ଦିଲୀପ ବେଂଙ୍ଗସରକର କହିଲେ ,”ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି।ଏଡିଲେଡ଼ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଥିଲା ଓ ସେହି ମ୍ୟାଚ ହାରିଯାଇଥିଲା କିନ୍ତୁ ଏହା ପରେ ରାହାଣେ ଯେଉଁଭଳି ଭାବେ ଭାବେ ଅଧିନାୟକତ୍ୱ କରିଛନ୍ତି ତାହା ଉଚ୍ଚକୋଟୀର ଅଟେ”।

ଭାରତୀୟ ଟିମର ପୂର୍ବ ଅଧିନାୟକ ଦିଲୀପ ବେଂଙ୍ଗସରକର ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱକୁ ନେଇ ବଡ଼ ବୟାନ ଦେଇଛନ୍ତି। ତାଙ୍କର ଏହି ବୟାନ ଅଷ୍ଟ୍ରେଲିଆ ରାହାଣେଙ୍କ ଅଧିନାୟକତ୍ୱରେ ମେଲବର୍ଣ୍ଣରେ ମିଳିଥିବା ବିଜୟ ଓ ସିଡନିରେ ସୁନ୍ଦର ଟାଇ କରିବା ପରେ ଆସିଛି। ପ୍ରଥମ ଟେଷ୍ଟ ଏଡିଲେଡ଼ରେ ଖେଳା ଯାଇଥିଲା ଓ ଏହାର ଅଧିନାୟକ ଥିଲେ ବିରାଟ କୋହଲି ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୮ ୱିକେଟରେ ଜିତିଥିଲା। ଏହା ପରେ ବାପା ହେବା କାରଣରୁ ବିରାଟ କୋହଲି ସ୍ବେଦେଶ ଫେରି ଆସିଥିଲେ ଓ ମେଲବର୍ଣ୍ଣ ଟେଷ୍ଟରେ ରାହାଣେ ଅଧିନାୟକତ୍ୱ କରିଥିଲେ ଓ ଏହି ମ୍ୟାଚ ଭାରତ ୮ ୱିକେଟରେ ଜିତିଥିଲା। ଏହା ପରେ ରାହାଣେଙ୍କ ଅଧିନାୟକତ୍ୱରେ ସିଡ଼ନିରେ ଭାରତ ହାରିବା ଅବସ୍ଥାରେ ଥିବା ମ୍ୟାଚ କୁ ସୁନ୍ଦର ପ୍ରଦର୍ଶନ କରି ଡ୍ର କରିଥିଲା।
ଭାରତ ଟେଷ୍ଟ ମ୍ୟାଚର ଉପଅଧିନାୟକଙ୍କ ଅଧିନାୟକତ୍ୱରେ ତିନୋଟି ଟେଷ୍ଟ ଜିତିଛି ଓ ଏକ ମ୍ୟାଚ ଡ୍ର ହୋଇଛି।ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବର୍ଡ଼ର ଗାଭସ୍କର ଟ୍ରଫିର ତୃତୀୟ ମ୍ୟାଚରେ ଭାରତ ଚାରୋଟି ସେସନ ପର୍ଯ୍ୟନ୍ତ ବ୍ୟାଟିଙ୍ଗ କରିଲା ଓ ହାର କୁ ହଟାଇବା ପାଇଁ ୧୩୧ ଓଭର ପର୍ଯ୍ୟନ୍ତ ବ୍ୟାଟିଙ୍ଗ କଲା। ସିଡନି ଟେଷ୍ଟ ଡ୍ର ହେବାର ଅର୍ଥ ଅଷ୍ଟ୍ରେଲିଆକୁ ସିରିଜ ଜିତିବା ପାଇଁ ହେଲେ ଶେଷ ଟେଷ୍ଟ ବା ବ୍ରିସବେନ ର ଗାବାରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିବା ପାଇଁ ହେବ। ଯଦି ଅଷ୍ଟ୍ରେଲିଆ ଏହି ସିରିଜ ଜିତିପାରିଲା ନାହିଁ ତ ଭାରତୀୟ ଟିମ ଏହି ଟ୍ରଫି ନିଜ ପାଖରେ ରଖିବେ ଯାହା ସେ ଦୁଇ ବର୍ଷ ପୂର୍ବେ ଜିତିଥିଲେ।

“ରାହାଣେଙ୍କ ଅଧିନାୟକତ୍ୱରେ ଭଲ ପ୍ରଦର୍ଶନ କରୁଛି ଟିମ ଇଣ୍ଡିଆ”:
ଅଷ୍ଟ୍ରେଲିଆରେ ରାହାଣେଙ୍କ ଅଧିନାୟକତ୍ୱରେ ମିଳୁଥିବା ସଫଳତା ପରେ ପୂର୍ଵ ଭାରତୀୟ ଖେଳାଳୀ ଦିଲୀପ ବେଂଙ୍ଗସରକର କାଯ୍ୟବାହକ ଅଧିନାୟକ ରାହାଣେଙ୍କୁ ବହୁତ ତାରିଫ ମଧ୍ୟ କରିଛନ୍ତି। ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଇଣ୍ଟରଭିଉରେ ସେ କହିଥିଲେ,”ରାହାଣେଙ୍କ ଅଧିନାବୟକତ୍ୱରେ ଭାରତ ଭଲ ପ୍ରଦର୍ଶନ କରୁଛି।ଏଡିଲେଡ଼ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଥିଲା ଓ ସେହି ମ୍ୟାଚ ହାରିଯାଇଥିଲା କିନ୍ତୁ ଏହା ପରେ ରାହାଣେ ଯେଉଁଭଳି ଭାବେ ଭାବେ ଅଧିନାୟକତ୍ୱ କରିଛନ୍ତି ତାହା ପ୍ରସଂସା ଯୋଗ୍ୟ ଅଟେ”।
“ବିରାଟଙ୍କ ତୁଳନାରେ ରାହାଣେଙ୍କ ସହିତ ସହଜ ଅଟନ୍ତି ଖେଳାଳୀ”:
୬୪ ବର୍ଷୀୟ ଖେଳାଳୀ କହିଛନ୍ତି ଖେଳାଳି ମାନେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ଅପେକ୍ଷା ରାହାଣେଙ୍କ ଅଧିନାୟକତ୍ୱରେ ଅଧିକ ସହଜ ଅଟନ୍ତି ଓ ତାଙ୍କୁ ଅତିରିକ୍ତ ସ୍ଵତନ୍ତ୍ରତା ଦିଆଯାଉଛି। ସେ କହିଛନ୍ତି କେବଳ ବରିଷ୍ଟ ଖେଳାଳୀ ନୁହେଁ ବରଂ ନୂଆ ଖେଳାଳି ଯେପରି ଶୁଭମନ ଗିଲ, ନବଦୀପ ସୈନି, ମହମ୍ମଦ ସିରାଜ ମଧ୍ୟ ଚାପରେ ଭଲ ପ୍ରଦର୍ଶନ କରିଛନ୍ତି।

“ରାହାଣେ ଖେଳାଳୀଙ୍କୁ ସ୍ୱତନ୍ତ୍ରତା ଦେଇଥାନ୍ତି”:
ବେଂଙ୍ଗସରକର କହିଛନ୍ତି,”ରାହାଣେଙ୍କ ଅଧିନାୟକତ୍ୱରେ ଖେଳାଳି ଅଧିକ ସହଜ ହୋଇଥାନ୍ତି ଓ ତାଙ୍କୁ ସ୍ୱତନ୍ତ୍ରତା ଦିଆଯାଇଥାଏ। ସ୍ୱାଧୀନତା ସବୁଠୁ ବଡ଼ ଜିନିଷ।ଯାହା ରାହାଣେ ଟିମକୁ ଦେଇଛନ୍ତି। କେବଳ ଅଶ୍ୱିନୀ, ଜାଡେଜା ନୁହେଁ ନୂଆ ଖେଳାଳି ଶୁଭମନ ଗିଲ, ସିରାଜ, ସୈନି ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ବିରାଟ କୋହଲିଙ୍କ ଅନୁପସ୍ଥିତରେ ରାହାଣେ ସୁନ୍ଦର କାର୍ଯ୍ୟ ତୁଲାଉଛନ୍ତି “।
ହାଡିନ କଲେ ରାହାଣେଙ୍କ ରଣନୀତିକୁ ପ୍ରଶଂସା:
କହିରଖିବୁକି ଅଷ୍ଟ୍ରେଲିଆ ଟିମର ପୂର୍ବ ଖେଳାଳି ବ୍ରା-ଡ଼ ହାଡିନ ତୃତୀୟ ଟେଷ୍ଟର ଦ୍ୱିତୀୟ ପାରିରେ ରିଷଭ ପନ୍ତଙ୍କୁ ଆଗୁଆ ବ୍ୟାଟିଙ୍ଗ କରିବା ପାଇଁ ପଠାଇବା ରଣନୀତିକୁ ସୁନ୍ଦର ଫଇସଲା କହିଛନ୍ତି ଓ ରାହାଣେଙ୍କ ରଣନୀତିକୁ ପ୍ରଶଂସା କରିଛନ୍ତି। ହାଡିନ ‘ସେନ ରେଡ଼ିଓ’ ରେ କହିଛନ୍ତି “ଭାରତୀୟ ଟିମ ଯେଉଁଭଳି ଖେଳିଲେ ସେଥିରେ ସେ କେବଳ ମ୍ୟାଚକୁ ଡ୍ର କରି ପାରିଥାନ୍ତେ କିନ୍ତୁ ରିଷଭ ପନ୍ତଙ୍କୁ ନେଇ ରାହାଣେଙ୍କ ରଣନୀତି ସୁନ୍ଦର ଥିଲା”।
ସେ କହିଲେ କି ” ଯଦି ଆପଣ ଦେଖିବେ ତ ରାହାଣେ ପନ୍ତଙ୍କୁ ମ୍ୟାଚ ଆଗକୁ ବଢ଼ାଇବା ପାଇଁ ପଠାଇ ଥିଲେ ଓ ସେ ମଧ୍ୟ ସେଇଆ କଲେ। ପନ୍ତ ଭଲ ବ୍ୟାଟିଙ୍ଗ କରିଥିଲେ ଓ ଅଧିନାୟକ ଟିମ ପେନଙ୍କୁ ବାଧ୍ୟ କରିଥିଲେ ସେପରି ରଣନୀତି କରିବା ପାଇଁ ଯାହା ମତେ ଲାଗୁଛି ଠିକ ନୁହେଁ।ଅଧିନାୟକ ରୂପରେ ରାହାଣେ ଗୋଟିଏ ମ୍ୟାଚ ହାରି ନାହଁନ୍ତି। ରାହାଣେ ବହୁତ ଭଲ ପ୍ରୟାସ କରିଛନ୍ତି ମତେ ଲାଗୁଛି ସେହି ଲକ୍ଷ୍ୟ ବହୁତ ବଡ଼ ଥିଲା ଓ ରାହାଣେ ତଥାପି ଗୋଟେ ମୌକା ନେଇଥିଲେ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।