ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଆରସିବିର ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେସ କାର୍ତ୍ତିକଙ୍କ ବ୍ୟାଟରୁ ଅନେକ ଜବରଦସ୍ତ ପାରି ଆସିଛି। ସେ ସ୍ଲଗ ଓଭରରେ ବିପକ୍ଷ ଟିମର ବୋଲରଙ୍କ ବିରୁଦ୍ଧରେ ଖୁବ ରନ କରିଛନ୍ତି। ଏହି ସିଜନରେ ଶେଷ ଓଭରରେ ସେ ସବୁଠୁ ଜବରଦସ୍ତ ଖେଳାଳି ହୋଇଛନ୍ତି। ରବିବାରକୁ ସନରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ପୁଣି ଥରେ ଧୁଆଁଧାର ବ୍ୟାଟିଙ୍ଗ କରିଥିଲେ। ଆରସିବି ସେହି ମ୍ୟାଚରେ ଶେଷ ଓଭରରେ ୨୨ ରନ କରିଥିଲା। ଦିନେସ କାର୍ତ୍ତିକଙ୍କ ଯୋଗୁ ହିଁ ସେହି ମ୍ୟାଚରେ ଆରସିବି ୧୯୨ ରନ କରିଥିଲା। ଆସନ୍ତୁ ଜାଣିବା ୨୦୨୨ରେ ଦିନେସ କାର୍ତ୍ତିକ ଏବେ ପର୍ଯ୍ୟନ୍ତ ୨୦ ତମ ଓଭରରେ କେତେ ରନ କରିଛନ୍ତି।

ଆରସିବି ଟିମ ଆଇପିଏଲ ୨୦୨୨ ମେଗା ଅକ୍ସନରେ କାର୍ତ୍ତିକଙ୍କୁ ସାଢ଼େ ପାଞ୍ଚ କୋଟିରେ ଟିମରେ ସାମିଲ କରିଥିଲା। ଟିମ ତାଙ୍କ ଠୁ ଯାହା ଆଶା କରିଥିଲା ସେ ତାହାକୁ ସାବ୍ୟସ୍ତ କରିଛନ୍ତି। ଏହି ସିଜନରେ ସେ ନିଜ ଟିମକୁ ଅନେକ ମ୍ୟାଚ ଜିତାଇଛନ୍ତି ଓ ଟିମ ପାଇଁ ମ୍ୟାଚ ବିଜୟୀ ଖେଳାଳି ହୋଇଛନ୍ତି। ଆଇପିଏଲ ୨୦୨୨ରେସେ ୧୨ମ୍ୟାଚରୁ ୮ ଥର ନଟଆଉଟ ରହିଛନ୍ତି। ଏପରି ବହୁତ କମ ଥର ହୋଇଛି ଯେବେ ସେ ନଟଆଉଟ ରହି ଆରସିବି ମ୍ୟାଚ ହାରିଯାଇଛି।
ଆଇପିଏଲ ୨୦୨୨ରେ ୨୦ ତମ ଓଭରରେ କାର୍ତ୍ତିକଙ୍କ କମାଲ:
Wasim Jaffer backs Dinesh Karthik to be in the upcoming T20 world cup squad.#WasimJaffer #RCBvSRH #SRH #RCB #NotJustCricket #IPL2022 #Cricket #CricTracker #DineshKarthik pic.twitter.com/M4XtJA3eGd
— CricTracker (@Cricketracker) May 8, 2022
ଆଇପିଏଲ ୨୦୨୨ରେ ୨୦ ତମ ଓଭରରେ କାର୍ତ୍ତିକ ଧୂଆଁଧାର ରନ କରିଛନ୍ତି। ଏହି ସିଜନରେ ସେ ଏବେ ପର୍ଯ୍ୟନ୍ତ ୨୦ ତମ ଓଭରରେ ୨୩ ଟି ବଲ ଖେଳିଛନ୍ତି ଓ ୭୧ ରନ କରିଛନ୍ତି। ଖାସ କଥା ଏହାକି ସେ ୨୦ ତମ ଓଭରରେ ଆଉଟ ହୋଇନାହାଁନ୍ତି। ଏହି ସମୟରେ ସେ ୫ ଟି ଚୌକା ଓ ୭ ଟି ଛକା ମାରିଛନ୍ତି। ଏହି ସମୟରେ ତାଙ୍କ ଷ୍ଟାଇକରେଟ ୩୦୮.୭ ରହିଛି। ହାଇଦ୍ରାବାଦ ବିରୁଦ୍ଧରେ ସେ ମ୍ୟାଚରେ ୪ ଟି ବଲରେ ୨୨ ରନ କରିଥିଲେ ଶେଷ ଓଭରରେ।
ଆଇପିଏଲ ୨୦୨୨ରେ ଦିନେସ କାର୍ତ୍ତିକ:
ଆଇପିଏଲ ୨୦୨୨ରେ ଦିନେସ କାର୍ତ୍ତିକ ସୁନ୍ଦର ଫର୍ମରେ ଅଛନ୍ତି। ଏହି ସିଜନରେ ସେ ଏବେ ପର୍ଯ୍ୟନ୍ତ ୧୨ ଟି ମ୍ୟାଚରେ ୨୭୪ ରନ କରିଛନ୍ତି। ସେ ଏହି ସିଜନରେ ଗୋଟେ ଅର୍ଦ୍ଧଶତକ ମାରିଛନ୍ତି ଓ ତାଙ୍କ ସର୍ବଶ୍ରେଷ୍ଠ ସ୍କୋର ୬୬ ରନ ରହିଛି। ସେ ୧୨ ମ୍ୟାଚରେ ୨୧ ଚୌକା ଓ ୨୧ ଛକା ମାରିଛନ୍ତି। ତାଙ୍କ ସୁନ୍ଦର ପ୍ରଦର୍ଶନ ଦ୍ଵାରା ଆରସିବି ଲଗାତର ଟପ-୪ରେ ରହିଛି।
ତେବେ ସେ ଫିନିସର ଭୂମିକାରେ କଣ ଟି-୨୦ ବିଶ୍ୱକପରେ ଭାରତ ପାଇଁ ଖେଳିବେ? କଣ ଆପଣଙ୍କ ମତ କମେଣ୍ଟରେ ଜଣାନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।