ଆଇପିଏଲରେ ପଶିଲା କରୋନା । ଆଇପିଏଲ୍ ପୂର୍ବରୁ ଧୋନିଙ୍କ ଟିମକୁ ଶକ୍ତ ଝଟକା, ଜଣେ ଭାରତୀୟ ଖେଳାଳି ସମେତ ଏକାଧିକ ସଦସ୍ୟ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଇପିଏଲର ୧୩ଶ ସଂସ୍କରଣ ପ୍ରସ୍ତୁତି ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି । ଟିମର ଜଣେ ଷ୍ଟାର୍ ବୋଲର ଏବଂ କିଛି ସଦସ୍ୟଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ ଦୁବାଇରେ ପଂହଁଚିଲା ପରେ ଅନେକ ସଦସ୍ୟଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସୂଚନା ଅନୁଯାଇ ଚେନ୍ନାଇ ସୁପର କିଙ୍ଗସ୍ ଆଉ ସପ୍ତାହକ ତା’ର କ୍ୱାରେଣ୍ଟିନ୍ ଅବଧିକୁ ବଢ଼ାଇବ । ବିସିସିଆଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଚେନ୍ନାଇ ସୁପର୍ କିଙ୍ଗସ୍ ଟିମ୍ ସୁରକ୍ଷା ପାଇଁ ସମସ୍ତ ପ୍ରୋଟୋକଲ୍ ପାଳନ କରୁଛି । କିନ୍ତୁ ଏହା ସତ୍ତ୍ୱେ ଟିମ୍ ସଦସ୍ୟଙ୍କର ରିପୋର୍ଟ କିପରି ପଜିଟିଭ୍ ଆସିଲା, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।
ଚେନ୍ନାଇ ସୁପରକିଙ୍ଗର ମୋଟ ୧୦ ଜଣ ସଦସ୍ୟଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ଖେଳାଳି ମଧ୍ୟ ରହିଥିବା ସୂଚନା ମିଳିଛି । ଚେନ୍ନାଇ ଦଳ ଅଗଷ୍ଟ ୨୧ ତାରିଖରେ ଦୁବାଇରେ ପହଞ୍ଚିଥିଲା । ଏହା ପରେ ଟିମ୍ ୬ ଦିନ କ୍ୱାରେଣ୍ଟିନରେ ରହିଥିଲା । କିନ୍ତୁ ଏହାକୁ ଆଉ ସପ୍ତାହେ ପାଇଁ ବଢ଼ାଇ ଦିଆଯାଇଛି । ତେବେ କେଉଁ ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ଅଧିକାରୀଙ୍କର ରିପୋର୍ଟ ପଜିଟିଭ୍ ଆସିଛି, ତାହା ଜଣା ପଡିନାହିଁ ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।