ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ କ୍ରିକେଟ ଜଗତର ସବୁଠୁ ମହାନ କ୍ୟାପଟେନ ମାନଙ୍କ ଭିତରୁ ଜଣେ ମାନା ଯାଇ ଥାଏ। ଆଇପିଏଲ ୨୦୨୧ ଧୋନୀଙ୍କର ୧୩ତମ ସଂସ୍କରଣ ହେଇଯିବ ଆଉ ଏହା ଆଗରୁ ସେ ୧୨ଟି ସଂସ୍କରଣରେ ଚେନ୍ନାଇର କ୍ୟାପଟେନ ହେଇ ସାରିଛନ୍ତି। ଆଉ ଥରେ ସେ ରାଇଜିଙ୍ଗ ପୁନେ ସୁପର ଜାଏଂଟସଙ୍କର କ୍ୟାପଟେନସି କରି ସାରିଛନ୍ତି। ଧୋନୀ ତିନି ଥର ଚେନ୍ନାଇକୁ ଟ୍ରଫି ଜିତେଇ ସାରିଛନ୍ତି ଆଉ ଏହି ସଂସ୍କରଣ ତାଙ୍କର ଲାଷ୍ଟ ବର୍ଷ ଆଇପିଏଲରେ ହେଇ ପାରେ। ଏମିତିରେ ସେ ନିଜର ବେଷ୍ଟ ଦେବାକୁ ଚାହିଁବେ। ଏହା ସହିତ ହିଁ ଆଗାମୀ ସଂସ୍କରଣରେ ଧୋନୀ ୭ଟି ରେକର୍ଡ ନିଜ ନାମରେ କରି ପାରନ୍ତି।

୧:ଏମ ଏସ ଧୋନୀ ୧୮୮ ମ୍ୟାଚ ମାନଙ୍କରେ ଅଧିନାୟକ ହେଇ ସାରିଛନ୍ତି ଆଉ ଏହି ସଂସ୍କରଣରେ ସେ ୨୦୦ ଅଙ୍କ ସ୍ପର୍ଶ କରିବାକୁ ଯାଉଛନ୍ତି।
୨: ଚେନ୍ନାଇ ସୁପର କିଙ୍ଗସଙ୍କର ଅଧିନାୟକ ୧୮୨ ପାରିରେ ୪୬୩୨ ରନ ବନେଇ ସାରିଛନ୍ତି ଆଉ ତାଙ୍କୁ ଜଣେ ୱିକେଟ କିପର ଭାବେ ୫୦୦୦ ରନ କରିବା ପାଇଁ ଆଉ ୩୬୮ ରନର ଦରକାର ଅଛି।
୩: ଆଇପିଏଲରେ ଧୋନୀ ୧୪୮ ଆଉଟ କରି ସାରିଛନ୍ତି ଆଉ ମାତ୍ର ଦୁଇଟି ଶିକାର କରିବା ପରେ ସେ ପ୍ରଥମ ୱିକେଟ କିପର ହେଇଯିବେ ଯିଏ କି ୧୫୦ ଆଉଟ କରିବେ।

୪:ୱିକେଟ ପଛରେ ଧୋନୀ ୧୦୯ଟି କ୍ୟାଚ ନେଇ ସାରିଛନ୍ତି ଆଉ ସେ କେବଳ ଦିନେଶ କାର୍ତ୍ତିକ(୧୧୦) ଠାରୁ ହିଁ ପଛରେ ରହିଛନ୍ତି। ଏହା ଦେଖିବା ଆନନ୍ଦଦାୟକ ହେବ କି ସେମାନଙ୍କ ଭିତରୁ ଟପରେ କିଏ ରହିବ।
୫:ପଞ୍ଚମ ନମ୍ବରରେ ବ୍ୟାଟିଂ କରି ଏମ ଏସ ଧୋନୀ ୧୯୨୮ ରନ କରି ସାରିଛନ୍ତି, ଆଉ ସେ ୱିକେଟ କିପର ଭାବେ ୨୦୦୦ ରନ କରିବା ପାଇଁ ମାତ୍ର ୭୨ ରନ ଦୂରରେ ଅଛନ୍ତି।
୬:ଆଇପିଏଲରେ ଏମ ଏସ ଧୋନୀ ୧୭ଥର ପ୍ଲେୟର ଅଫ ଦି ମ୍ୟାଚର ଆୱାର୍ଡ ଜିତି ସାରିଛନ୍ତି। ସେ କେବଳ ରୋହିତ ଶର୍ମା(୧୮) ଙ୍କ ଠାରୁ ପଛରେ ରହିଛନ୍ତି। ନିଜ ଖେଳ ଦ୍ୱାରା ସେ ଟପରେ ରହି ପାରନ୍ତି।

୭: ବେଷ୍ଟ ଫିନିସର ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀଙ୍କର ଅଙ୍କ ହିଁ ତାଙ୍କ ବାବଦରେ ସବୁ କିଛି ବୟାନ କରିଥାଏ। ଆଇପିଏଲର ଡେଥ ଓଭର ମାନଙ୍କରେ ସେ ୨୭୬୯ ରନ ବନେଇ ସାରିଛନ୍ତି ଯାହା ଭିତରୁ ୨୦ତମ ଓଭରରେ ସେ ୪୯ଟି ଛକା ଲଗେଇଛନ୍ତି। ଆଉ ଗୋଟେ ଛକା ମାରିଲେ ସେ ପଚାଶ ଛକା ମାରିବା ପ୍ରଥମ ବ୍ୟାଟ୍ସମ୍ୟାନ ବନିଯିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।