ସିରାଜଙ୍କୁ ନିଜ ବାପାଙ୍କ କବର ଦେଖି ହୋଇଗଲେ ଭାବୁକ,ତାପରେ ଧର୍ମେନ୍ଦ୍ର କହିଲେ ଏହି ବଡ଼ କଥା, ଯାହା ଶୁଣି ସବୁ ଚକିତ।

ବାପାଙ୍କ କବର ପାଖରେ ସିରାଜଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଫଟୋ ଗୋଟେ ପଟେ ଯେଉଁଠି ଲୋକଙ୍କୁ ଭାବୁକ କରିଛି ଅନ୍ୟ ପଟେ ଏହା ପ୍ରେରଣା ମଧ୍ୟ ଦେଉଛି। ବଲିଉଡ଼ର “ହିମ୍ୟାନ” ଧର୍ମେନ୍ଦ୍ର ମଧ୍ୟ ସିରାଜଙ୍କର ଏହି ଫଟୋ ଦେଖି ଭାବୁକ ହୋଇଯାଇଛନ୍ତି।

Google

ଅଷ୍ଟ୍ରେଲିଆକୁ ପୁଣି ଥରେ ତାରି ମାଟିରେ ହରାଇ ଭାରତୀୟ ଟିମ ସ୍ବଦେଶ ଫେରିଆସିଛି। ସ୍ବଦେଶ ଫେରିବା ପରେ ଭାରତୀୟ ଟିମକୁ ସ୍ୱାଗତ କରାଯାଇଛି। ଯେଉଁଠି ଗୋଟେ ପଟେ ମୁମ୍ବାଇ, ତାମିଲନାଡୁ, ଦିଲ୍ଲୀ, କୋଲକତାରେ ଖୁସି ଦେଖିବାକୁ ମିଳିଛି,ଅନ୍ୟପଟେ ହାଇଦ୍ରାବାଦରେ ପରିସ୍ଥିତି ଦୁଃଖଭରା ରହିଥିଲା। ଯେବେ ବିଜୟର ଏକ ନାୟକ ମହମ୍ମଦ ସିରାଜ ଏୟାରପୋର୍ଟରୁ ସିଧା ନିଜ ବାପାଙ୍କ କବର ପାଖକୁ ଗଲେ। ବାପାଙ୍କ କବର ପାଖରେ ସିରାଜଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଫଟୋ ଗୋଟେ ପଟେ ଯେଉଁଠି ଲୋକଙ୍କୁ ଭାବୁକ କରିଛି ଅନ୍ୟ ପଟେ ଏହା ପ୍ରେରଣା ମଧ୍ୟ ଦେଉଛି। ବଲିଉଡ଼ର “ହିମ୍ୟାନ” ଧର୍ମେନ୍ଦ୍ର ମଧ୍ୟ ସିରାଜଙ୍କର ଏହି ଫଟୋ ଦେଖି ଭାବୁକ ହୋଇଯାଇଛନ୍ତି।

ସିରାଜ ନିଜ ବାପାଙ୍କ ମୃତ୍ୟୁ ହେବା ପରେ ମଧ୍ୟ ଅଷ୍ଟ୍ରେଲିଆରେ ଟିମ ସହିତ ରହିବାକୁ ଫଇସଲା ନେଇଥିଲେ।ସେ ହାଇଦ୍ରାବାଦର ରାଜୀବ ଗାନ୍ଧି ଏୟାରପୋର୍ଟରୁ ସିଧା ବାପାଙ୍କ କବର ସ୍ଥାନକୁ ଯାଇଥିଲେ। ନିଜ ବାପା ମହମ୍ମଦ ଗୌସଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଏହା ସହିତ ଏହି ଦ୍ରୁତ ବୋଲରଙ୍କର ଦୁଇମାସର ଅପେକ୍ଷା ଶେଷ ହେଲା। ସେ ଅଷ୍ଟ୍ରେଲିଆ ଗ୍ରସ୍ତରେ ଭାରତ ପଟେ ଶ୍ରେଷ୍ଠ ବୋଲର ରହିଲେ।

ଭାରତୀୟ ସିନେମାରେ “ହିମ୍ୟାନ” ନାମରେ ପ୍ରସିଦ୍ଧ ଧର୍ମେନ୍ଦ୍ର ମଧ୍ୟ ସିରାଜଙ୍କ ପାଇଁ ଭାବୁକ ହେଲାଭଳି ଟ୍ୱିଟର କରିଛନ୍ତି।ସେ ଟ୍ୱିଟର କରି ଲେଖିଛନ୍ତି,”ସିରାଜ, ତୁମେ ଭାରତର ସାହାସି ପୁଅ ତୁମକୁ ଅନେକ ଭଲ ପାଇବା, ଗର୍ବ ଅନୁଭବ ହଉଛି ତୁମ ପାଇଁ। ହୃଦୟରେ ଏତେ ବଡ଼ ଦୁଃଖ ଧରି ତୁମେ ଜାତି ପାଇଁ ମ୍ୟାଚ ଖେଳିଚାଲିଲ ଓ ଏକ ସୁନ୍ଦର ବିଜୟ ଦେଇ ତୁମେ ଫେରିଲ। କାଲି ତୁମକୁ ନିଜ ବାପାଙ୍କ କବର ପାଖରେ ଦେଖି ଆଖିରେ ଲୁହ ଆସିଗଲା ସ୍ୱର୍ଗ ପ୍ରାପ୍ତ ହେଉ ତାଙ୍କୁ”।

Google

ସିରାଜଙ୍କର ୫୩ ବର୍ଷୀୟ ବାପାଙ୍କୁ ଫୁସଫୁସ ଜନିତ ସମସ୍ୟା କାରଣରୁ ତାଙ୍କର ମୃତ୍ୟୁ ୨୦ ନଭେମ୍ବରକୁ ହୋଇଗଲା। ସେ ଅଟୋ ରିକ୍ସା ଚଲାଉଥିଲେ। ଏହାର ଏକ ସପ୍ତାହ ପୂର୍ଵରୁ ହିଁ ସିରାଜ ଇଣ୍ଡିଆ ଟିମ ସହ ନିଜର ପ୍ରଥମ ଗ୍ରସ୍ତରେ ଅଷ୍ଟ୍ରେଲିଆ ପହଁଚିଥିଲେ।

ସିରାଜଙ୍କୁ ସ୍ବଦେଶ ଫେରିବାର ବିକଳ୍ପ ଦିଆଯାଇଥିଲା କିନ୍ତୁ ସେ ଅଷ୍ଟ୍ରେଲିଆରେ ଟିମ ସହିତ ରହିବା ପାଇଁ ଫଇସଲା କରିଥିଲେ। ସିଡନି ଟେଷ୍ଟ ସମୟରେ ଯେବେ ରାଷ୍ଟ୍ରୀୟ ଗୀତ ବାଜୁଥିଲା ସେବେ ସିଏ ଏହା ବିଷୟରେ ଭାବି କାନ୍ଦିପକାଇଥିଲେ। ସିରାଜଙ୍କର ଏହି କାମକୁ ପୁରା ଦେଶ ସଲାମ କରୁଛି।

କହିରଖିବୁକି ମହମ୍ମଦ ସିରାଜ ମେଲବର୍ଣ୍ଣର ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିଲେ। ସେ ଏହି ସିରିଜରେ ୧୩ଟି ୱିକେଟ ଅକ୍ତିଆର କରିଥିଲେ ଯାହା କୌଣସି ଭାରତୀୟ ବୋଲରଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *