ଚାହା ଫ୍ୟାକ୍ଟରିରେ କାମ କରୁଥିଲେ ସାକ୍ଷୀଙ୍କ ବାପା, ବିବାହ ପୂର୍ବରୁ ଏପରି ଦେଖା ଯାଉଥିଲେ ଧୋନିଙ୍କ ପତ୍ନୀ ।

ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଲୋକଙ୍କ ଭଲପାଇବା କାହାକୁ ବା ଅଜଣା ଅଛି। ସେ କୌଣସି ବ୍ରାଣ୍ଡର ଏଡ଼ ହେଉ ବା କୌଣସି ଫିଲ୍ମରେ ଡେବୟୁ ସେ ସବୁ ଜିନିଷରେ ଆଗରେ ଅଛନ୍ତି। ତାଙ୍କର ନାମ ଭାରତୀୟ ସବୁଠୁ ଦାମୀ କ୍ରିକେଟରଙ୍କ ଭିତରେ ଆସିଥାଏ। ବଡ଼ ଦେଶରେ ମଧ୍ୟ କ୍ରିକେଟର ଏତେ ଟଙ୍କା କମାଇ ପାରିନଥାନ୍ତି। ସତ କଥା ଏହାକି ଏତେ ଟଙ୍କା କମାଇବା ପାଇଁ ପରିଶ୍ରମବି ବହୁତ ହୋଇଥାଏ। ପୂର୍ବ ୭-୮ ବର୍ଷ ଭିତରେ ଭାରତୀୟ କ୍ରିକେଟକୁ ଏକ ଅଲଗା ସ୍ଥାନରେ ପହଞ୍ଚାଇଛନ୍ତି। ଆଜି ଭାରତୀୟ କ୍ରିକେଟ ଟିମ ଦୁନିଆର ଭଲ କ୍ରିକେଟ ଟିମ ମଧ୍ୟରେ ଗୋଟେ। କେବଳ ଏତିକି ନୁହେଁ ଭାରତୀୟ କ୍ରିକେଟକୁ ଏହି ସବୁ ସଫଳତା ଦେବାରେ ଭାରତୀୟ ପୂର୍ଵ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବଡ଼ ହାତ ଅଛି।

Mrs. Dhoni looked like this before marriage
Google
ପତ୍ନୀ ସାକ୍ଷୀ କଲେ ବିବାହ ପୂର୍ବରୁ ଫଟୋ ସେୟାର:-

ମହେନ୍ଦ୍ର ସିଂ ଧୋନିଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ପ୍ରଶଂସକ ପାଗଳ ହୋଇ ଯାଇଥାନ୍ତି। ତାଙ୍କ ପ୍ରଶଂସକ ସଂଖ୍ୟା କହିବାତ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ କମ ନୁହେଁ। ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ପ୍ରାୟ ସମୟରେ ସାକ୍ଷୀ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ଫଟୋ ସେୟାର କରିଥାନ୍ତି।ଅନେକ ସମୟରେ ସାକ୍ଷୀ ନିଜର ବାହାଘର ପୂର୍ବର ଫଟୋ ସେୟାର କରିଥାନ୍ତି।

ସାକ୍ଷୀଙ୍କ ବାପା କରୁଥିଲେ ଚାହା ଫ୍ୟାକ୍ଟରିରେ କାମ:-

ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ବାପା ରାଜେନ୍ଦ୍ର ସିଂ ରାଵତ ୩୦ ବର୍ଷ କଲିକତାରେ ଚାହା ଫ୍ୟାକ୍ଟରିରେ କାମ କରିଛନ୍ତି।ମହେନ୍ଦ୍ର ସିଂ ଧୋନି ସାକ୍ଷୀ ଗୋଟିଏ ସ୍କୁଲରେ ପଢୁଥିଲେ କିନ୍ତୁ ଜଣେ ଜଣଙ୍କୁ ଠିକ ସେ ଜାଣିନଥିଲେ। ୨୦୦୮ରେ କଲିକତାର ତାଜ ହୋଟେଲରେ ସାକ୍ଷୀ ଓ ଧୋନିଙ୍କ ପ୍ରଥମ ଭେଟ ହୋଇଥିଲା। ସେବେ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢିସାରିବା ପରେ ସେଠାରେ ଟ୍ରେନିଙ୍ଗ କରୁଥିଲେ।

Mrs. Dhoni looked like this before marriage
Google

ସେହିଠାରୁ ମହେନ୍ଦ୍ର ସିଂ ଧୋନି ଓ ସାକ୍ଷୀ ଦୁହିଁଙ୍କ ପ୍ରେମ ଆରମ୍ଭ ହେଲା ଓ ଦୁଇ ବର୍ଷ ପରେ ଦୁହେଁ ୨୦୧୦ ବିବାହ କରିଲେ। ସାକ୍ଷୀ ଓ ଧୋନିଙ୍କ ବିବାହକୁ ୧୦ ବର୍ଷ ହୋଇଗଲାଣି। ଦୁହେଁ ଏବେ ଗୋଟିଏ ଛୋଟ ଝିଅ ଜିଭାର ବାପା ମା ହୋଇଗଲେଣି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *