ଆଇପିଏଲ ୨୦୨୧ରେ ମୋଟ ୫୭ ଜଣ ଖେଳାଳି ବିକ୍ରି ହେଲେ ଓ ସବୁ ୮ ଟି ଯାକ ଟିମର ଦଳ ପ୍ରସ୍ତୁତ ହୋଇଗଲା। କିଙ୍ଗସ ଇଲେଭେନ ପଞ୍ଜାବ ସବୁଠୁ ଅଧିକ ୯ ଟି ଖେଳାଳି କିଣିଛି,ସେହିପରି ହାଇଦ୍ରାବାଦ ମାତ୍ର ୩ ଜଣ ଖେଳାଳିଙ୍କୁ କିଣିଛି। ଏବେ ସବୁ ଟିମ ପ୍ରସ୍ତୁତ ହୋଇସାରିଛି ତ ଜାଣି ରଖନ୍ତୁ କେଉଁ ଟିମର ଖେଳାଳି ମାନଙ୍କ ଔସତ ବୟସ ସବୁଠୁ ଅଧିକ ଓ କେଉଁ ଟିମର ସବୁଠୁ କମ।

ଚେନ୍ନାଇ ସୁପର କିଙ୍ଗସ ପୁଣିଥରେ ଆଇପିଏଲରେ ସବୁଠୁ ଅଧିକ ବୟସର ଖେଳାଳି କିଣିଥିବା ଟିମ ହୋଇଯାଇଛି।ଚେନ୍ନାଇର ଖେଳାଳି ମାନଙ୍କ ଔସତ ବୟସ ୩୦.୪୦ ଅଟେ।ଦ୍ୱିତୀୟ ନମ୍ବରରେ କୋଲକତା ନାଇଟ ରାଇଡର୍ସର ଅଛି ଯାହାର ଖେଳାଳି ମାନଙ୍କ ଔସତ ବୟସ ୨୯ ଅଟେ।ରାଜସ୍ଥାନ ରୟାଲ୍ସ ୨୬.୧୬ ଔସତ ସହ ସବୁଠୁ ଯୁବକ ଟିମ ଅଟେ।
ଏହି ସଂସ୍କରଣର ସବୁଠୁ ଅଧିକ ବୟସ୍କ ଖେଳାଳି ହେଉଛନ୍ତି ଇମରାନ ତାହୀର ଯିଏକି ୨୭ ମାର୍ଚ୍ଚକୁ ୪୨ ବର୍ଷୀୟ ହୋଇଯିବେ। ଏହା ପରେ କ୍ରିସ ଗେଲ ୪୧ ଓ ହରଭଜନ ସିଂହ ୪୦ ବର୍ଷୀୟ ଅଟନ୍ତି। ତାହୀର ଓ ଗେଲଙ୍କୁ ଚେନ୍ନାଇ ଓ ପଞ୍ଜାବ ରିଟେନ କରିଛି କିନ୍ତୁ ହରଭଜନଙ୍କୁ ୨ କୋଟିରେ କୋଲକତା ନାଇଟ ରାଇଡ଼ର୍ସ କିଣିଛି।

ରାଜସ୍ଥାନ ରୟାଲ୍ସ ପାଖରେ ସଂସ୍କରଣର ସବୁଠୁ ଛୋଟ ତିନିଜଣ ଯୁବ ଖେଳାଳି ଅଛନ୍ତି। ୟସସ୍ୱୀ ଜୈସୱାଲ ଓ ରିୟାନ ପରାଗଙ୍କର ବୟସ ୧୯ ଅଟେ। ଯେବେକି ହାଇଦ୍ରାବାଦରେ ସାମିଲ ହୋଇଥିବା ମୁଯିବ ଉର ରହମାନଙ୍କ ବୟସ ମଧ୍ୟ ୧୯ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।