍ୟନ୍ତ ପ୍ରଦୋଷ କାଳ ରହିଛି। ଏହି ସମୟରେ ପୂଜା ହୋଇପାରିବ। ଆଉ ଏକ କଥା କହିଦେବୁ କି ଧନ ତେରସ ଦିନ ଯଦି ଆପଣ ଶୁଭ ମୁହୂର୍ତ୍ତରେ କିଣାକିଣି କରି ପାରନ୍ତି ନାହିଁ ତେବେ ଆପଣ ପ୍ରଦୋଷ କାଳରେ ମଧ୍ୟ ସପିଂ କରିପାରିବେ। ଏହା ମଧ୍ୟ ଆପଣଙ୍କୁ ବହୁତ ଶୁଭ ଫଳ ଦେବ।ପ୍ରଦୋଷ କାଳରେ ଧନ ତେରସ ପୂଜା ପାଇଁ ଉତ୍ତର ଦିଗରେ କୁବେର ଓ ଭଗବାନ ଧନ ବନ୍ତରୀଙ୍କ ସ୍ଥାପନା କରିବା ଉଚିତ । ଏହାପରେ ଘିଅର ଦୀପ ପ୍ରଭୁଙ୍କ ଆଗରେ ଜଳେଇବେ। କୁବେରଙ୍କୁ ଧଳା ମିଠେଇ ଓ ଧନବନ୍ତରୀଙ୍କୁ ହଳଦିଆ ମିଠେଇ ଚଢେଇବେ। ଏହା ପରେ “ଓଁ ହିଁ କୁବେରୋ ନମଃ”ର ଜପ କରିବେ ଓ ଭଗବାନ ଭଗବାନ “ଧନ ବନ୍ତରୀ ସୋତ୍ର”ପାଠ କରିବେ। ସେହିପରି ଏହି ଦିନ ମାତା ଲଷ୍ମୀ ଓ ଗଣେଶଙ୍କ ପୂଜା ଅନିବାର୍ୟ୍ଯ ଅଟେ। ଏଥିପାଇଁ ଏହିଦିନ ପାଞ୍ଚୋପଚାର ପୂଜା ମଧ୍ୟ କରନ୍ତୁ।ଏହାଙ୍କ ଆଗରେ ମାଟିର ଦୀପ ଜଳାନ୍ତୁ ଓ ମିଠା ଭୋଗ ଲଗାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *