ଭାରତର ପୂର୍ବ ଅଧିନାୟକ ଏବଂ ୱାର୍ଲଡ଼ କପର ବିଜେତା ଧୋନୀ ବୁଧବାର(୪ ମାର୍ଚ୍ଚ)ରାତିରେ ଚେନ୍ନାଇ ପହଞ୍ଚିଗଲେ।ସେ ଜଲ୍ଦି ହିଁ ନିଜ ଟିମ ଚେନ୍ନାଇ ସୁପର କିଙ୍ଗସ ସହିତ ଆଇପିଏଲର ୧୪ତମ ସଂସ୍କରଣର ଟ୍ରେନିଂ ଆରମ୍ଭ କରିବେ।ଧୋନୀ ଏକ ଧଳା ଟି-ସାର୍ଟ ଏବଂ ମାସ୍କ ଲଗାଇଥିଲେ।ବିମାନବନ୍ଦରରୁ ବାହାରକୁ ଆସୁଥିବା ବେଳେ ହସୁଥିବାର ନଜରକୁ ଆସିଛନ୍ତି। ଚେନ୍ନାଇ ସୁପର କିଙ୍ଗସ ସୋସିଆଲ ମିଡ଼ିଆରେ ନୂଆ ସଂସ୍କରଣ ପାଇଁ ନିଜ ଅଧିନାୟକଙ୍କର ସ୍ୱାଗତ କଲେ।

ସିଏସକେ ଲେଖିଲା,”ଥଲାଇବା ,ମାସ୍କ ସହିତ ହସୁଥିବା ବେଳେ।ସୁପର ନାଇଟ। “ସିନିୟର ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ଚେନ୍ନାଇ ପହଞ୍ଚିବା ଟିମର ପ୍ରଥମ ଖେଳାଳୀ ହୋଇଥିଲେ। ସେ ତାଙ୍କର ଅଧିନାୟକ ଧୋନୀଙ୍କ ସହିତ ଆଗତ ସପ୍ତାହରେ ଘରୋଇ କ୍ରିକେଟରମାନଙ୍କ ସହିତ ଟ୍ରେନିଂ କରିବେ। ମିଡ଼ିଆ ରିପୋର୍ଟସ ମାନିବା ତେବେ ଧୋନୀ ଏବଂ ରାୟୁଡୁ ୧୧ ମାର୍ଚ୍ଚରୁ ୧୪ତମ ସଂସ୍କରଣର ତୟାର ଆରମ୍ଭ କରିପାରନ୍ତି ବୋଲି ଜଣା ଯାଉଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କୋଭିଡ-୧୯ ମହାମାରୀକୁ ଦେଖି ଏବେ ଟୁର୍ଣ୍ଣାମେଣ୍ଟର ସୂଚୀ ବାହାର କରିନାହିଁ।
The Singa Nadai to start off the day with! Thala Coming! #DenComing #WhistlePodu #Yellove ?? @msdhoni pic.twitter.com/nu6XOmJ8qo
— Chennai Super Kings (@ChennaiIPL) March 4, 2021
ଏହା ପ୍ରଥମ ଥର ହେବ ଯେବେ ଧୋନୀ ଆଇପିଏଲ ୨୦୨୦ ପରେ କୌଣସି ଟୁର୍ଣ୍ଣାମେଣ୍ଟରେ ଦୃଶ୍ୟମାନ ହେବେ। ଗତ ଆଇପିଏଲ ୟୁଏଇରେ ଆୟୋଜିତ କରାଯାଇଥିଲା।ସିଏସକେ ଗତ ବର୍ଷ ଚେନ୍ନାଇରେ ଆଇପିଏଲ ୨୦୨୦ର ପ୍ରସ୍ତୁତି ପାଇଁ ଏକ ପ୍ରଶିକ୍ଷଣ ଅଧିବେଶନ ରଖିଥିଲା। ତାର ଦୁଇ ଜଣ ଖେଳାଳୀ ଟୁର୍ଣ୍ଣାମେଣ୍ଟ ପୂର୍ବରୁ କୋରନା ସଂକ୍ରମିତ ହୋଇଯାଇଥିଲେ। ଗତ ସଂସ୍କରଣରେ ଦଳର ଦୁଇ ଜଣ ସିନିୟର ଖେଳାଳୀ ସୁରେଶ ରାଇନା ଓ ହରଭଜନ ସିଂହ ଟୁର୍ଣ୍ଣାମେଣ୍ଟର ଅଂଶ ହୋଇନଥିଲେ। ଦଳ ଟେବୁଲର ୭ ସ୍ଥାନରେ ଥିଲା । ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ ଥର ଚେନ୍ନାଇ ପ୍ଲେ ଅଫରେ ପହଁଞ୍ଚିନଥିଲା।
Thalai-Vaa! ???
Smile with the Mass(k) on! Super Night! #DenComing #WhistlePodu #Yellove ? pic.twitter.com/zjjDowuOmL
— Chennai Super Kings (@ChennaiIPL) March 3, 2021
୧୪ତମ ସଂସ୍କରଣର ଅକ୍ସନରେ ଚେନ୍ନାଇ ସୁପର କିଙ୍ଗସ ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲ୍ଲୀ ଓ କୃଷ୍ଣପା ଗୌତମକୁ କ୍ରୟ କରିଥିଲା। ଧୋନିଙ୍କର ନେତୃତ୍ୱଧୀନ ଦଳ ଗୌତମକୁ ୯.୨୫କୋଟିର ବଡ ମୂଲ୍ୟ ଦେଇ କିଣିଲା।ସେହିପରି ମୋଇନଙ୍କୁ ୭ କୋଟି ଟଙ୍କାରେ କିଣିଲା।ଚେନ୍ନାଇ ଭାରତୀୟ ଟେଷ୍ଟ ଦଳର ବ୍ୟାଟ୍ସମ୍ୟାନ ପୂଜାରାଙ୍କୁ ୫୦ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କଲା। ଚେନ୍ନାଇର ବଡ଼ ଖେଳାଳୀମାନଙ୍କ ଛଡା ଅଜଣା ଚେହେରା ଉପରେ ମଧ୍ୟ ବାଜି ଖେଳିଅଛି। ଦଳ ଅଲରାଉଣ୍ଡର ଭଗତ ବର୍ମା, ବ୍ୟାଟ୍ସମ୍ୟାନ ସି ହରି ନିଶାନ୍ତ ଓ ବୋଲର ହରିଶଙ୍କର ରେଡ୍ଡୀଙ୍କୁ କିଣିଲା।
First #Dencoming of the summer from across the border is Manavaadu Bahubali!!! #Yellove #WhistlePodu ?? @RayuduAmbati pic.twitter.com/wPf039kYJ7
— Chennai Super Kings (@ChennaiIPL) March 3, 2021
ଚେନ୍ନାଇ ସୁପରକିଙ୍ଗସର ଦଳ:
ବ୍ୟାଟ୍ସମ୍ୟାନ:ଫାଫ ଡ୍ୟୁପ୍ଲେସିସ, ଋତୁରାଜ ଗାୟକୱାର୍ଡ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବିନ ଉଥାପ୍ପା,ଚେତେଶ୍ୱର ପୂଜାରା,ସି ହରି ନିଶାନ୍ତ।
ୱିକେଟ କିପର:ଏମଏସ ଧୋନୀ(କ୍ୟାପଟେନ)ଏନ ଜଗଦୀଶନ।
ଅଲରାଉଣ୍ଡର:ରବୀନ୍ଦ୍ର ଜାଡେଜା, ସାମ କରନ,ଡ଼ଏନ ବ୍ରାଭୋ, ମୋଇନ ଅଲ୍ଲୀ, କୃଷ୍ଣପା ଗୌତମ, କେ ଭଗତ ବର୍ମା।
ସ୍ପିନର:କର୍ଣ୍ଣ ଶର୍ମା, ଆର ସାଇ କିଶୋର, ଇମରାନ ତାହୀର ଏବଂ ମିସେଲ ସେଣ୍ଟନର।
ଦୃତ ବୋଲର:ଦୀପକ ଚହର, ଶାରଦୁର୍ଲ ଠାକୁର, ଲୁଙ୍ଗି ଏନଗିଡି, ଜୋସ ହେଜଲଉଡ଼, କେଏମ ଅଶୀଫ ଓ ହରିଶଙ୍କର ରେଡ୍ଡୀ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।