ଅଷ୍ଟ୍ରେଲିଆ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ହାର୍ଦିକ ପାଣ୍ଡ୍ୟା ଦିନିକିଆ ଓ ଟି ୨୦ ରେ ନିଜର ବେଷ୍ଟ ଦେଲେ। ହାର୍ଦିକ ପାଣ୍ଡ୍ୟା ଟି ୨୦ ସିରିଜ ଭାରତକୁ ଜିତାଇଲେ ଓ ଏଥିପାଇଁ ସେ ମ୍ୟାନ ଅଫ ଦ ସିରିଜ ହେଲେ। ହେଲେ ପାଣ୍ଡ୍ୟା ଟ୍ରଫିକୁ ଦ୍ରୁତ ବୋଲର ନାଟରାଜନଙ୍କୁ ଦେଇଦେଲେ,ଯିଏ ନିଜର ପ୍ରଥମ ସିରିଜରେ ୬ ୱିକେଟ ନେଲେ। ପାଣ୍ଡ୍ୟାଙ୍କ ଏହି ପ୍ରଦର୍ଶନ କେବଳ ଭାରତୀୟଙ୍କୁ ହୃଦୟ ନୁହେଁ ବରଂ ପୁରା ଦୁନିଆର ହୃଦୟ ଜିତିଲା। ଯେଉଁଥିରେ ପାକିସ୍ତାନର କ୍ରିକେଟ ଦାନିଷ କାନେରିଆ ମଧ୍ୟ ସାମିଲ ଅଟନ୍ତି।

କାନେରିଆ କଲେ ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରଶଂସା:-
ଦାନିଷ କାନେରିଆ ହାର୍ଦିକଙ୍କ ପ୍ରଶଂସା କରି ତାଙ୍କୁ ଜଣେ ଭଲ ମଣିଷ ବୋଲି କହିଲେ। ଟ୍ୱିଟରରେ ଦାନିଷ ପାଣ୍ଡ୍ୟାଙ୍କ ପ୍ରଶଂସା କଲେ ଓ ପରୋକ୍ଷ ଭାବେ କହିଲେ ପାକିସ୍ତାନି କ୍ରିକେଟର ପାଣ୍ଡ୍ୟାଙ୍କ ଭଳି ଦିଲଦାର ନୁହନ୍ତି। କାନେରିଆ ଟ୍ୱିଟ କଲେ,”ଏହାଠାରୁ ଭଲ ଫୋଟୋ ଆଉ ନାହିଁ। ହାର୍ଦ୍ଦିକ ପାଣ୍ଡ୍ୟା ନଟରାଜନଙ୍କୁ ଟ୍ରଫି ଦେଇ ସମସ୍ତଙ୍କ ହୃଦୟ ଜିତିନେଲେ। ପାଣ୍ଡ୍ୟା ନଟରାଜନଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଲେ। ଆମର କେହି ଖେଳାଳି ଏମିତି କରିବାକୁ ସ୍ୱପ୍ନରେ ମଧ୍ୟ ଭାବି ନାହାନ୍ତି।”

କାନେରିଆଙ୍କ ସାଙ୍ଗରେ ହୁଏ ଭେଦଭାବ:-
କହିରଖୁଛୁ କି କାନେରିଆ ତ ପାକିସ୍ତାନ କ୍ରିକେଟରଙ୍କ ଉପରେ ସ୍ୱାର୍ଥୀ ହେବାର ଅଭିଯୋଗ ଲଗାଉଛନ୍ତି,ହେଲେ ତାଙ୍କ କ୍ୟାରିୟରରେ ଏହି କ୍ରିକେଟର ବହୁତ କିଛି ସହିଛନ୍ତି।ସୋୱେବ ଅଖତର ଦବା କରିଥିଲେ କି କାନେରିଆଙ୍କ ସହ କିଛି ଖେଳାଳି ଖାଦ୍ୟ ମଧ୍ୟ ଖାଆନ୍ତି ନାହିଁ। କାନେରିଆ ହିନ୍ଦୁ କ୍ରିକେଟର ହୋଇଥିବାରୁ ତାଙ୍କୁ ସବୁବେଳେ ଅଲଗା ଏକୁଟିଆ ରଖାଯାଉଥିଲା । ହେଲେ ସୋୱେବ ଅଖତରଙ୍କ ଏହି ଅଭିଯୋଗକୁ ପାକିସ୍ତାନର ପୁର୍ବ ଅଧିନାୟକ ଇଂଜାମୁଲ ହକ ଭୁଲ ବୋଲି କହିଛନ୍ତି। ସାହିଦ ଆଫ୍ରିଦି ମଧ୍ୟ ଏହି ଆରୋପକୁ ଭୁଲ କହିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।