ଟିମ ଇଣ୍ଡିଆର ୱିକେଟ କିପର- ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିୟର ଓ ନିଜ ବ୍ୟକ୍ତିଗତ ଜୀବନରେ ବହୁତ କଷ୍ଟର ସମ୍ମୁଖିନ ହେଇଛନ୍ତି । ହଁ ଏ କଥା ସତ ଯେ ତାଙ୍କ ଜୀବନରେ ୨୦୧୩ରେ ଦୀପିକା ପଲ୍ଲିକଲ ଆସିବା ପରେ ତାଙ୍କ ଜୀବନରେ ଖୁସି ଭରିଯାଇଥିଲା । ସେ ଦୁଇ ବର୍ଷ ଡେଟିଂ ଓ ୨୦୧୫ ରେ ବିବାହ କରିଥିଲେ । ଦୀପିକା ଓ ଦିନେଶଙ୍କ ଲଭ ଷ୍ଟୋରୀ ବହୁତ ରୋମାଞ୍ଚକର । ଆଜି ଆମେ ଆପଣଙ୍କୁ ତାଙ୍କ ଲାଇଫ ବିଷୟରେ କିଛି ତଥ୍ୟ ଜଣେଇବୁ ।

ଦୀପିକା କ୍ରିକେଟକୁ ପସନ୍ଦ କରୁନଥିଲେ:
ଦୀପିକା ପଲ୍ଲିକଲ ପ୍ରଥମ ଭାରତୀୟ ଯିଏ କି ସ୍କୁୱେବ ୱାଲର୍ଡ଼ ରିୟାଙ୍କିଂରେ ଟପ ୧୦ ରେ ଜାଗା ବନେଇଥିଲେ। ଦୀପିକାଙ୍କ ମା ସୁଶାନ ପଲ୍ଲିକଲ ଭାରତୀୟ କ୍ରିକେଟ ଟିମ ପାଇଁ ଖେଳିସାରିଲେଣି। ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିସାରିଥିଲେ ମଧ୍ୟ ଦୀପିକାଙ୍କୁ କ୍ରିକେଟ ପସନ୍ଦ ନଥିଲା। ଏହାପରେ ମଧ୍ୟ ସେ ଜଣେ କ୍ରିକେଟରଙ୍କୁ ଲଭ ଓ ବିବାହ ମଧ୍ୟ କରିଥିଲେ।
ୟାଙ୍କର ଲଭଷ୍ଟୋରୀ ଅନ୍ୟତମ:
କାର୍ତ୍ତିକ ଓ ଦୀପିକାଙ୍କ ଲଭଷ୍ଟୋରୀ ବହୁତ ଅଲଗା। ବିବାହ ପରେ ଧୋକା ମିଳିବା ପରେ, ଯେବେ କାର୍ତ୍ତିକଙ୍କୁ ଦୀପିକା ପସନ୍ଦ ଆସିଲେ ତ ତାଙ୍କୁ ମାନେଇବା ପାଇଁ କାର୍ତ୍ତିକ ବହୁତ କଷ୍ଟ କରିଥିଲେ। ଦୀପିକାଙ୍କ ଇଗନୋରନ୍ସ ଭି ସହିବାକୁ ପଡିଲା। ହେଲେ କୁହନ୍ତି ନା ପ୍ରେମ ଓ ଯୁଦ୍ଧରେ ସବୁ ମାନିବାକୁ ହୁଏ। କାର୍ତ୍ତିକ ହାର ନ ମାନି ନିଜ ଚେଷ୍ଟା ଜାରି ରଖିଲେ। ଯେବେ କାର୍ତ୍ତିକ ଦେଖା କରିବା ପାଇଁ ଦୀପିକାଙ୍କୁ ଡାକୁଥିଲେ ସେ କିଛି ନା କିଛି ବାହାନା କରୁଥିଲେ।

ଦୀପିକାଙ୍କ ଚୋରି ଧରାପଡ଼ିଲା:
ଥରେ ଦୀପିକାଙ୍କୁ କାର୍ତ୍ତିକ ଡେଟ ପାଇଁ ପଚାରିଲେ,ସେ କହିଲେ କି ସକାଳେ ତାଙ୍କ ଫ୍ଲାଇଟ ଅଛି । ହେଲେ ଆଗମୀ ସକାଳେ ସେ କାର୍ତ୍ତିକଙ୍କୁ ଜିମରେ ଦେଖା କରିବାକୁ ଯାଇଥିଲେ। ଦୀପିକାଙ୍କୁ ଲାଜ ଲାଗିଲା ସେ କଣ ଉତ୍ତର ଦେବେ ଜାଣିପାରିଲେ ନାହିଁ। ସେ କହିଲେ କି ମୋର ଆଜି ନାହିଁ କାଲି ଅଛି ଫ୍ଲାଇଟ। ମୋ ପାଖରେ କାଲି ସକାଳ ୭ ପର୍ଯ୍ୟନ୍ତ ସମୟ ଅଛି। ଦିନେଶଙ୍କୁ ତ ମୋୖକା ମିଳିଗଲା । ଏହାପରେ କିଛି ଘଣ୍ଟାର ସମୟ ମାଗି ଦୀପିକା ବାଧ୍ୟରେ ଡେଟିଂରେ ଯାଇଥିଲେ ଓ କାର୍ତ୍ତିକଙ୍କ ସହ ସେ ପ୍ରେମରେ ପଡିଯାଇଥିଲେ।
ମା ଙ୍କୁ ପସନ୍ଦ ନଥିଲା ଏହି ରିଲେସନ:
ଏହି କଥା ଯେତେବେଳେ ଦୀପିକାଙ୍କ ମା ଜାଣିଲେ ସେ ଦୁଃଖ ପ୍ରକାଶ କଲେ। କାହିଁକି ନା କାର୍ତ୍ତିକ ହିନ୍ଦୁ ଓ ସେ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ମଧ୍ୟ ଦେଇଥିଲେ। କାର୍ତ୍ତିକ ଦୀପିକାଙ୍କ ମାଙ୍କୁ ବୁଝେଇଲେ ଓ ତାଙ୍କ ପ୍ରେମରେ ଏକ ନୂଆ ମୋଡ ଆଣିଲେ।

ସାଙ୍ଗ ଦେଲା ଧୋକା:
କାର୍ତ୍ତିକ ୨୦୦୭ ରେ ପିଲାବେଳ ସାଙ୍ଗ ନିକିତାଙ୍କ ସହ ବିବାହ କରିଥିଲେ। କିଛିଦିନ ପରେ ନିକିତା ପ୍ରେଗନେଣ୍ଟ ହେଲେ। ନିଜ ବାପା ହେବା କଥା ଶୁଣି କାର୍ତ୍ତିକ ବହୁତ ଖୁସି ଥିଲେ। ହେଲେ ଏହାପରେ ଏକ ଖବର ଶୁଣି ତାଙ୍କ ପାଦ ତଳୁ ମାଟି ଖସିଗଲା । ସେ ଜାଣିଲେ କି ନିକିତା ତାଙ୍କ କ୍ରିକେଟର ସାଙ୍ଗ ମୁରଲୀ ବିଜୟଙ୍କୁ ପ୍ରେମ କରୁଛନ୍ତି । ଯାହାପରେ କାର୍ତ୍ତିକ ନିକିତାଙ୍କୁ ଛାଡପତ୍ର ଦେଲେ। ମୁରଲୀ ବିଜୟ ନତାଶାଙ୍କୁ ଛାଡ଼ ପତ୍ର ଦେଇ ତାଙ୍କୁ ବିବାହ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।