ଆର ପାରିରେ ବଲିଉଡର ପ୍ରଥମ ସୁପରଷ୍ଟାର, ୯୮ ବର୍ଷରେ ଚାଲିଗଲା ଜୀବନ

ଆଜି ସକାଳ ପାଖାପାଖି ୭.୩୦ ମିନିଟ ସମୟରେ ଅଭିନେତା ଦିଲୀପ କୁମାରଙ୍କର ପରଲୋକ ହୋଇଯାଇଛି। କିଛିଦିନ ହେବ ତାଙ୍କର ଶରୀର ଅସୁସ୍ଥ ରହୁଥିଲା। ସେଥିପାଇଁ ତାଙ୍କୁ ଚିକିତ୍ସାଳୟରେ ରଖି ଚିକିତ୍ସା କରାଯାଉଥିଲା କିନ୍ତୁ ଆଜି ସକାଳେ ତାଙ୍କର ୯୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି।ଏହି କିଛି ଦିନ ହେବ ତାଙ୍କୁ ଅନେକ ଥର ଚିକିତ୍ସାଳୟ ନିଆ ଯାଇଥିଲା। ଏହାପରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଦେଖାଯାଉ ନଥିଲା। ଫଳରେ ତାଙ୍କର ମୃତ୍ୟୁ ଆଜି ସକାଳେ ହୋଇଯାଇଛି। ଏହି ଖବର ଅନେକ ଲୋକଙ୍କୁ ମର୍ମାହତ କରିଛି।

Google

ତାଙ୍କର ପରିବାର ଲୋକ ସମସ୍ତ ଜନତାଙ୍କୁ ନିବେଦନ କରିଥିଲେ କି ଭଗବାନଙ୍କ ନିକଟରେ ଗୁହାରି କରିବାକୁ ତାଙ୍କର ସ୍ଵାସ୍ଥ୍ୟ ଭଲ ହୋଇଯାଉ। କିନ୍ତୁ ଏହି ସମୟ ତାଙ୍କ ଜୀବନର ଶେଷ ସମୟ ଥିଲା। ସେ ଅନେକ ଦିନ ଧରି ବୟସଗତ ରୋଗର ଶିକାର ହୋଇ ଚିକିତ୍ସିତ ହେଉଥିଲେ।ସେ ମୁମ୍ବାଇର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଏହା ପୂର୍ବରୁ ସେ ଶ୍ୱାସ ସମ୍ପର୍କିତ ସମସ୍ୟା ଯୋଗୁ ପୂର୍ବରୁ ୨ ଥର ଚିକିତ୍ସାଳୟରେ ଭର୍ତି ହୋଇସାରିଥିଲେ। ତାଙ୍କୁ ଏହି ଥର ୩ୟ ଥର ପାଇଁ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।

ତାଙ୍କର ଆଜି ସକାଳୁ ଶ୍ୱାସ ନେବାରେ ଅନେକ ଅସୁବିଧା ହୋଇଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଡକ୍ଟର କହିଛନ୍ତି। ଗତ ୮ ଦିନ ହେବ ସେ ମୁମ୍ବାଇର ଏକ ଘରୋଇ ଚିକିତ୍ସାଳୟ ହିନ୍ଦୂଜାରେ ଚିକିତ୍ସିତ ହୋଇ ଆସୁଥିଲେ କିନ୍ତୁ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇ ଯାଇଥିଲା। ସେ ଏହାର ୧୦ ଦିନ ପୂର୍ବରୁ ମଧ୍ୟ ଏହି ଚିକିତ୍ସାଳୟରେ ଶ୍ୱାସ ସମ୍ପର୍କିତ ରୋଗ ପାଇଁ ଭର୍ତି ହୋଇଥିଲେ କିନ୍ତୁ ତାଙ୍କର ପୁଣି ଏହି ରୋଗ ଦେଖା ଯାଇଥିଲା ଫଳରେ ତାଙ୍କୁ ପୁଣି ଏହି ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।

Google

ଦୀର୍ଘ ୫ ଦଶନ୍ଧି ଧରି ଫିଲ୍ମ ଜଗତ ଉପରେ ରାଜ କରିଥିଲେ ଏହି ମହାନ ଅଭିନେତା କିନ୍ତୁ ତାଙ୍କର ଆଜି ଏପରି ବିୟୋଗରେ ଅନେକ ଅଭିନେତା ତଥା ତାଙ୍କର ଅନେକ ଅନୁଗତ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରର ଦୁଃଖରେ ଦୁଃଖୀ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ହେବା ଦିନଠାରୁ ତାଙ୍କର ଘର ବାହାରେ ତଥା ସେ ଯେଉଁ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ତାର ବାହାରେ ତାଙ୍କର ଅନେକ ପ୍ରଶଂସକଙ୍କ ସମାଗମ ଦେଖିବାକୁ ମିଳୁଥିଲା। ସମସ୍ତେ ତାଙ୍କର ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।

ଏହା ସହିତ ସେ ଅନେକ ବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ରାଜ କରିଥିଲେ କିନ୍ତୁ ସେ ଆଜି ଏହି ଦୁନିଆ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କର ପାର୍ଥିବ ଶରୀର ବର୍ତ୍ତମାନ ତାଙ୍କର ମୁମ୍ବାଇ ସ୍ତିତ ଘରେ ରଖାଯାଇଛି। ବଲିଉଡ ଜଗତରେ ୧୯୪୦ ମସିହା ପରଠାରୁ ନିଜର ଅଭିନୟ ଦେଖାଇ ଆସୁଥିଲେ। ଫଳରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବହୁତ ଅଧିକ। ଏହା ସହିତ ଯେତେବେଳେ ଏହି ଖବର ଆସୁଥିଲା କି ଦିଲୀପ କୁମାରଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଅଛି ସେହି ସମୟରେ ତାଙ୍କର ପ୍ରଶଂସକ ତାଙ୍କ ପାଖରେ ପହଞ୍ଚି ଯାଉଥିଲେ। ତେବେ ହିନ୍ଦୀ ଫିଲ୍ମ ଜଗତର ଆଜି ଯେଉଁ କ୍ଷତି ହୋଇଛି ତାହା ଅପୂରଣୀୟ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *