IND vs SA: ବିଶ୍ୱକପ ଖେଳିବା ଧାୱନଙ୍କ ଇଛା! ଦ.ଆଫ୍ରିକା ସିରିଜ ପୂର୍ବରୁ ଦେଲେ ବଡ଼ ବୟାନ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି। ଅଧିନାୟକ ଶିଖର ଧାୱନ ମିଡିଆ ସାମ୍ନାକୁ ଆସିଥିଲେ। ସେ କହିଥିଲେ ଯେ, ‘ଭାରତୀୟ ଦିନିକିଆ ଦଳରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ ଯେଉଁମାନେ କି ଭାରତୀୟ ଦଳରେ ଖେଳିବାର ସମ୍ପୂର୍ଣ୍ଣ ଦାବିଦାର। ମୁଁ ମୋ ନିଜ କ୍ୟାରିୟର ନେଇ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛି। କେବଳ ଆସନ୍ତା ବର୍ଷ ଏକଦିବସୀୟ ବିଶ୍ୱକପ ଖେଳିବା ପାଇଁ ଆଶା ରହିଛି ଏବଂ ମୋର ସମ୍ପୂର୍ଣ୍ଣ ନଜର ବିଶ୍ୱକପ ଉପରେ ରହିଛି।’

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜକୁ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱୀକାର କରି ସେ କହିଛନ୍ତି ଯେ, ‘ଦକ୍ଷିଣ ଆଫ୍ରିକା ଏକ ଶକ୍ତିଶାଳୀ ଦଳ ଏଥିରେ କୌଣସି ଦ୍ଵନ୍ଦ ନାହିଁ। କିନ୍ତୁ ଆମର ଏପରି ଖେଳାଳି ଅଛନ୍ତି, ଯିଏକି ଖେଳ ପରିବର୍ତ୍ତନ କରିବାର କ୍ଷମତା ରଖନ୍ତି। ଗତ ଦୁଇ ଦିନ ଧରି ସମସ୍ତ ଖେଳାଳି କଠିନ ପରିଶ୍ରମର ସହିତ ଟ୍ରେନିଂ କରୁଛନ୍ତି। ଆମର ଆଶା ରହିଛି ଯେ, ମ୍ୟାଚ ରୋମାଞ୍ଚକର ହେବ।’

ନିଜ ଅଧିନାୟକତ୍ୱ ସମ୍ପର୍କରେ ସେ କହିଛନ୍ତି ଯେ,’ ଅଧିନାୟକ ଭାବରେ ମୋର ଚେଷ୍ଟା ଏପରି ହେବ ଯେ, ଭଲ ଖେଳାଳିଙ୍କୁ ନେଇ ଏକ ଟିମ ଗଢି ଆଗକୁ ଯାଇପାରେ। ଟିମରେ ସାମିଲ ହୋଇଥିବା ଅଧିକାଂଶ ଖେଳାଳିଙ୍କ ସହିତ ମୋର ଭଲ ତାଳମେଳ ରହିଛି। ଏହି ସିରଜରେ ଆମେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ଚେଷ୍ଟା କରିବୁ।’ ଲକ୍ଷନୌର ଇକାନା ଷ୍ଟାଡିୟମକୁ ସେ ଅତି ସୁନ୍ଦର ବୋଲି ପ୍ରଶଂସା କରି ସେ କହିଛନ୍ତି ଯେ, ‘ଏହି ଷ୍ଟାଡିୟମ ଦେଶର ସମସ୍ତ ଷ୍ଟାଡିୟମ ମଧ୍ୟରେ ଏକ ସୁନ୍ଦର ଷ୍ଟାଡିୟମ ଅଟେ। ଏହାର ଡ୍ରେସିଂ ରୁମ ବହୁତ ସୁନ୍ଦର ଏବଂ ବଡ଼ ମଧ୍ୟ ଅଟେ। ସେଥିପାଇଁ ଏଠାକୁ ଆସି ଖେଳିବା ଭଲ ଲାଗିଥାଏ।’

Leave a Reply

Your email address will not be published. Required fields are marked *