ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଧାୱନ ଅଟନ୍ତି ଏହି ଦଳର ଅଧିନାୟକ ଏବଂ ଇଶାନ୍ତଙ୍କ ପାଇଁ ଆସିଲା ବଡ଼ ସୁଯୋଗ।

ଆଗାମୀ ମାସରୁ ସୈୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫି ଟୁର୍ଣ୍ଣାମେଣ୍ଟରୁ ବିସିସିଆଇର ଘରୋଇ ସଂସ୍କରଣ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ଟିମ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ଶିଖର ଧବନ ଦିଲ୍ଲୀ ଟିମର ଅଧିନାୟକତ୍ୱ କରିବେ। ଏହା ସହ ଇସାନ୍ତ ଶର୍ମାଙ୍କୁ ବି ୪୨ ଜଣିଆ ଟିମରେ ଅନ୍ତର୍ଭୁକ୍ତ କରାଯାଇଛି। ଇସାନ୍ତ ଶର୍ମା ଆଘାତ ଅଛନ୍ତି ଯାହା ପାଇଁ ସେ ଅଷ୍ଟ୍ରେଲିଆ ଯାଇପାରିଲେ ନାହିଁ। ଏଥିପାଇଁ ସେ ଏବେ ଏହି ଟୁର୍ଣ୍ଣାମେଣ୍ଟରେ ଫେରିବାର ସୁଯୋଗ ଅଛି। କାରଣ ଭାରତକୁ ଫ୍ରେବୃୟାରୀରେ ଇଂଲଣ୍ଡ ସହିତ ମଧ୍ୟ ମ୍ୟାଚ ଖେଳିବାର ଅଛି।

Google

ବିସିସିଆଇ ନିଜ ଘରୋଇ ସଂସ୍କରଣର ଆରମ୍ଭ ସୈୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫି ଟୁର୍ଣ୍ଣାମେଣ୍ଟରୁ କରିବ। ଯାହାର ମ୍ୟାଚ ୧୦ ରୁ ୩୧ ଜାନୁଆରୀ ମଧ୍ୟରେ ୬ ଟି ଟିମ ମଧ୍ୟରେ ଖେଳାଯିବ। ଯେଉଁଠି ଜୈବ ସୁରକ୍ଷିତ ପାଇଁ ଜାଗା ଚୟନ ହୋଇଛି ସବୁ ଟିମ ମେମ୍ବରଙ୍କୁ ସେଠାରେ ୨ ଜାନୁଆରୀ ପୂର୍ବରୁ ପହଁଚିବା ପାଇଁ ପଡିବ। ମୁସ୍ତାକ ଅଲ୍ଲୀର ଗ୍ରୁପ ଚୟନ ମ୍ୟାଚ ପୁରା ହେବା ପରେ ରଣଜୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ଉପରେ ଫଇସଲା କରାଯିବ। ଏଥିରେ ସଦସ୍ୟଙ୍କ ରାୟ ମୁଖ୍ୟ ରହିବ। ଖବର ଅନୁସାରେ ସୈୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫି ଟୁର୍ଣ୍ଣାମେଣ୍ଟର ଆୟୋଜନ ଏଥିପାଇଁ କରାଯାଉଛି କାରଣ ବିସିସିଆଇ ଫେବୁଆରୀରେ ଆଇପିଏଲର ଖେଳାଳୀ ମାନଙ୍କୁ ନିଲାମୀ କରିବାକୁ ଚାହୁଁଛି।

Google
ଟିମକୁ ବଣ୍ଟାଯିବ ୬ଟି ଗ୍ରୁପରେ:

ଟୁର୍ଣ୍ଣାମେଣ୍ଟର ନକ ଆଉଟ ମୁକାବିଲା ୨୦ ଜାନୁଆରୀରୁ ଅନୁଷ୍ଠିତ ହେବ। ବିସିସିଆଇ ସଚିବ ଜୟ ସାହା ସବୁ ପ୍ରଦେଶ ସଂଘର ସଚିବଙ୍କୁ ପଠାଇଥିବା ପତ୍ର ଅନୁସାରେ ଟିମକୁ ୬ ଗ୍ରୁପରେ ବଣ୍ଟାଯିବ। ଏଥିରେ ୫ଟି ଏଲିଟି ଗ୍ରୁପ ଓ ଗୋଟିଏ ପ୍ଲେଟ ଗ୍ରୁପ ହେବ। ଲିଗ ଚରଣର ମ୍ୟାଚ ମୁମ୍ବାଇ, ଚେନ୍ନାଇ, କୋଲଲତା, ଇନ୍ଦୋର ଓ ବଡ଼ଦରାରେ ଅନୁଷ୍ଠିତ ହେବ। ପ୍ଲେଟ ଗ୍ରୁପର ମ୍ୟାଚ ଚେନ୍ନାଇରେ ହେବ। ଯେଉଁଥିରେ ୮ଟି ଟିମ ଥିବ। ବାକି ୩୦ ଟିମକୁ ଏଲିଟି ଗ୍ରୁପରେ ବଣ୍ଟାଯିବ। ଯେଉଁଥିରେ ପ୍ରତି ସମୂହରେ ୬ ଟି ଟିମ ହେବ। ନକଆଉଟ ଚରଣ ୨୦ ଜାନୁଆରୀରୁ ଆରମ୍ଭ ହେବ। ଯେବେକି କ୍ବାଟର ଫାଇନାଲ ୨୬ ଓ ୨୭ ଜାନୁଆରୀରେ ଖେଳାଯିବ ଏବଂ ଏହାର ପରେ ସେମିଫାଇନାଲ ୨୯ ଜାନୁଆରୀ ଓ ଫାଇନାଲ ୩୧ ଜାନୁଆରୀରେ ଖେଳାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *