ଆଇପିଏଲ ୨୦୨୦: ଅମ୍ପାୟାର ୱାଇଡ଼ ଦେବାକୁ ଯାଉଥିଲେ ହେଲେ ଧୋନୀଙ୍କୁ ଆସିଲା ରାଗ…ହେଲେ ପରେ ହେଲା କଣ?

ଚେନ୍ନାଇ ସୁପର କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ମ୍ୟାଚ ସମୟରେ ଏମିତି ଏକ ମୁହୂର୍ତ୍ତ ଆସିଲା ଯେବେ ଇଉକେଟ ପଛରେ ଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ରାଗ ଆସିଲା। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା।

Google

ମଙ୍ଗଳବାର ସନରାଇଜର୍ସ ଟିମ ୧୬୮ ରନର ଲକ୍ଷ୍ୟ ପିଛା କରିବାକୁ ଯାଇ ପାରିର ୧୯ ଓଭରରେ ଅମ୍ପାୟାର ପଲ ରାଇଫଲ ୱାଇଡ଼ ଦେବା ପାଇଁ ନିଜ ହାତ ବାହାରକୁ କରୁଥିଲେ କି ଏମଏସ ଧୋନି କଡା ବିରୋଧ କଲେ।

ହାଇଦ୍ରାବାଦକୁ ଶେଷ ୨ ଓଭରରେ ୨୭ ରନର ଆବଶ୍ୟକତା ଥିଲା। ୧୯ତମ ଓଭରର ପଥମ ବଲରେ ରସିଦ ଖାନ ୨ରନ କଲେ ଓ ସାର୍ଦୁଳ ଠାକୁରଙ୍କ ଆଗାମୀ ବଲ ୱାଇଡ଼ ହୋଇଗଲା।

ଏହାର ପର ବଲ ମଧ୍ୟ ୱାଇଡ଼ ଭଳି ଲାଗୁଥିଲା। ଅମ୍ପାୟାର ପଲ ରାଇଫଲ ୱାଇଡ଼ ଦେବାକୁ ଯାଉଥିଲେ ହେଲେ ଦେଲେ ନାହିଁ।

ଏମିତି ହେଲା ଯେ ଅମ୍ପାୟାର ୱାଇଡ଼ ଦେବାପାଇଁ ହାତ ଦେଖାଇବାକୁ ଯାଉଥିଲେ କି ୱିକେଟ ପଛରେ ଥିବା ଧୋନି ବିରୋଧ କରିଥିଲେ। ବୋଲର ସାର୍ଦୁଲ ଠାକୁର ମଧ୍ୟ ବିରୋଧ କରିଥିଲେ। ଏହାପରେ ଅମ୍ପାୟାର ୱାଇଡ଼ ଦେଇ ନଥିଲେ।

Google

ସେଠାରେ “ଡ଼ଗ ଆଉଟରେ” ବସିଥିବା ଅଧିନାୟକ ଡେଭିଡ ୱାର୍ଣର ମଧ୍ୟ ଚକିତ ହୋଇଗଲେ। ସେ ମାନି ସାରିଥିଲେ କି ଏହା ୱାଇଡ଼ ଥିଲା ଓ ଅମ୍ପାୟାରଙ୍କୁ ତାଙ୍କ ନିଷ୍ପତ୍ତି ଉପରେ କାଏମ ରହିବାକୁ ଥିଲା।

ଶେଷରେ ୧୯ ଓଭରର ଶେଷ ବଲରେ ରସିଦ ଖାନ ହିଟ ଇଉକେଟ ହୋଇଥିଲେ। ଶେଷ ଓଭରରେ ୨୨ ରନ ଆବଶ୍ୟକ ଥିଲା। ହେଲେ ଦ୍ୱେନ ବ୍ରାଭୋ ଏହି ଓଭରରେ ମାତ୍ର ୧ ରନ ଦେଇଥିଲେ ଓ ନଦୀମଙ୍କ ୱିକେଟ ନେଇଥିଲେ। ଏହିପରି ଚେନ୍ନାଇ ଏହି ମ୍ୟାଚରେ ୨୦ ରନରେ ଜିତିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *