ଯେତେବେଳେ ୨୦୨୧ର ଧୋନୀ ୧୬ ବର୍ଷ ପୂର୍ବର ଧୋନିଙ୍କ ସହ କଥା ହେଲେ, ବାହାରିଲା କିଛି ରୋଚକ ତଥ୍ୟ। ଦେଖନ୍ତୁ ଭିଡିଓ।

ଆମ ସଭିଙ୍କ ଜୀବନରେ ଆମେ ଏମିତି ବହୁତ ଥର ଭାବିଥାଉ କି ଆମେ ନିଜର ବିତି ଯାଇଥିବା କାଲିର ନିଜ ସହ କଥା ହେଇ ପାରିଥାନ୍ତୁ କି। ମାତ୍ର ଏହା ଆମକୁ ସ୍ୱପ୍ନ ଭଳି ଲାଗେ। ମାତ୍ର ଭାରତୀୟ ପୂର୍ବ ଅଧିନାୟକ ଏମଏସ ଧୋନୀ ଏହା କରିବାରେ ସଫଳ ହେଇ ଯାଇଛନ୍ତି। ଆଶ୍ଚର୍ଯ୍ୟ ହେଇଯାଅନ୍ତୁ ନାହିଁ। ପ୍ରକୃତରେ ୨୦୧୧ ବିଶ୍ୱକପ ବିଜୟକୁ ୧୦ ବର୍ଷ ପୁରିବା ଖୁସିରେ ଏକ କମ୍ପାନୀ ଧୋନୀଙ୍କର ୧୬ ବର୍ଷ ପୁରୁଣା ଭିଡିଓ ସେୟାର କରିବାର ନଜର ଆସିଛନ୍ତି ଯାହା ଭିତରେ ଧୋନୀ ନିଜର ଫେବ୍ରେଟ ବାଇକ ଠାରୁ ଆରମ୍ଭ କରି ନିଜର ଫେବ୍ରେଟ ପାରି ଯାଏ ସବୁକିଛି କହୁଥିବାର ନଜର ଆସୁଛନ୍ତି।

Google

ଏହି ଭିଡିଓଟିର ଆରମ୍ଭରେ ୨୦୨୧ର ଧୋନୀ ନିଜ ହାତରେ କଫି କପ ଧରିଥିବାର ନଜର ଆସୁଛନ୍ତି ଆଉ ୨୦୦୫ର ଧୋନୀଙ୍କ ହାତରେ ମାଇକ ଅଛି ଯାହାକୁ ଜଣେ ଝିଅ ଧରିବାରେ ସହଯୋଗ କରୁଛି। ଏହାପରେ ୨୦୨୧ର ଧୋନୀ ତାଙ୍କୁ ପଚାରୁଛନ୍ତି,” ପ୍ରଥମ ବର୍ଷରେ ହିଁ ମ୍ୟାନ ଅଫ ଦି ସିରିଜ ତଥା ମ୍ୟାନ ଅଫ ଦି ମ୍ୟାଚ, ବା ବଢିଆ ଖେଳ ଅଛି।” ଏହାର ଜବାବରେ ଯୁବ ଧୋନୀ ଜବାବରେ ମାତ୍ର ହସି ଦିଅନ୍ତି ଆଉ କିଛି କହି ପାରନ୍ତିନି। ଏହାପରେ ଧୋନୀ ପଚାରିଲେ,” ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନ ପାରି, ପ୍ରଥମେ ୫୦ ଓଭର ୱିକେଟ କିପିଂ କରିବା ପରେ ୪୬ ଓଭର ବ୍ୟାଟିଂ ତାହା ଜମା ବି ସହଜ ନଥିଲା।” ଏହାର ଜବାବରେ ଯୁବ ଧୋନୀ କୁହନ୍ତି, ” ୱିକେଟ ଫ୍ଲାଟ ରହିଥିଲା ଆଉ ଟିକେ ବି ଧ୍ୟାନ ତାହା କରେଇ ପାରୁଥିଲା।”

Google
ଭିଡିଓରେ ମାହି ସିନିଅର ଧୋନୀଙ୍କର ସବୁ କଥାକୁ ବୁଝିଲେ:

ଭିଡ଼ିଓରେ ଧୋନୀ ଟିମର ସଫଳତା ପଛରେ ସିନିଅର ଖେଳାଳି ମାନଙ୍କର ସମସ୍ତ କଥାକୁ ଧ୍ୟାନ ସହକାରେ ସିନିଅର ଧୋନୀଙ୍କୁ କହୁଥିଲେ। ସେ କହୁଥିଲେ କିପରି ସିନିଅର ଖେଳାଳି ମାନଙ୍କ ଭିତରେ ଖେଳି ସେ ବାର ବାର ନିଜକୁ ଉନ୍ନତ କରେଇ କରେଇ ଗଲେ। ଧୋନୀ ଯେତେବେଳେ ଖେଳିଲେ ସେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଥିଲେ ଆଉ ତାଙ୍କ ସହ ରାହୁଲ ଦ୍ରାଭିଡ ଭଳି ଲିଜେଣ୍ଡ ଖେଳାଳି ବି ଖେଳୁଥିଲେ। ଟିମରେ ସଚିନ ତେନ୍ଦୁଲକର ବି ଥିଲେ ଆଉ ଏହି ଭିଡ଼ିଓରେ ଜୁନିଅର ଧୋନୀ ସିନିଅର ଧୋନୀଙ୍କୁ ସାର କହୁଥାନ୍ତି ଆଉ ତାଙ୍କ କଥାକୁ ପୁରା ଧ୍ୟାନ ସହକାରେ ଶୁଣିବାରେ ବ୍ୟସ୍ତ ଥାଆନ୍ତି।

୨୦୨୧ର ଧୋନୀ ଜୁନିଅର ଧୋନୀଙ୍କ ତାଙ୍କର ପସନ୍ଦ ବଟର ଚିକେନ ଛାଡିବାକୁ କହିଲେ:

ଯେତେବେଳେ ଜୁନିଅର ଧୋନୀ ସିନିଅର ଧୋନୀଙ୍କୁ ପଚାରିଲେ କି ତାଙ୍କର ସବୁଠୁ ଫେବ୍ରେଟ ପାରି କେଉଁଟା ଅଟେ ତ ଏହାର ଜବାବରେ ସିନିଆର ଧୋନୀ କହିଲେ କି, ୨୦୧୧ର ବିଶ୍ୱ କପ ଫାଇନାଲ ଆଉ ସେଥିରେ ପାରି ସମାପ୍ତ କରିବାରେ ଯେତିକି ମଜା ଆସିଲା ତାହା କେବେ ବି ଆସିନାହିଁ। ତ ଏହାପରେ ଜୁନିଅର ଧୋନୀ ଆଶ୍ଚର୍ଯ୍ୟ ହେଇକି କହିଲେ,” ବିଶ୍ୱକପ ଫାଇନାଲ, କଣ କହୁଛନ୍ତି ଆପଣ ଆମେ ବିଶ୍ୱକପ ଜିତିଗଲୁ?” ଏହାର ଜବାବରେ ସିନିଆର ଧୋନୀ କହିଲେ,” ହଁ,ଏହା ତୁମର ହିଁ ପରିଶ୍ରମ ପାଇଁ ସମ୍ଭବପର ହେଇ ପାରିଛି। ତୁମେ ଏବେ ନିଜର ଫେବ୍ରେଟ ବଟର ଚିକେନ୍ ଛାଡିଦିଅ ଆଉ ସଫ୍ଟ ଡ୍ରିଙ୍କ ବି। ଏହା ତୁମ ପାଇଁ ଫାଇଦା ହେବ।” କଥା ଯେତେବେଳେ ବାଇକ ଉପରେ ଆସିଲା ତ ସିନିଅର ଧୋନୀ କହିଲେ,” ମୁଁ ସବୁକିଛି ଛାଡ଼ିଦେବି ମାତ୍ର ବାଇକ ଛାଡିପାରିବିନି। ମୋ ପାଖରେ ଏବେ ୮୦ଟି ବାଇକ ଅଛି ଆଉ ମୋତେ ତାହା ବହୁତ ଭଲ ଲାଗେ।

Google
ବିଶ୍ୱକପ ଫାଇନାଲରେ ଧୋନୀ ୯୧ ରନର ପାରି ଖେଳିବାର ନଜର ଆସିଥିଲେ:

ଏକ ଅଏଲ କମ୍ପାନି ଏହି ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନଲରେ ପୋଷ୍ଟ କରିଛି କାରଣ ଏହି ଦିନ ହିଁ ଭାରତ ୨୦୧୧ ଫାଇନାଲ ୨୭୫ ରନ ଚେଜ କରିକି ଫାଇନାଲ ଜିତିଥିଲା ଆଉ ଧୋନୀ ୯୧ ରନର ନଟଆଉଟ ମ୍ୟାଚ ୱିନିଙ୍ଗ ପାରି ଖେଳିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *