ଏମ ଏସ ଧୋନି ଓ ୟୁଜବେନ୍ଦ୍ର ଚହଲଙ୍କ ଅନଫିଲ୍ଡ କେମେଷ୍ଟ୍ରି ବହୁତ ଭଲ ଅଟେ। ଚହଲ ଧୋନିଙ୍କୁ ଆଗରୁ ବହୁତ ପ୍ରଶଂସା କରିଛନ୍ତି। ସେ କହିଥିଲେକି କିପରି ଧୋନି ୱିକେଟ ପଛରେ ରହି ଟିମର ବୋଲର ମାନଙ୍କୁ ସାହାଯ୍ୟ କରିଥାନ୍ତି।

ଭାରତୀୟ ଦଳର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ମହେନ୍ଦ୍ର ସିଂହ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀ ଦୁବାଇରେ ପାର୍ଟି ଦେଇଥିଲେ। ଚହଲ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ପାର୍ଟିରେ ଚହଲ ବହୁତ ଖୁସି ଥିବା ବେଳେ ଧନଶ୍ରୀଙ୍କୁ ତାଙ୍କ ଘର କଥା ମନେପଡିଯାଇଛି। ଚହଲ ଏହି ବର୍ଷ ୨୨ ଡିସେମ୍ବରକୁ ଧନଶ୍ରୀଙ୍କ ସହିତ ବିବାହ କରିଥିଲେ। ଏହା ପରେ ଦୁହେଁ ବୁଲିବା ପାଇଁ ଦୁବାଇ ଯାଇଥି ଲେ। ଯେଉଁଠି ଦୁହେଁ କିଛି ସମୟ ଅତିବାହିତ କରୁଛନ୍ତି।
ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୂର୍ବ କିଛି ଦିନ ହେବ ପତ୍ନୀ ସାକ୍ଷୀ ଓ ଝିଅ ଜିବାଙ୍କ ସହ ଦୁବାଇରେ ସମୟ ବିତାଉଛନ୍ତି। ଚହଲ ଓ ଧନଶ୍ରୀ ଦୁବାଇରେ ଧୋନିଙ୍କ ସହ ଭେଟ ହୋଇଛନ୍ତି। ଚହଲ ଏହାର ଫଟୋ ଇଂଷ୍ଟାଗ୍ରାମରେ ସେୟାର କରି ଖାସ କଥା ଲେଖିଛନ୍ତି। ଚହଲ ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟେ ଫଟୋ ରେ ଚହଲ ଓ ଧୋନି ଥିବାବେଳେ ଅନ୍ୟ ଫଟୋରେ ଧୋନି, ଚହଲ, ସାକ୍ଷୀ, ଧନଶ୍ରୀ ଅଛନ୍ତି। ଚହଲ କ୍ୟାପସନରେ ଲେଖିଛନ୍ତି” ମୁଁ ବହୁତ ଖୁସି ଓ ଧନ୍ୟ ଅନୁଭବ କରୁଛି”।
Extremely happy & blessed ❤️ pic.twitter.com/yMlQYomCe9
— Yuzvendra Chahal (@yuzi_chahal) December 29, 2020
ସେହିପରି ଧନଶ୍ରୀ ତିନୋଟି ଫଟୋ ସେୟାର କରିଛନ୍ତି।ଗୋଟିଏ ଫଟୋରେ ସେ ଚହଲ ଓ ଧୋନି ଅଛନ୍ତି। ଦ୍ୱିତୀୟ ଫଟୋରେ ସେ, ଚହଲ, ଧୋନି ଓ ସାକ୍ଷୀ ଅଛନ୍ତି। ତୃତୀୟରେ ଖାଇବା ସାମଗ୍ରୀ ଦେଖାଯାଉଛି। ଧନଶ୍ରୀ ନିଜ କ୍ୟାପସନରେ ଲେଖିଛନ୍ତି,”ମୁଁ ଧନ୍ୟ ଅନୁଭବ କରୁଛି ଓ ମୁଁ ମାତ୍ର ଏତିକି କହିବି”। ଧନଶ୍ରୀ ସୁନ୍ଦର ଡିନର ପାଇଁ ଧୋନି ଓ ସାକ୍ଷୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଏହା ସହିତ ଲେଖିଛନ୍ତି ,”ପୁରା ଘର ଭଳି ଅନୁଭବ ହେଉଛି”। ଏହା ପରେ ସେ ହଙ୍ଗିଗ ଫେସ ଵାଲା ଦୁଇଟି ଫଟୋ ସେୟାର କରିଛନ୍ତି।
ଏମ ଏସ ଧୋନି ଓ ୟୁଜବେନ୍ଦ୍ର ଚହଲଙ୍କ ଅନଫିଲ୍ଡ କେମେଷ୍ଟ୍ରି ବହୁତ ଭଲ ଅଟେ। ଚହଲ ଧୋନିଙ୍କୁ ଆଗରୁ ବହୁତ ପ୍ରଶଂସା କରିବାର ନଜର ଆସିଛନ୍ତି। ସେ କହିଥିଲେ କି କିପରି ଧୋନି ୱିକେଟ ପଛରେ ରହି ଟିମର ବୋଲର ମାନଙ୍କୁ ସାହାଯ୍ୟ କରିଥାନ୍ତି। ଧୋନି ଏହି ବର୍ଷ ଅଗଷ୍ଟ ୧୫ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ।

ଚହଲ ଅଷ୍ଟ୍ରେଲିଆ ବିରୁଦ୍ଧରେ ସୀମିତ ଓଭର ସିରିଜରେ ସାମିଲ ଥିଲେ। ସେ ଟେଷ୍ଟ ସିରିଜ ପୂର୍ବରୁ ଭାରତ ଫେରିଆସିଥିଲେ। ଚହଲ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ସେ ନିଜ ବିବାହର ସବୁ କାର୍ଯ୍ୟର ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।